ETV Bharat / state

କୃମି ବଟିକା ଖାଇ ପୁଣି ୫ ଛାତ୍ରୀ ଅସୁସ୍ଥ, ଡାକ୍ତଖାନାରେ ଭର୍ତ୍ତି

author img

By

Published : Aug 12, 2023, 7:52 AM IST

ଗତ ଗୁରୁବାର ୬ ଜଣ ଛାତ୍ରଛାତ୍ରୀ କୃମି ବଟିକା ଖାଇ ଅସୁସ୍ଥ ହୋଇ ମେଡିକାଲ ଭର୍ତ୍ତି ହେବାର ୨୪ ଘଣ୍ଟା ନ ପୁରୁଣୁ ପୁଣି ୫ ଜଣ ଛାତ୍ରୀ କୃମି ବଟିକା ଖାଇ ଅସୁସ୍ଥ ହୋଇଛନ୍ତି । ସମସ୍ତ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଅଧିକ ପଢ଼ନ୍ତୁ

କୃମି ବଟିକା ଖାଇ ପୁଣି ୫ ଛାତ୍ରୀ ଅସୁସ୍ଥ
କୃମି ବଟିକା ଖାଇ ପୁଣି ୫ ଛାତ୍ରୀ ଅସୁସ୍ଥ

କୃମି ବଟିକା ଖାଇ ପୁଣି ୫ ଛାତ୍ରୀ ଅସୁସ୍ଥ

ନିଆଳି: କୃମି ବଟିକା ଖାଇ ୫ ଛାତ୍ରୀ ଅସୁସ୍ଥ । ଗତ ଗୁରୁବାର ୬ ଜଣ ଛାତ୍ରଛାତ୍ରୀ କୃମି ବଟିକା ଖାଇ ଅସୁସ୍ଥ ହୋଇ ମେଡିକାଲ ଭର୍ତ୍ତି ହେବାର ୨୪ ଘଣ୍ଟା ନ ପୁରୁଣୁ ପୁଣି ୫ ଜଣ ଛାତ୍ରୀ କୃମି ବଟିକା ଖାଇ ଅସୁସ୍ଥ ହୋଇଛନ୍ତି । କଟକ ଜିଲ୍ଲା ନିଆଳି ବ୍ଲକ ଶଗଡାଇଲୋ ପଞ୍ଚାୟତ ଗୋପିନାଥ ଜିୟୁ ସେଳଦା ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରୀ କୃମି ବଟିକା ଖାଇ ଅସୁସ୍ଥ ହୋଇଥିବା ଖବର ସାମ୍ନାକୁ ଆସିଛି । ସମସ୍ତ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ: ପ୍ରାର୍ଥନା ଚାଲିଥିଲା, ହଠାତ ଅସୁସ୍ଥ ହୋଇପଡିଲେ ୫ ଛାତ୍ରୀ

ଗୋପିନାଥ ଜିୟୁ ସେଳଦା ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରୀମାନେ କୃମି ବଟିକା ଖାଇବା ପରେ ମୁଣ୍ଡ ବୁଲେଇବା ସହିତ ବାନ୍ତି କରିଥିଲେ । ବିଦ୍ୟାଳୟର ୫ ଛାତ୍ରଛାତ୍ରୀ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ନିଆଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ମିଳିଛି । କୃମି ନାଶକ ଦିବସ ଅବସରରେ ନିଆଳି ବ୍ଲକ ଅଞ୍ଚଳର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ କୃମି ବଟିକା ଦିଆଯାଇଛି । ସେହି ବଟିକା ଖାଇବା ପରେ ଛାତ୍ରଛାତ୍ରୀ ଅସୁସ୍ଥ ଅନୁଭବ କରୁଥିବା ନେଇ ଅଭିଯୋଗ ହେଉଛି ।‌ ସେଳଦା ହାଇସ୍କୁଲର ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ସଙ୍ଗେ ସଙ୍ଗେ ଶିକ୍ଷକ ମାନେ ଆମ୍ବୁଲାନ୍ସ ଯୋଗେ ନିଆଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଣି ଚିକିତ୍ସା କରାଇଛନ୍ତି । ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ନିଆଳି ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି । ଗତ ଗୁରୁବାର ମଧ୍ୟ ନିଆଳି ବ୍ଳକର ତିହୁଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ତିହୁଡି ପାରିମାଳରେ କୃମି ବଟିକା ଖାଇ ୬ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିଲେ । ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ନିଆଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା ।‌

ଏହା ମଧ୍ୟ ପଢ଼ନ୍ତୁ: ଜାତୀୟ କୃମି ନାଶକ ଦିବସରେ କୃମି ବଟିକା ଖାଇ ୬ ଛାତ୍ରଛାତ୍ରୀ ଅସୁସ୍ଥ

ଗୁରୁବାର ଜାତୀୟ କୃମି ନାଶକ ଦିବସ ଥିବାରୁ ୧ରୁ ୧୯ ବର୍ଷ ବୟସର ଶିଶୁ ତଥା ପିଲାମାନଙ୍କୁ ଅଙ୍ଗନବାଡି ଓ ବିଦ୍ୟାଳୟରେ ମାଗଣାରେ କୃମି ନାଶକ ଔଷଧ ଦିଆଯାଇଥିଲା ।‌ ମେଡ଼ିକାଲ କର୍ମଚାରୀ ଓ ସ୍କୁଲ ଶିକ୍ଷକଙ୍କ ଦାୟିତ୍ୱ ହୀନତା ଯୋଗୁଁ ବିପଦରୁ ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ । ଏଭଳି ପ୍ରକାରର ଘଟଣା ଯେପରି ଆଗକୁ ନ ହୁଏ ସେଥିପାଇଁ ନଜର ଦେବା ପାଇଁ ଅଭିଭାବକ ଦାବି କରିଛନ୍ତି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.