ETV Bharat / state

ଜାତୀୟ କୃମି ନାଶକ ଦିବସରେ କୃମି ବଟିକା ଖାଇ ୬ ଛାତ୍ରଛାତ୍ରୀ ଅସୁସ୍ଥ

author img

By

Published : Aug 11, 2023, 8:49 AM IST

Updated : Aug 11, 2023, 1:24 PM IST

ତିହୁଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ କୃମି ବଟିକା ଖାଇ ୬ ଛାତ୍ରଛାତ୍ରୀ ଅସୁସ୍ଥ । ଅଧିକ ପଢନ୍ତୁ

national deworming day
national deworming day

students fell ill after consuming Albendazole

ନିଆଳି: ଜାତୀୟ କୃମି ନାଶକ ଦିବସରେ କୃମି ବଟିକା ଖାଇ ଛାତ୍ରୀଙ୍କ ଉଡିଗଲା ହୋସ । 6 ଜଣ ଛାତ୍ରଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ନିଆଳି ବ୍ଲକର ତିହୁଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ । ନିଆଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଅସୁସ୍ଥ ଛାତ୍ରଛାତ୍ରୀଙ୍କ ଚିକିତ୍ସା ଜାରି ରହିଛି । ଏହି ଖବର ଜାଣିବା ପରେ ସ୍କୁଲରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଅସୁସ୍ଥ ଛାତ୍ରଛାତ୍ରୀଙ୍କ ପରିଚୟ ମିଳିପାରିନାହିଁ ।

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଜାତୀୟ କୃମି ନାଶକ ଦିବସରେ ତିହୁଡି ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ କୃମି ବଟିକା ଖାଇବାକୁ ଦିଆଯାଇଥିଲା । ସେମାନଙ୍କ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଆଶା ଦିଦି 80 ଜଣ ପିଲାଙ୍କୁ କୃମି ବଟିକା ଖାଇବାକୁ ଦେଇଥିଲେ । କିନ୍ତୁ ବଟିକା ଖାଇବା ପରେ 6 ଜଣ ଛାତ୍ରଛାତ୍ରୀ ଗୁରୁତର ହୋଇପଡିଥିଲେ । ଛାତ୍ରଛାତ୍ରୀଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହେବାରୁ ଚେତାଶୂନ୍ୟ ହୋଇପଡିଥିଲେ । ସଙ୍ଗେ ସଙ୍ଗେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ନିଆଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏନେଇ ଖବର ପାଇବା ପରେ ବିଦ୍ୟାଳୟରେ ଛାତ୍ରୀମାନଙ୍କ ଅଭିଭାବକ ମାନେ ବିଦ୍ୟାଳୟରେ ପହଞ୍ଚି ହୋହଲ୍ଲା କରିଥିଲେ । ଫଳରେ କିଛି ସମୟ ପାଇଁ ବିଦ୍ୟାଳୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ଜାତୀୟ କୃମି ନାଶକ ଦିବସ: କୃମି ନାଶକ ଯୋଜନାରେ ସଫଳ ହେବ କଟକ ଜିଲ୍ଲା: CDMO

ଶିଶୁମାନେ ବର୍ତ୍ତମାନ କୃମି ଦ୍ୱାରା ବିଶେଷ ଭାବରେ ରୋଗାକ୍ରାନ୍ତ ହେଉଛନ୍ତି । କୃମି ଭିତରେ ଭିତରେ ଶିଶୁମାନଙ୍କୁ ସମ୍ପୂର୍ଣ୍ଣ ରୁଗ୍‌ଣ କରାଉଥିବା ବିଶେଷଜ୍ଞ ଡାକ୍ତର ମତ ପ୍ରକାଶ କରିଛନ୍ତି । ତେଣୁ ଏହାର ନିରାକରଣ ପାଇଁ ଅଗଷ୍ଟ 10 ତାରିଖକୁ ପ୍ରତିବର୍ଷ ଦେଶବ୍ୟାପୀ କୃମି ନାଶକ ଦିବସ ପାଳନ କରାଯାଉଛି । ଏହି ଅବସରରେ ତିହୁଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପିଲାମାନଙ୍କୁ କୃମି ବଟିକା ଖାଇବାକୁ ଦିଆଯାଇଥିଲା । କିନ୍ତୁ 6 ଜଣ ପିଲା ଅସୁସ୍ଥ ହୋଇପଡିଥିଲେ । ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ବିନା ଅନୁମତିରେ ମେଡିକାଲ କର୍ମଚାରୀ ଓ ସ୍କୁଲର ଶିକ୍ଷକ ପିଲାମାନଙ୍କୁ କୃମି ବଟିକା ଖାଇବାକୁ ଦେଇଥିଲେ । କୃମି ବଟିକା ଖାଇ ଯଦି ପିଲାମାନଙ୍କର ଅଧିକ କିଛି ହୋଇଥାନ୍ତା ତେବେ କିଏ ଦାୟୀ ରହିଥାନ୍ତା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ପିଲାମାନଙ୍କୁ କୃମି ବଟିକା ଦେଇଥିବା ଆଶା ଦିଦି କହିଛନ୍ତି ଯେ, ସ୍କୁଲର ପିଲା ମାନେ ମଧ୍ୟାହ୍ନ ଭୋଜନ ଖାଇ ସାରିବା ପରେ ସମସ୍ତଙ୍କୁ କୃମି ବଟିକା ଖାଇବାକୁ ଦିଆଯାଇଥିଲା । ପାଖାପାଖି 80 ଜଣଙ୍କୁ ବଟିକା ଖାଇବାକୁ ଦେବା ପରେ 6 ଜଣ ଅସୁସ୍ଥ ହୋଇପଡିଥିଲେ । ସମସ୍ତଙ୍କ ଚିକିତ୍ସା ଜାରି ରହିଛି ।

ଇଟିଭି ଭାରତ, ନିଆଳି

Last Updated : Aug 11, 2023, 1:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.