ETV Bharat / state

ପ୍ରାର୍ଥନା ଚାଲିଥିଲା, ହଠାତ ଅସୁସ୍ଥ ହୋଇପଡିଲେ ୫ ଛାତ୍ରୀ

author img

By

Published : Jul 25, 2023, 9:37 PM IST

ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ସ୍ଥିତ ଟିଙ୍କ ସ୍କୁଲରେ ଅଘଟଣ । ପ୍ରାର୍ଥନା ଚାଲିଥିବା ବେଳେ ହଠାତ ଅସୁସ୍ଥ ହୋଇପଡିଲେ ୫ ଛାତ୍ରୀ । ସମସ୍ତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଧିକ ପଢ଼ନ୍ତୁ

student fall ill during prayer class in hostel
ପ୍ରାର୍ଥନା ସମସୟରେ ଅସୁସ୍ଥ ହେଲେ ଛାତ୍ରୀ

ପ୍ରାର୍ଥନା ସମସୟରେ ଅସୁସ୍ଥ ହେଲେ ଛାତ୍ରୀ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ସ୍ଥିତ ଟିଙ୍କ ସ୍କୁଲରେ ଅଘଟଣ । ସ୍କୁଲ ହଷ୍ଟେଲରେ ଥିବା ୫ ଛାତ୍ରୀ ହଠାତ ଅସୁସ୍ଥ ହୋଇପଡ଼ିଛି । ଗୁରୁତର ଅବସ୍ଥାରେ ସେମାନଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅସୁସ୍ଥତାର କାରଣ ଜଣାପଡ଼ିନଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ ଘଟଣାର ଯାଞ୍ଚ କରୁଛନ୍ତି । ଖାଦ୍ୟ ଯୋଗୁଁ ଛାତ୍ରୀମାନେ ଅସୁସ୍ଥ ହୋଇଥିବା ଅନୁମାନ କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ: ଅଣ୍ଡା ଭାତ ଖାଇ ୩୨ ଛାତ୍ରୀ ଅସୁସ୍ଥ, ହଷ୍ଟେଲର ଖାଦ୍ୟର ମାନ ନେଇ ଉଠିଲା ପ୍ରଶ୍ନ

ଏହା ମଧ୍ୟ ପଢ଼ନ୍ତୁ: ପୁରୁବାଇ କନ୍ୟାଶ୍ରମରେ ବ୍ୟାପୁଛି ମସ୍ତିଷ୍କ ଜ୍ବର ! ଛାତ୍ରୀଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ସୂଚନା ଅନୁଯାୟୀ, ଜିଲ୍ଲା ଲହୁଣୀପଡା ସ୍ଥିତ ଟିଙ୍କ ସ୍କୁଲର ଛାତ୍ରୀ ନିବାସରେ ୩୦ ଜଣ ଛାତ୍ରୀ ରୁହନ୍ତି । ଗତ ସୋମବାର ସନ୍ଧ୍ୟାରେ ଛାତ୍ରୀ ନିବାସରେ ପ୍ରାର୍ଥନା ଚାଲିଥିବା ସମୟରେ ହଠାତ ୫ ଜଣ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ମୁଣ୍ଡ ବୁଲାଇବାରୁ ତଳେ ପଡ଼ିଯାଇଥିଲେ । ଛାତି ଦରଜ ଏବଂ ବାନ୍ତି ହେବା ସହ ନିିଶ୍ବାସ ନେବାରେ ସମସ୍ୟା ଭୋଗିଥିଲେ । ଅସୁସ୍ଥ ଛାତ୍ରୀଙ୍କୁ ହଷ୍ଟେଲ କର୍ତ୍ତୃପକ୍ଷ ତୁରନ୍ତ ଲହୁଣୀପଡ଼ା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବେଳେ ଜଣେ ଗୁରୁତର ଥିବା ସୂଚନା ମିଳିଛି । ଗୁରୁତର ଛାତ୍ରୀଙ୍କୁ ଇସ୍ପାତ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

ଅନ୍ୟପଟେ ରାଉରକେଲା ସରକାରୀ ଡାକ୍ତରଖାନା ନିର୍ଦ୍ଦେଶକ କହିଛନ୍ତି, "ବର୍ତ୍ତମାନ ସବୁ ଛାତ୍ରୀ ସୁସ୍ଥ ଅଛନ୍ତି । ଛାତ୍ରୀମାନେ ଭୟଭୀତ ଅଛନ୍ତି, ହେଲେ କେଉଁ କାରଣରୁ ଏପରି ଘଟିଲା ତାହା ସ୍ପଷ୍ଟ ହୋଇନାହିଁ । ଜ୍ବର ହେବାର ମଧ୍ୟ କୌଣସି ଲକ୍ଷଣ ଦେଖାଯାଇନାହିଁ । ଏଥିପାଇଁ ସ୍ବାସ୍ଥ୍ୟ ପରୀକ୍ଷା ଚାଲିଥିବା ବେଳେ ଯାଞ୍ଚ ପରେ ଜଣାପଡ଼ିବ ।"

ଏହା ମଧ୍ୟ ପଢ଼ନ୍ତୁ: କ୍ରୀଡା ଉତ୍ସବରେ ଅଘଟଣ, ମଧ୍ୟାହ୍ନ ଭୋଜନ ଖାଇ ୧୫ରୁ ଅଧିକ ଛାତ୍ରୀ ଅସୁସ୍ଥ

ଏହା ମଧ୍ୟ ପଢ଼ନ୍ତୁ: ଆବାସିକ ହଷ୍ଟେଲର ୪୦ ଛାତ୍ରୀ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ହଷ୍ଟେଲରେ ଦିଆଯାଉଥିବା ଖାଦ୍ୟ ନା ଅନ୍ୟ କୌଣସି କାରଣରୁ ଛାତ୍ରୀଙ୍କ ସ୍ବାସ୍ଥ୍ୟ ବିଗିଡ଼ିଲା ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଅନ୍ୟପଟେ ସ୍ଥାନୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ହଷ୍ଟେଲରେ ଦିଆଯାଉଥିବା ଖାଦ୍ୟର ଯାଞ୍ଚ ଆରମ୍ଭ କରିଛନ୍ତି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.