ଆବାସିକ ହଷ୍ଟେଲର ୪୦ ଛାତ୍ରୀ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

author img

By

Published : Aug 24, 2022, 10:17 PM IST

40student ill after eating food at keonjhar

କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ରାଇସୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିବାସର 40ରୁ ଉର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ । ସମସ୍ତ ଛାତ୍ରୀ ନିକଟସ୍ଥ ତେଲକୋଇ ମେଡିକାଲରେ ଭର୍ତ୍ତି । ଅଧିକ ପଢନ୍ତୁ

କେନ୍ଦୁଝର: ଆବାସିକ ହଷ୍ଟେଲରେ 40ରୁ ଉର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ରାଇସୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିବାସର ଛାତ୍ରୀମାନେ ଅସୁସ୍ଥ ହୋଇଥିବା ସୂଚନା । ଏନେଇ ସମସ୍ତ ଛାତ୍ରୀଙ୍କୁ ନିକଟସ୍ଥ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏହା ବି ପଢନ୍ତୁ-କେନ୍ଦୁଝର ମେଡିକାଲ କଲେଜରେ 100 MBBS ସିଟକୁ ଅନୁମୋଦନ, ଚଳିତ ବର୍ଷରୁଠୁ ପଢା ଆରମ୍ଭ

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ବେଳେ ସୁଜି ଖାଇବା ପରେ କିଛି ଛାତ୍ରୀ ଅସୁସ୍ଥ ହୋଇ ପଡିଥିଲେ । ସେମାନଙ୍କର ମୁଣ୍ଡ ବୁଲେଇବା ସହ ଝାଡା ଓ ବାନ୍ତି ହୋଇଥିଲା । ଏନେଇ ପ୍ରାୟ 40 ଛାତ୍ରୀ ଅସୁସ୍ଥ ହୋଇଥିବା ଜଣାପଡିଛି । ଏଥିସହ ଯେଉଁମାନେ ସୁଜି ଖାଇ ନ ଥିଲେ ସେମାନେ ମଧ୍ୟ ଅସୁସ୍ଥ ହୋଇଥିବା ଜଣା ପଡିଛି । ତେବେ ହଷ୍ଟେଲରେ 100 ଛାତ୍ରୀ ରହୁଥୁବା ବେଳେ 40 ଛାତ୍ରୀ ଅସୁସ୍ଥ ହୋଇପଡିଥିବା ଜଣାପଡିଛି । ତେବେ ଖାଦ୍ୟ କିମ୍ବା ପାଣି ଯୋଗୁଁ ଏପରି ହୋଇଥାଇ ପାରେ ବୋଲି ଜଣେ ଶିକ୍ଷକ ପ୍ରକାଶ କରିଛନ୍ତି।ବର୍ତ୍ତମାନ ଛାତ୍ରୀ ମାନଙ୍କ ଚିକିତ୍ସା ଚାଲି ଥିବା ବେଳେ ସେମାନଙ୍କ ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.