ETV Bharat / state

ବୌଦ୍ଧରେ ରାଜ୍ୟର ପ୍ରଥମ ବନ୍ୟପ୍ରାଣୀ ସଫାରୀ ନନ୍ଦନବନ ପ୍ରକଳ୍ପ

author img

By

Published : Oct 14, 2022, 4:30 PM IST

ବୌଦ୍ଧ ଜିଲ୍ଲାରେ ରାଜ୍ୟର ପ୍ରଥମ ବନ୍ୟପ୍ରାଣୀ ସଫାରୀ ନନ୍ଦନବନ ପ୍ରକଳ୍ପ । ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ ବନ୍ୟପ୍ରାଣୀ ସଫାରୀ ।

1st wildlife safari nandanvan project in boudh
ବୌଦ୍ଧରେ ରାଜ୍ୟର ପ୍ରଥମ ବନ୍ୟପ୍ରାଣୀ ସଫାରୀ ନନ୍ଦନବନ ପ୍ରକଳ୍ପ

ବୌଦ୍ଧ: ଜିଲ୍ଲାରେ ପ୍ରସ୍ତୁତ ହେଉଛି ରାଜ୍ୟର ପ୍ରଥମ ବନ୍ୟପ୍ରାଣୀ ସଫାରୀ ନନ୍ଦନବନ ପ୍ରକଳ୍ପ । ବୌଦ୍ଧ ଜିଲ୍ଲାର ବୀରନରସିଂପୁର ଓ ମଥୁରା ପଞ୍ଚାୟତର ମଧ୍ୟବର୍ତ୍ତୀ ଟିଟି ଝରଣାର ଉଭୟ ପାର୍ଶ୍ଵରେ ଥିବା ୧୫୦୦ ଏକର ପରିମିତ ଅଞ୍ଚଳରେ ନିର୍ମାଣ ହେଉଛି ନନ୍ଦନବନ ସଫାରୀ । ଏହି ପ୍ରକଳ୍ପ ଦ୍ବାରା ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ ବିକାଶ ସହିତ ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ଆଶା ପ୍ରକାଶ ପାଇଛି ।

ବୌଦ୍ଧରେ ରାଜ୍ୟର ପ୍ରଥମ ବନ୍ୟପ୍ରାଣୀ ସଫାରୀ ନନ୍ଦନବନ ପ୍ରକଳ୍ପ

ଓଡ଼ିଶାର ପ୍ରଥମ ପରିବେଶ ଭିତ୍ତିକ ବନ୍ୟପ୍ରାଣୀ ସଫାରୀ ନିର୍ମାଣ ପ୍ରକ୍ରିୟା ଜାରି ରହିଛି । ନୂଆପଡା ଡ୍ୟାମଠାରୁ ନେଇ ଏଠାରେ ଅନେକ ବିରଳ ପ୍ରଜାତିର ସରୀସୃପ, ବନ୍ୟପ୍ରାଣୀ, ଦୁର୍ଲଭ ଔଷଧୀୟ ଗୁଳ୍ମ, ସବୁଜ ବନାନୀ ବର୍ଷ ତମାମ ପ୍ରକୃତି ପ୍ରେମୀ ତଥା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ବର୍ତ୍ତମାନ ଏସବୁ ଅଞ୍ଚଳରେ ବନ୍ୟପ୍ରାଣୀଙ୍କ ସଫାରୀ ସହିତ ଇକୋ କଟେଜ, ଯାଯାବର, ବୋଟିଂ, ଏମ୍ୟୁଜମେଣ୍ଟ ପାର୍କ ଭଳି ଅନେକ ପ୍ରକଳ୍ପ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାକୁ ପ୍ରତିଷ୍ଠା ହେବ । ଏନେଇ ବୌଦ୍ଧ ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ତଥା ରାଜ୍ୟ ସରକାରଙ୍କ ସହଯୋଗରେ ଏହି ପ୍ରକଳ୍ପ ଆଗେଇ ଚାଲିଥିବାବେଳେ, ପର୍ଯ୍ୟଟକଙ୍କ ପାଇଁ ଉଦ୍ଦିଷ୍ଟ ପଥପ୍ରାନ୍ତ ଯାଯାବର ପ୍ରସ୍ତୁତ ହୋଇସାରିଛି ।

ଏହା ମଧ୍ୟ ପଢ଼ନ୍ତୁ: ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବ ଡମ୍ବରଗାଡ

ଏସବୁ ଅଞ୍ଚଳକୁ ରାଜ୍ୟ ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ ବୁଲି ଦେଖିବା ସହିତ ଏହାର ବ୍ଲୁପ୍ରିଣ୍ଟକୁ ସମୀକ୍ଷା କରିଛନ୍ତି । ଓଡ଼ିଶାର ପ୍ରଥମ ପରିବେଶ ଭିତ୍ତିକ ଏହି ବନ୍ୟପ୍ରାଣୀ ସଫାରୀ ପ୍ରତିଷ୍ଠା ଦ୍ବାରା ବୌଦ୍ଧ ଜିଲ୍ଲାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି ହେବା ସହିତ ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ଘଟିବ ବୋଲି ଆଶା ପ୍ରକାଶ ପାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.