ETV Bharat / state

ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବ ଡମ୍ବରଗାଡ

author img

By

Published : Aug 1, 2022, 10:47 PM IST

ବୌଦ୍ଧ ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବ ଐତିହାସିକ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଡମ୍ବରୁଗଡ । ଅଧିକ ପଢନ୍ତୁ

ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବ ଡମ୍ବରୁଗଡ
ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବ ଡମ୍ବରୁଗଡ

ବୌଦ୍ଧ: ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବ ଐତିହାସିକ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଡମ୍ବରୁଗଡ । ଆଗକୁ ଆହୁରି ପର୍ଯ୍ୟଟକଙ୍କ ମନ ମୋହିବ ଏହି ପର୍ଯ୍ୟଟନସ୍ଥଳୀ ।

ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବ ଡମ୍ବରୁଗଡ

ଜିଲ୍ଲାପାଳଙ୍କ ଶେଷ କାର୍ଯ୍ୟ ଦିବସରେ ଜିଲ୍ଲାପାଳଙ୍କ ସହିତ ଜଙ୍ଗଲ ମନ୍ତ୍ରୀ, ବିଧାୟକ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଏହି ପର୍ଯ୍ୟଟନ ସ୍ଥଳୀରେ ପହଞ୍ଚିଥିଲେ । ଜିଲ୍ଲାର ଅନ୍ୟତମ ଆଧ୍ୟାତ୍ମିକ ତଥା ସାଂସ୍କୃତିକ କେନ୍ଦ୍ର ସ୍ଥଳ ଡମ୍ବରୁଗଡ । ମହାନଦୀ କୂଳରେ ଅତ୍ୟନ୍ତ ମନୋରମ ପୂର୍ଣ୍ଣ ସ୍ଥାନରେ ଥିବା ଏହି ଐତିହାସିକ ତଥା ସୌନ୍ଦର୍ଯ୍ୟ ପୂର୍ଣ୍ଣ ସ୍ଥାନ ବର୍ଷ ତମାମ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ଏହି ସ୍ଥାନକୁ ଅଧିକ ବିକଶିତ କରିବା ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନ ଅକ୍ସି ଟୁରିଜିମ ମାଧ୍ୟମରେ ପ୍ରଚେଷ୍ଟା ଆରମ୍ଭ କରାଯାଇଛି ।

ରବିବାର ଏହି ଐତିହାସିକ ପୀଠରେ ଅତିଥି ରୂପେ ରାଜ୍ୟ ଜଙ୍ଗଲ, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, କଣ୍ଟାମାଳ ବିଧାୟକ ମହୀଧର ରଣା,ବିଦାୟୀ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ବହୁ ବରିଷ୍ଠ ଅଧିକାରୀ ତଥା ନିର୍ବାଚିତ ଜନ ପ୍ରତିନିଧିମାନେ ପହଞ୍ଚି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । । ସଂନ୍ଧ୍ୟାରେ ବୌଦ୍ଧ ସ୍ଥିତ ଜିଲ୍ଲା ସଂଗ୍ରହାଳୟ ପରିସରରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.