ETV Bharat / state

ଦୀପାବଳିରେ ଅଘଟଣ, ଭଦ୍ରକରେ ବାଣ ଫୁଟାଇ 7 ଗୁରୁତର

author img

By ETV Bharat Odisha Team

Published : Nov 13, 2023, 7:39 AM IST

Updated : Nov 13, 2023, 1:21 PM IST

ଦୀପାବଳିରେ ଅଘଟଣ
ଦୀପାବଳିରେ ଅଘଟଣ

ଭଦ୍ରକ ଜିଲ୍ଲାରେ ଦୀପାବଳିରେ ଅଘଟଣ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଘଟଣ ଘଟି 7 ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

ଦୀପାବଳିରେ ଅଘଟଣ

ଭଦ୍ରକ: ଆଲୋକର ପର୍ବ ଦୀପାବଳିରେ ଜିଲ୍ଲାରେ ଅଘଟଣ । ଦୀପାବଳିରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଘଟଣ ଘଟି 7 ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ତେବେ ଏହି ଗୁରୁତର ଭାବେ ଆହତମାନଙ୍କ ମଧ୍ୟରେ ଅଧିକାଂଶ ଶିଶୁ ତଥା ନାବାଳକ ଥିବା ବେଳେ କେବଳ ମାତ୍ର ଜଣେ ଯୁବକ ଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ- ଦୀପାବଳିରେ ଅଘଟଣ, ବାଇକ ଦୁର୍ଘଟଣା ଓ ବାଣରେ ପୋଡି ହୋଇ ୧୧ରୁ ଊର୍ଦ୍ଧ୍ବ ଆହତ

ସୂଚନା ଅନୁଯାୟୀ, ସୁପ୍ରିମକୋର୍ଟ ଚଳିତ ବର୍ଷ ପବିତ୍ର ଦୀପାବଳି ଉତ୍ସବ ପାଳନ ସମୟରେ ଶବ୍ଦ ପ୍ରଦୂଷଣ କରିବା ପରି ବାଣ ଫୁଟାଇବା ଉପରେ ନିଷେଧାଦେଶ ଜାରି କରିଥିଲେ । ତେଣୁ ଚଳିତ ବର୍ଷ ସେତେଟା ବାଣ ଫୁଟି ନଥିବା ବେଳେ କାଁଭାଁ କେତେକ ସ୍ଥାନରେ ଏହି ବାଣ ଫୁଟାଉଥିଲେ ଭଦ୍ରକ ଜିଲ୍ଲାବାସୀ । ତେବେ ଏହି ବାଣ ଫୁଟାଇବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରେ 7 ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଭଦ୍ରକ ସରମରା ଅଞ୍ଚଳ, ଧାମନଗରର ଜାହାଙ୍ଗୀର ଅଞ୍ଚଳ, ବାସୁଦେବପୁର ଅଞ୍ଚଳ ଭଦ୍ରକ କେଦାରପୁର ଅନ୍ତର୍ଗତ ଜିତାନଗା ଅଞ୍ଚଳରୁ ଜଣେ ଲେଖାଏଁ ନାବାଳକ ବିଶେଷ ଗୁରୁତର ଭାବରେ ଆହତ ହୋଇଛନ୍ତି । ଏହାସହ ଅନ୍ୟାନ କେତେକ ସ୍ଥାନରେ ମଧ୍ୟ ବାଣ ଫୁଟାଇବା ବେଳେ ସାମାନ୍ୟ ଆହତ ହୋଇଛନ୍ତି ଲୋକେ ।

ଏହା ମଧ୍ୟ ପଢନ୍ତୁ- ଦୀପାବଳିରେ ଅଘଟଣ, ତମାଣ୍ଡୋରେ ଜଳିଗଲା ବସ୍‌

7 ଜଣ ଆହତଙ୍କ ମଧ୍ୟରେ ଏହି 4 ଜଣ ନାବାଳକ ଅଧିକ ଗୁରୁତର ହୋଇଥିବା ଜଣାପଡିଛି । ପ୍ରାଥମିକ ଚିକିତ୍ସା ପରେ ଦୁଇ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେହିପରି ଅନ୍ୟମାନେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ଏବଂ ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।

ଭଦ୍ରକରେ ଜାକଜକମରେ ପାଳନ ହୁଏ ଦେବୀ ମା କାଳୀ ପୂଜା । ଐତିହାସିକ କାଳୀ ପୂଜା ପାଇଁ ଉତ୍ସବ ମୁଖର ସମଗ୍ର ଭଦ୍ରକ ଜିଲ୍ଲା । ଦୀର୍ଘ ୭ ଦିନ ଧରି କାଳୀ ପୂଜା ମହାଆଡମ୍ବରରେ ପାଳନ କରାଯିବ । ଏଠାରେ ବିଭିନ୍ନ ପୂଜା ମଣ୍ଡପରେ ସପ୍ତକାଳୀ ବେଶରେ ଦର୍ଶନ ଦେବେ ମାଆ । ଏନେଇ ଭଦ୍ରକ ସହର ସମେତ ପ୍ରସିଦ୍ଧ ଶକ୍ତିପୀଠ ମାଆ ଭଦ୍ରକାଳୀଙ୍କ ପୀଠରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି । ବିଶେଷକରି ସହର ଉପକଣ୍ଠରେ ଥିବା ଚରମ୍ପା ଅଞ୍ଚଳରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନଙ୍କ ସମାଗମ ହୋଇଛନ୍ତି । ୭ ଦିନର ପୂଜାର୍ଚ୍ଚନା ପରେ ଆସନ୍ତା ୧୯ ତାରିଖ ଦିନ ବିଭିନ୍ନ ପୂଜା ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତିଗୁଡ଼ିକର ଭସାଣି ଉତ୍ସବ ଅନୁଷ୍ଠିତ ହେବ । ତେଣୁ ଶାନ୍ତି ଶୃଙ୍ଖଳାର ସହ କାଳିପୂଜା ସମ୍ପନ୍ନ ପାଇଁ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଇଟିଭି ଭାରତ, ଭଦ୍ରକ

Last Updated :Nov 13, 2023, 1:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.