ETV Bharat / state

ଦୀପାବଳିରେ ଅଘଟଣ, ବାଇକ ଦୁର୍ଘଟଣା ଓ ବାଣରେ ପୋଡି ହୋଇ ୧୧ରୁ ଊର୍ଦ୍ଧ୍ବ ଆହତ

author img

By ETV Bharat Odisha Team

Published : Nov 12, 2023, 10:50 PM IST

ଯାଜପୁର ଜିଲ୍ଲାରେ ଦୀପାବଳିରେ ଅଘଟଣ । ବାଇକ ଦୁର୍ଘଟଣା ଓ ବାଣରେ ପୋଡି ହୋଇ ୧୧ରୁ ଊର୍ଦ୍ଧ୍ବ ଆହତ । ଅଧିକ ପଢନ୍ତୁ

Incident happened on Diwali festival in Jajpur
Incident happened on Diwali festival in Jajpur

ଦୀପାବଳିରେ ଅଘଟଣ, ବାଇକ ଦୁର୍ଘଟଣା ଓ ବାଣରେ ପୋଡି ହୋଇ ୧୧ରୁ ଊର୍ଦ୍ଧ୍ବ ଆହତ

ଯାଜପୁର: ଆଲୋକର ପର୍ବ ଦୀପାବଳିରେ ଜିଲ୍ଲାରେ ଅଘଟଣ । ଜିଲ୍ଲାର ବ୍ୟାସନଗର ସହରରେ ଦୀପାବଳିରେ ବିଭିନ୍ନ ସ୍ଥାନରେ ଅଘଟଣ ବାଇକ ଦୁର୍ଘଟଣା ଓ ବାଣରେ ପୋଡି ହେଇ 3ଜଣ ଶିଶୁ, ଜଣେ ମହିଳାଙ୍କ ସମେତ ୧୧ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ଅଗ୍ନିଶମ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନ କରିବା ସତ୍ତ୍ବେ ଅସାବଧାନତା ଯୋଗୁଁ ବାଣରେ ପୋଡ଼ି ହୋଇଛନ୍ତି କିଛି ଜିଲ୍ଲାବାସୀ । ଏହାପରେ ସେମାନଙ୍କୁ ଚିକିତ୍ସା ଲାଗି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।

ଦୀପାବଳି ପାଇଁ ଆଜି ସାରା ଦେଶ ଉତ୍ସବମୁଖର । ମାତ୍ର ବ୍ୟାସନଗର ସହରରେ ଦୀପାବଳିରେ ଦେଖିବାକୁ ମିଳିଛି ଅନେକ ଦୁର୍ଘଟଣା । ଆଜି ସନ୍ଧ୍ୟାରେ ପ୍ରଥମେ ବ୍ୟାସନଗର ପୌର ପରିଷଦ ଦଳା ସ୍ଥିତ ଓଭର ବ୍ରିଜ ନିକଟରେ ଏକ ସାହିରେ ଫୁଟାବାଣ ପଡି ଦୁଇ ବଖରା ଘର ପୋଡି ପାଉଁଶ ହୋଇଯାଇଥିଲା । ସେହିପରି ଯାଜପୁର ରୋଡ ଥାନା ବସଷ୍ଟାଣ୍ଡ, ରେଳ ଷ୍ଟେସନ ଛକ, ଗୋପବନ୍ଧୁ ଛକ ଓ କହ୍ନେଇପୁର ଛକରେ ବାଇକ ଦୁର୍ଘଟଣା ଘଟିଛି । ଏଥିରେ ୫ରୁ ଊର୍ଦ୍ଧ୍ବ ଯୁବକ ଆହତ ହୋଇଛନ୍ତି । ଏଥିସହିତ ବ୍ୟାସନଗର ଓ କୋରେଇ ଅଞ୍ଚଳରେ ୩ ଜଣ ଶିଶୁ, ଜଣେ ମହିଳା ସମେତ ୫ ଜଣ ଆହତ ହେଇଥିବା ସୂଚନା ମିଳିଛି ।

ଏହା ବି ପଢନ୍ତୁ- Diwali 2023: ଦୀପାବଳିରେ ଏଡାଇ ପାରିବେ ଅଘଟଣ, ଅଗ୍ନିଶମ ବାହିନୀ କରୁଛି ସଚେତନ

ସେପଟେ ଏହି ଦୁର୍ଘଟଣା ଦେଖି ସ୍ଥାନୀୟ ଅଞ୍ଚଳରେ ପୋଲିସ ଓ ସ୍ବାସ୍ଥ୍ୟ ଅଧିକାରୀମାନେ ସଜାଗ ଥିବା ରହିଛନ୍ତି । ଲୋକେ ସାମାନ୍ୟ ସାବଧାନତା ରଖିଲେ ଦୀପାବଳିରେ ଅଘଟଣରୁ ବର୍ତ୍ତିପାରିବେ । ବିଶେଷ କରି ଖାଲି ହାତରେ ‌ବାଣ ନ‌ ଫୁଟାଇ କିଛି ବାଡି ବା ଝୁରୁଝୁରି ଆଦି ଜରିଆରେ ବାଣ ଫୁଟାନ୍ତୁ । ବାଣଠାରୁ ଦୂରେଇ ରୁହନ୍ତୁ । ଖୋଲା ଜାଗା ବା ଫାଙ୍କା ସ୍ଥାନରେ ବାଣ ଫୁଟାନ୍ତୁ । ବାଣ ଫୁଟାଇବା ବେଳେ କାହା ଉପରକୁ ବା କୌଣସି ଜୀବଜନ୍ତୁଙ୍କ ଉପରେ ଫୋପାଡନ୍ତୁ ନାହିଁ । କଟନ କପଡ଼ା ବ୍ୟବହାର କରି ବାଣ ଫୁଟାନ୍ତୁ । ଅଫୁଟା ବାଣ ଛୁଅନ୍ତୁ ନାହିଁ ବା ତାକୁ ପୁନଃ ଫୁଟାଇବାକୁ ଚେଷ୍ଟା କରନ୍ତୁ ନାହିଁ । ବାଣ ଭଳି ନିଆଁ ପ୍ରତି ସତର୍କ ରୁହନ୍ତୁ ଏବଂ ସୁରକ୍ଷିତ ସହ ସତର୍କତାର ସହ ବାଣ ଫୁଟାଇଲେ ଅଘଟଣରୁ ବର୍ତ୍ତିପାରିବେ ଲୋକେ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.