ETV Bharat / state

ନବବଧୂକୁ ହତ୍ୟା ଅଭିଯୋଗ, ତଦନ୍ତ ଜାରି

author img

By

Published : Sep 2, 2020, 9:50 AM IST

murder
ନବବଧୁକୁ ହତ୍ୟା ଅଭିଯୋଗ

ପୁଣି ଜଣେ ନବବଧୂକୁ ହତ୍ୟା ଅଭିଯୋଗ। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବନ୍ତ ଥାନା ନିଳୋକ ପଞ୍ଚାୟତ ଘରପଦା ଅଞ୍ଚଳରେ।

ଭଦ୍ରକ: ପୁଣି ଜଣେ ନବବଧୂକୁ ହତ୍ୟା ଅଭିଯୋଗ। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବନ୍ତ ଥାନା ନିଳୋକ ପଞ୍ଚାୟତ ଘରପଦା ଅଞ୍ଚଳରେ।

ନବବଧୁକୁ ହତ୍ୟା ଅଭିଯୋଗ

ଖବର ଅନୁଯାୟୀ, ଗ୍ରାମର ମଧୁସୂଦନ ଦାସଙ୍କ ସ୍ତ୍ରୀ ପଦ୍ମିନୀ ପରିଡାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଗଣିଜାଙ୍ଗ ପଞ୍ଚାୟତ ହାସିପୁର ଅଞ୍ଚଳର ପଦ୍ମିନୀଙ୍କ ବିବାହ ଚଳିତ ବର୍ଷ ଜୁଲାଇ 12ରେ ବନ୍ତ ଥାନା ନିଳୋକ ପଞ୍ଚାୟତ ଘରପଦା ଅଞ୍ଚଳର ମଧୁସୂଦନ ଦାସଙ୍କ ହୋଇଥିଲା।

ପରବର୍ତ୍ତୀ ସମୟରେ ତାଙ୍କୁ ଶାଶୁ ଘର ଲୋକେ ବିଭିନ୍ନ ଘଟଣାକୁ କେନ୍ଦ୍ର କରି ବାରମ୍ବାର ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ପଦ୍ମିନୀ ବାପ ଘରକୁ ଜଣାଇବା ପରେ ସ୍ଥାନୀୟ ନିଳୋକ ସରପଞ୍ଚଙ୍କ ମାଧ୍ୟମରେ ଏହି ବିବାଦର ସମାଧାନ ପାଇଁ ଦିନ ଧାର୍ଯ୍ୟ ମଧ୍ୟ ହୋଇଥିଲା।

ତେବେ ମଙ୍ଗଳବାର ବିଳମ୍ବିତ ରାତିରେ ପଦ୍ମିନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଶାଶୁ ଘର ଲୋକେ କହୁଥିବା ବେଳେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପଦ୍ମିନୀଙ୍କ ପରିବାର ପକ୍ଷରୁ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି।

ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛନ୍ତି । ଏପଟେ ପୋଲିସ ପଦ୍ମୀନିଙ୍କ ସ୍ଵାମୀ, ଦେଢଶୂର ଓ ଯାଆଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଘଟଣା ତଦନ୍ତ ଆରମ୍ଭ କରିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.