ETV Bharat / state

ଅବସରପ୍ରାପ୍ତ ସିଡିଏମଓଙ୍କୁ ଭୁଜାଲିରେ ଆକ୍ରମଣ କଲେ ଦୁର୍ବୃତ୍ତ

author img

By ETV Bharat Odisha Team

Published : Dec 22, 2023, 12:26 PM IST

Updated : Dec 22, 2023, 1:41 PM IST

Miscreants attacked retired CDMO
Miscreants attacked retired CDMO

Miscreants attacked retired CDMO: ଚୋରି ସମୟରେ ଅବସରପ୍ରାପ୍ତ ସିଡିଏମଓଙ୍କୁ ଭୁଜାଲିରେ ଆକ୍ରମଣ କଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

miscreants attacked retired cdmo

ଭଦ୍ରକ: ଅବସରପ୍ରାପ୍ତ ସିଡିଏମଓଙ୍କ ଘରୁ ଚୋରି । ଚୋରି କରିବା ସମୟରେ ସାମ୍ନା ସାମ୍ନି ହେବାରୁ ଅବସରପ୍ରାପ୍ତ ସିଡିଏମଓଙ୍କୁ ଭୁଜାଲିରେ ଆକ୍ରମଣ କରି ଫେରାର ହୋଇଗଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅଧିନସ୍ଥ ଚାରି ଘରିଆ ଅଞ୍ଚଳରେ। ଅବସର ପ୍ରାପ୍ତ ସିଡିଏମଓ ହେଉଛନ୍ତି ରଘୁନାଥ ପାଢ଼ୀ । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଶରୀରର 6ଟି ସ୍ଥାନରେ ଆଘାତ ଲାଗିଛି । ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଡାକ୍ତର ସୂଚନା ଦେଇଛନ୍ତି । ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ- ଅସୁରବନ୍ଧ ଗାଁରେ ସିରିଜ ଚୋରି, ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା

ଗୁରୁବାର ରାତିରେ ରଘୁନାଥ ପାଢ଼ୀଙ୍କ ଘରେ ପଶି ଚୋରି କରୁଥିଲେ ଦୁର୍ବୃତ୍ତ । ଘରେ ପଶି ଟଙ୍କା ଏବଂ ଗୋଟିଏ ହାତ ବନ୍ଧା ଘଣ୍ଟା ଚୋରି କରି ନେଇଥିଲେ । ପରେ ଅନ୍ୟାନ୍ୟ ଜିନିଷ ଚୋରି କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଆଜି ସକାଳୁ ରଘୁନାଥ ପାଢ଼ୀ ସକାଳୁ ଠାକୁର ଘରର ଚାବି ଖୋଲିଥିଲେ । ଏହି ସମୟରେ ବେଳେ ହଠାତ ଜଣେ ଦୁର୍ବୃତ୍ତ ଆସି ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲା । ଅବସରପ୍ରାପ୍ତ ସିଡିଏମଓଙ୍କ ଚିତ୍କାର ଶୁଣି ତାଙ୍କ ସ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚିବା ପରେ ଦୁର୍ବୃତ୍ତ ସେଠାରୁ ଫେରାର ହୋଇଯାଇଥିଲା । ପରେ ସ୍ଥାନୀୟ ଲୋକେ ରଘୁନାଥ ପାଢ଼ୀଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏନେଇ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ-ରାଜଧାନୀରେ ଚୋରଙ୍କ ଉତ୍ପାତ, ଆପାର୍ଟମେଣ୍ଟର ୫ଟି ଫ୍ଲାଟରୁ ସିରିଜ୍‌ ଚୋରି

ଏ ଘଟଣାରେ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ, ଅବସର ପ୍ରାପ୍ତ ସିଡିଏମଓଙ୍କ ଘରୁ 2 ଥର ଚୋରି ହେଲାଣି । ସୁନା ଗହଣା ସହ ଟଙ୍କା ଲୁଟ ହୋଇଛି । ଏହି ଘଟଣାରେ ସେ ପୋଲିସକୁ ଅନେକ ଥର ଅବଗତ କରାଇଛନ୍ତି । କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଆଜି ଦୁର୍ବୃତ୍ତ ମାନେ ତାଙ୍କୁ ଭୁଜାଲିରେ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି । ହସ୍ପିଟାଲରେ ଭର୍ତ୍ତି ହେବା ପରେ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଅଧିକ ଚିକିତ୍ସା ଆବଶ୍ୟକ ପଡିଲେ ଅନ୍ୟ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରିବୁ ।

ଇଟିଭି ଭାରତ, ଭଦ୍ରକ

Last Updated :Dec 22, 2023, 1:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.