ETV Bharat / state

ପାରିବାରିକ କଳହର କରୁଣ ପରିଣତି, ପୁଅ ଝିଅ ସହ ମିଶି ସ୍ବାମୀକୁ ମାରିଦେଲା ସ୍ତ୍ରୀ

author img

By

Published : Nov 24, 2022, 4:19 PM IST

ରକ୍ତ ସମ୍ପର୍କରେ ଛିଟା, ପୁଅଝିଅ ସହ ମିଶି ସ୍ବାମୀକୁ ମାରିଦେଲା ସ୍ତ୍ରୀ
ରକ୍ତ ସମ୍ପର୍କରେ ଛିଟା, ପୁଅଝିଅ ସହ ମିଶି ସ୍ବାମୀକୁ ମାରିଦେଲା ସ୍ତ୍ରୀ

ରକ୍ତ ସମ୍ପର୍କରେ ଛିଟା । ପାରିବାରିକ କଳହକୁ ନେଇ ତିନି ପୁଅ, ଝିଅ ଓ ସ୍ତ୍ରୀ ମିଶି ବାପାକୁ ପିଟି ପିଟି ମାରି ଦେଇଥିବା ସୂଚନା । ପୁଅକୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ । ଅଧିକ ପଢ଼ନ୍ତୁ

ଭଦ୍ରକ : ରକ୍ତ ସମ୍ପର୍କରେ ଛିଟା । ପାରିବାରିକ କଳହକୁ ନେଇ ତିନି ପୁଅ, ଝିଅ ଓ ସ୍ତ୍ରୀ ମିଶି ବାପାକୁ ପିଟି ପିଟି ମାରି ଦେଇଥିବା ସୂଚନା । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନା ଦୌଲତପୁର ଅଞ୍ଚଳରେ । ମୃତ ବ୍ୟକ୍ତି ଜଣକ ହେଲେ ବାବୁଆ ଦାସ ।

ସୂଚନା ଅନୁଯାୟୀ ବାବୁଆ ଦାସ ଓ ତାଙ୍କ ସ୍ତ୍ରୀଙ୍କ ସହ ଅନେକ ସମୟରେ ମତାନ୍ତର ହୋଇ ଅଶାନ୍ତି ଲାଗିରହୁଥିଲା । ଏନେଇ ବହୁ ସମୟରେ ସ୍ତ୍ରୀ ବାବୁଆଙ୍କ ପାଖରେ ନରହି ତାଙ୍କ ବାପ ଘରେ ରହୁଥିଲେ । ତେବେ ବାବୁଆ ଘର ବାହାରେ ଏକ ଭୋଜି ଖାଇ ଶୋଇଥିଲେ । ଏହି ସମୟରେ ହଠାତ୍ ସ୍ତ୍ରୀ, 3 ପୁଅ ଓ ଝିଅ ମିଶି ବାପ ବାବୁଆଙ୍କୁ ଶାବଳରେ ଆକ୍ରମଣ କରିଥିଲେ ବୋଲି ଜଣାପଡିଛି ।

ଏହି ଆକ୍ରମଣରେ ବାବୁଆ ଗୁରୁତର ହୋଇ ପଡ଼ିଥିଲା । ଏନେଇ ଖବରପାଇ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ତିହିଡି଼ ମେଡିକାଲ ଓ ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଏହି ଘଟଣା ନେଇ ପୀରହାଟ ଥାନାରେ ଅଭିଯୋଗ ହେବାପରେ ସ୍ଥାନୀୟ ପୋଲିସ ଗୋଟିଏ ପୁଅକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି । ପରକୀୟା ପ୍ରୀତି ଯୋଗୁଁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଥିବା ବେଳେ, ପୋଲିସ ତଦନ୍ତ ପରେ ସ୍ପଷ୍ଟ ସୂଚନା ଆସିବ । କିନ୍ତୁ ଏପର୍ଯ୍ୟନ୍ତ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.