ETV Bharat / state

ମମିତା ହତ୍ୟାକାଣ୍ଡ; ଭଦ୍ରକରେ ଗର୍ଜିଲା କଂଗ୍ରେସ

author img

By

Published : Oct 26, 2021, 10:30 PM IST

Bhadrak Congress
Bhadrak Congress

ଥମିବାରେ ନାଁ ଧରୁନି ମହାଲିଙ୍ଗ କଲେଜ ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାର ତାତି । ଏହାକୁ ନେଇ ରାଜ୍ୟ ରାଜନୀତି ଏବେ ଉଠୁଛି ପଡୁଛି। ଆଗକୁ ପଞ୍ଚାୟତ ନିର୍ବାଚନ ପାଇଁ ଏହି ପ୍ରସଙ୍ଗ ସଂପ୍ରତି ବିରୋଧୀଙ୍କ ମୁଖ୍ୟ ମୁଦ୍ଦା ପାଲଟିଛି । ଅଧିକ ପଢନ୍ତୁ...

ଭଦ୍ରକ: ଥମିବାରେ ନାଁ ଧରୁନି ମହାଲିଙ୍ଗ କଲେଜ ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାର ତାତି। ଏହାକୁ ନେଇ ରାଜ୍ୟ ରାଜନୀତି ଏବେ ଉଠୁଛି ପଡୁଛି। ଆଗକୁ ପଞ୍ଚାୟତ ନିର୍ବାଚନ ପାଇଁ ଏହି ପ୍ରସଙ୍ଗ ସଂପ୍ରତି ବିରୋଧୀଙ୍କ ମୁଖ୍ୟ ମୁଦ୍ଦା ପାଲଟିଛି ।

ମମିତା ମେହେର ହତ୍ୟାକାଣ୍ଡ; ଭଦ୍ରକରେ କଂଗ୍ରେସର ପ୍ରତିବାଦ

ବିରୋଧୀଙ୍କ ପ୍ରତିବାଦରେ ଶାସକ ବିଜେଡି ମଧ୍ୟ ମୁହଁ ଖୋଲିଲେଣି ତଥାପି ବିରୋଧୀଙ୍କ ଜାରି ରହିଛି ଆକ୍ରମଣ। ଆଜି (ମଙ୍ଗଳବାର) ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଯୁବ କଂଗ୍ରେସ ଓ କଂଗ୍ରେସ ପକ୍ଷରୁ ମମିତା ମେହର ଅପହରଣ ଓ ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ଗରିଫ କରିବା ସହ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।

ଏନେଇ କଂଗ୍ରେସ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରାଯାଇଥିଲା। ରାଜ୍ୟ ସରକାରଙ୍କ ଦିର୍ଘ 21 ବର୍ଷର ନାରୀ ହତ୍ୟାକାରୀ ସରକାର ନାରାଦେଇ ଯୁବ କଂଗ୍ରେସ କର୍ମୀମାନେ ବର୍ଷିଥିଲେ । ପରେ ତହସିଲ କାର୍ଯ୍ୟାଳୟ ଆଗରେ ଏକ ପ୍ରତିବାଦ ସଭା କରାଯାଇଥିଲା।

ଯୁବ କଂଗ୍ରେସ ନେତା ଦିଗମ୍ବର ସାହୁଙ୍କ ନେତୃତରେ ନିର୍ବାଚନ ମଣ୍ଡଳୀ ନେତା ଦିଗମ୍ବର ଦାସ ଓ ବ୍ଲକ କଂଗ୍ରେସ ସଭାପତି କିଣୁରାମ ଜେନା, ନଗର ସଭାପତି ବୃନ୍ଦାବାନ ମହାଳିକଙ୍କ ସହିତ ବହୁ ଛାମୁଆ ନେତା ଓ କର୍ମୀ ମାନେ ଯୋଗଦେଇ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତଳିକା ଦାହ କରିଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.