ETV Bharat / state

Kali Puja: ଚାଲିଛି ମାଆ କାଳୀଙ୍କ ଆରାଧନା, ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ

author img

By ETV Bharat Odisha Team

Published : Nov 14, 2023, 8:00 AM IST

maa kali puja
ମାଆ କାଳୀଙ୍କ ଆରାଧନା

ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ବିଭିନ୍ନ ପୂଜା ମଣ୍ଡପରେ ମା' ଶ୍ୟାମାକାଳୀ ଏବଂ ଦକ୍ଷିଣେଶ୍ୱରୀ କାଳୀଙ୍କ ପୂଜାଉତ୍ସବକୁ ନେଇ ଚଳଚଞ୍ଚଳ । ମଣ୍ଡପ ଗୁଡିକରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ । ଅଧିକ ପଢନ୍ତୁ

ମାଆ କାଳୀଙ୍କ ଆରାଧନା

ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ବିଭିନ୍ନ ପୂଜା ମଣ୍ଡପରେ ଆରମ୍ଭ ହୋଇଯାଇଛି ମା’ ଶ୍ୟାମାକାଳୀ ଏବଂ ଦକ୍ଷିଣେଶ୍ୱରୀ କାଳୀଙ୍କ ପୂଜାଉତ୍ସବ । ଅମାବାସ୍ୟା ସନ୍ଧ୍ୟାରେ କଳସ ବୁଡା ଯାଇ ନୀତିକାନ୍ତି କରାଯାଇଥିଲା । ତେବେ ଦେବୀ ମାଆଙ୍କ ପୂଜା ଆରାଧନା ପାଇଁ ପୂଜା ମଣ୍ଡପଗୁଡିକୁ ଆକର୍ଷଣୀୟ ଭାବେ ସୁସଜ୍ଜିତ କରାଯାଇଛି । ଦେବୀ ମାଆଙ୍କ ମୃଣ୍ମୟୀ ପ୍ରତିମା ଦର୍ଶନ ତଥା ସନ୍ଧ୍ୟା ଆରତୀରେ ସାମିଲ ହୋଇ ଦେବୀ କୃପା ଲାଭ କରିବା ପାଇଁ ମଣ୍ଡପ ଗୁଡିକରେ ଶ୍ରଦ୍ଧାଳୁଙ୍କ ବେଶ ଭିଡ ଦେଖିବାକୁ ମିଳୁଛି ।

ବିଶେଷକରି ତିହିଡିର ସର୍ବ ପୂରାତନ ଦେବୀ ପୀଠ କାଳୀମେଘା ଗ୍ରାମର ମା’ ଦକ୍ଷିଣେଶ୍ୱରୀ କାଳୀଙ୍କର ପ୍ରସିଦ୍ଧି ରହିଛି । 300 ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଏଠାରେ ମା’ ଦକ୍ଷିଣେଶ୍ୱରୀ କାଳୀଙ୍କ ପୂଜା ପାଳିତ ହୋଇଆସୁଛି । ଗ୍ରାମର ମଧ୍ୟ ଭାଗରେ ଥିବା ମନ୍ଦିରରେ ମା’ କାଳୀଙ୍କ ମୃଣ୍ମୟୀ ମୂର୍ତ୍ତିଙ୍କୁ ଷୋଢଶ ଉପଚାରରେ ପୂଜାର୍ଚ୍ଚନା କରାଯାଇଥାଏ । ତେବେ ମାଆଙ୍କ ନାମ ଏବଂ ମେଘ ରଙ୍ଗର ରୂପକୁ ନେଇ ଗ୍ରାମର ନାମ କାଳୀମେଘା ରଖାଯାଇଥିବା କୁହାଯାଏ । ମାଆଙ୍କ ମହିମା ଏବଂ କରୁଣା ଅପାର । ଯିଏ ଯାହା ମାନସିକ ରଖିଥାଏ ମା' ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି ।

ସେହିପରି 1945 ମସିହାରୁ ତିହିଡିରେ ଶ୍ୟାମାକାଳୀଙ୍କ ପୂଜା ପାଳିତ ହୋଇଆସୁଛି । ଚଳିତ ବର୍ଷ କାଳୀ ପୂଜାରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜିତ ହେବା ସହ ଗତାନୁଗତିକ ଶୈଳୀରେ ପାର୍ଶ୍ୱ ପ୍ରତିମୂର୍ତ୍ତି ବିଶେଷ ଆକଷର୍ଣର କେନ୍ଦ୍ରବିନ୍ଦୁ ପାଲଟିଥାଏ । ସେହିପରି 1949 ମସିହା ଠାରୁ ପୀରହାଟ ପୁରୁଣା ବଜାରରେ ଶ୍ୟାମାକାଳୀ ପୂଜା ପାଳିତ ହେଉଛି । ପ୍ରଥମେ ଏକ ମାଟି ଘରେ ମା’ କାଳୀଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ଯଥାବିଧିରେ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ଅନ୍ୟ ଏକ ମାଟି ଘରେ ମା’ କାଳୀଙ୍କ ମୃଣ୍ମୟୀ ମୂର୍ତ୍ତି ସ୍ଥାପନ କରାଯାଇ ଯଥାବିଧିରେ ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ଏକ ଭବ୍ୟ ମନ୍ଦିର ପ୍ରତିଷ୍ଠା କରାଯାଇ ମା’ ଙ୍କ ପୂଜା ପାଳନ କରାଯାଉଛି ।

ଏହାମଧ୍ୟ ପଢନ୍ତୁ: ସପ୍ତମାତୃକା ବେଶର ଦ୍ଵିତୀୟ ଦିନରେ ମା'ଙ୍କ ମହାକାଳୀ ବେଶ, ଶ୍ରଦ୍ଧାଳୁଙ୍କ ଭିଡ

ଅନ୍ୟପଟେ ପୀରହାଟ ମଝି ବଜାର ଠାରେ ବିଗତ 52 ବର୍ଷ ଧରି କାଳୀ ପୂଜା ପାଳିତ ହେଉଛି । 7 ଦିନ ବ୍ୟାପୀ ପାଲା, ଭଜନ ସମାରୋହ କାର୍ଯ୍ୟକ୍ରମ ହୋଇଥାଏ । ଯାହାକି ଭକ୍ତଙ୍କ ସମାଗମ ପରିସରକୁ ଉତ୍ସବ ମୁଖର କରିଛି । ପୂଜା ପାଉଥିବା ମା’ କାଳୀଙ୍କ ପୀଠରେ ସାତ ଦିନ ଧରି ପର୍ଯ୍ୟାୟକ୍ରମେ ମା’ କାଳୀଙ୍କ ତାରା ବେଶ, ଷୋଡଶୀ ବେଶ, ଭୁବନେଶ୍ୱରୀ ବେଶ, ଭୈରବୀ ବେଶ, ଛିନ୍ନମସ୍ତା ବେଶ, ଧୂମାବତୀ ବେଶ, ବଗଲା ବେଶ, ମାତଙ୍ଗୀ ବେଶ ଏବଂ କମଳା ବେଶ ଅନୁଷ୍ଠିତ ହୋଇଥାଏ । ମାାଙ୍କ ଦର୍ଶନ ପାଇଁ ବହୁ ଦୂରଦୁରନ୍ତାରୁ ଶ୍ରଦ୍ଧାଳୁ ଭକ୍ତମାନେ ଆସି ପୂଜାର୍ଚ୍ଚନା କରି ମାନସିକ ପୂରଣ କରିଥାନ୍ତି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.