ETV Bharat / state

ଯୌତୁକ ପାଇଁ ସ୍ତ୍ରୀର ତଣ୍ଟି କାଟିଦେଲା ମଦ୍ୟପ ସ୍ୱାମୀ

author img

By

Published : Jan 18, 2023, 11:12 AM IST

husband fatal attacked wife
ସ୍ତ୍ରୀର ତଣ୍ଟି କାଟିଦେଲା ମଦ୍ୟପ ସ୍ୱାମୀ

ପାରିବାରିକ ବିବାଦ ପାଇଁ ସ୍ତ୍ରୀର ତଣ୍ଟି କାଟିଦେଲା ମଦ୍ୟପ ସ୍ୱାମୀ । ଗୁରୁତର ଅବସ୍ଥାରେରେ ସ୍ତ୍ରୀକୁ କଟକ ବଡ଼ ମେଡିକାଲରେ ଭର୍ତ୍ତି । ଅଧିକ ପଢ଼ନ୍ତୁ

ସ୍ତ୍ରୀର ତଣ୍ଟି କାଟିଦେଲା ମଦ୍ୟପ ସ୍ୱାମୀ

ଭଦ୍ରକ: ସ୍ୱାମୀର ଛୁରା ମାଡ଼ରେ ସ୍ତ୍ରୀ ଗୁରୁତର । ସଙ୍କଟାପନ୍ନ ଅବସ୍ଥାରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତରିତ । ଅଧିକ ଯୌତୁକ ଟଙ୍କା ପାଇଁ ମଦ୍ୟପ ସ୍ୱାମୀ ଛୁରୀରେ ସ୍ତ୍ରୀର ବେକ କାଟିଲା ବୋଲି ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ନିକଟ ବଣିଆ ପଞ୍ଚାୟତ ଅନ୍ତର୍ଗତ କାଞ୍ଚପଡା ଗାଁରେ । ଏହି ଗାଁର ଜଗବନ୍ଧୁ ଜେନା ଦୀର୍ଘଦିନ ଧରି ନିଜ ପତ୍ନୀ ଗାୟତ୍ରୀ ଜେନାଙ୍କୁ ନିଶାଗ୍ରସ୍ତ ଅବସ୍ଥାରେ ଆସି ଅଧିକ ଯୌତୁକ ଟଙ୍କା ପାଇଁ ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେଇ ଆସୁଥିଲେ ।

ଏନେଇ କିଛି ଦିନ ଧରି ଉଭୟଙ୍କ ମଧ୍ୟରେ ଯୌତୁକ ଟଙ୍କାକୁ କେନ୍ଦ୍ର କରି ବିବାଦ ଲାଗିଥିଲା । ଯାହାକୁ କିଛି ଦିନ ପୂର୍ବରୁ ମଧ୍ୟସ୍ଥିଙ୍କ ମଧ୍ୟମରେ ସମାଧାନ କରାଯାଇଥିବା ସୂଚନା ମିଳିଛି । ହେଲେ ପୁଣିଥରେ ଏହି ଘଟଣାକୁ ନେଇ ଗତକାଲି ସ୍ୱାମୀ ଜଗବନ୍ଧୁ ନିଶାସକ୍ତ ଅବସ୍ଥାରେ ଆସି ସ୍ତ୍ରୀ ଗାୟତ୍ରୀଙ୍କୁ ଏକ ଛୁରୀରେ ତାଙ୍କ ବେକକୁ ଆକ୍ରମଣ କରିଥିଲା ।

ଫଳରେ ଅତ୍ୟଧିକ ରକ୍ତ ସ୍ରାବ ହେବାସହ ସେ ଚେତଶୂନ୍ୟ ହୋଇଯାଇଥିଲେ। ଏହି ଘଟଣା ଜଣାପଡିବା ପରେ ଗାୟତ୍ରୀଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଗ୍ରାମବାସୀ ଚିକିତ୍ସା ପାଇଁ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ସ୍ଵାସ୍ଥ୍ୟ ଅବସ୍ଥା ଆହୁରି ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏହି ଘଟଣା ପରେ ସାବରଙ୍ଗ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ସ୍ୱାମୀ ଜଗବନ୍ଧୁକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଏହାମଧ୍ୟ ପଢ଼ନ୍ତୁ. ହାଇକୋର୍ଟରେ ଶ୍ରଦ୍ଧାଞ୍ଜଳି ଜାମିନ ମାମଲା, ତଳ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ

ଏ ସମ୍ପର୍କରେ ଗାୟତ୍ରୀଙ୍କ ଭାଇ ଗଣେଷ କାଣ୍ଡୀ କହିଛନ୍ତି '' କିଛିଦିନ ଧରି ଭିଣେଇ ମୋ ଭଉଣୀକୁ ମାରପିଟ କରୁଥିଲେ । ଦୀର୍ଘଦିନ ଧରି ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିଥିଲା । ଭିଣେଇ ସବୁବେଳେ ଯୌତୁକ ପାଇଁ ମୋ ଭଉଣୀକୁ ମାଡ଼ ମାରୁଥିଲେ । ହେଲେ ଗତକାଲି ପୁଣି ସକାଳେ ମଦ ପିଇ ଆସି ମୋ ଭଉଣୀକୁ ମାଡ଼ ମାରିଥିଲେ । ଟଙ୍କା ଦେ ନହେଲେ ମୋ ଘରୁ ବାହାର ବୋଲି ଭିଣେଇ ଭଉଣୀକୁ କହି ମାଡ଼ ମାରିଥିଲେ । ପରେ ଏକ ଛୁରୀରେ ଭଉଣୀର ବେକକୁ କାଟି ଦେଇଛନ୍ତି । ବାହାଘର ସମୟରେ ଯେତିକି ଆମର ସକ୍ଷମ ଆମେ ଦେଇଥିଲୁ । ହେଲେ ଏବେ ଆହୁରି ଟଙ୍କା ମାଗୁଛନ୍ତି । କଉଠୁ ଆଣିବୁ ଏତେ ଟଙ୍କା । ଭିଣେଇ ଡେଲି ମଦ ପିଇ ଘରେ ସବୁ ଟଙ୍କା ସାରି ଦେଇଛି । ଆଉ ଏବେ ମଦ ପିଇବା ପାଇଁ ଆଉ ଅଧିକ ଯୌତୁକ ଆଣିବା ପାଇଁ ଭଉଣୀକୁ ପ୍ରତିଦିନ ନିର୍ଯାତନା ଦେଉଛି'' ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.