ETV Bharat / state

ତେଜୁଛି ଭଦ୍ରକ ପୌରପାଳିକା ବିବାଦ, ବିକାଶ କାର୍ଯ୍ୟ ଠପ

author img

By ETV Bharat Odisha Team

Published : Sep 17, 2023, 12:01 PM IST

ତେଜୁଛି ଭଦ୍ରକ ପୌରପାଳିକା ବିବାଦ
ତେଜୁଛି ଭଦ୍ରକ ପୌରପାଳିକା ବିବାଦ

ତେଜୁଛି ପୌରପାଳିକାରେ ପୌର ଅଧ୍ୟକ୍ଷାଙ୍କ ସହ କାଉନସିଲରଙ୍କ ବିବାଦ । ଏନେଇ ପୌର ବିକାଶ କାର୍ଯ୍ୟ ଠପ । ଅଧିକ ପଢନ୍ତୁ

ତେଜୁଛି ଭଦ୍ରକ ପୌରପାଳିକା ବିବାଦ

ଭଦ୍ରକ: ପୌରପାଳିକାରେ ଅଚଳାବସ୍ଥା । ତେଜୁଛି ପୌରାଧ୍ୟକ୍ଷ ଓ କାଉନସିଲରଙ୍କ ମଧ୍ୟରେ ବିବାଦ । କାଉନସିଲର ଏବଂ ଅଧ୍ୟକ୍ଷାଙ୍କ ମଧ୍ୟରେ ତୀବ୍ର ବିବାଦ ଯୋଗୁଁ ପୌରାଞ୍ଚଳରେ ବିକାଶ କାର୍ଯ୍ୟ ଠପ । ଏନେଇ ଭଦ୍ରକ ପୌର ଅଧକ୍ଷାଙ୍କ ଦ୍ଵାରା ଅନୁଷ୍ଠିତ 21 ତମ କାଉନସିଲ ବୈଠକରେ ଆଗତ 8 ଟି ଜନକଲ୍ୟାଣକାରୀ ପ୍ରସ୍ତାବ ମଧ୍ୟରୁ ମାତ୍ର ଗୋଟିଏ ପ୍ରସ୍ତାବ ଗୃହୀତ ହୋଇଛି । ପୌର ପରିଷଦରେ ସଂଖ୍ୟା ଗରିଷ୍ଠ ବିଜେଡି କାଉନସିଲରଙ୍କ ବିରୋଧ ଯୋଗୁଁ କେବଳ ଗୋଟିଏ ଧର୍ମ ଉତ୍ସବ ପାଳନ ସମ୍ପର୍କିତ ପ୍ରସ୍ତାବ ଛଡା ଅନ୍ୟ କୌଣସି ପ୍ରସ୍ତାବ ଗୃହୀତ ହୋଇ ପାରିନଥିଲା ।

ତେବେ ପୂର୍ବରୁ କାଉନସିଲରମାନେ ସେମାନଙ୍କ ୱାର୍ଡରେ କାର୍ଯ୍ୟକାରୀ ହେବାକୁ ଦେଇଥିବା ସମସ୍ତ ପ୍ରକଳ୍ପ ପ୍ରଥମେ ଟେଣ୍ଡର ହେବା ପରେ ଅନ୍ୟ ପ୍ରସ୍ତାବ ଉପରେ ଆଲୋଚନା ହେବ ବୋଲି ଅଡି ବସିଥିଲେ । ଏନେଇ ପୌର ଅଧ୍ୟକ୍ଷାଙ୍କ ଦ୍ଵାରା ଆଗତ ଗୋଟିଏ ହେଲେ ପୌର ବିକାଶ ପ୍ରସ୍ତାବ ଆଲୋଚନାକୁ ଆସିପାରି ନଥିଲା । ଯାହା ଫଳରେ ବିନା କୌଣସି ନିଷ୍ପତ୍ତି ଏବଂ ପ୍ରସ୍ତାବରେ ପୌରପାଳିକାର 21 ତମ କାଉନସିଲ ବୈଠକ ଶେଷ ହୋଇଛି ।

ଅଧ୍ୟକ୍ଷଙ୍କ କହିବା ଅନୁଯାୟୀ, ତାଙ୍କୁ ବିଭିନ୍ନ ୱାର୍ଡରୁ 299ଟି ଚିଠା ମିଳିଥିବା ବେଳେ ସେଥିରୁ 259ଟି ଟେଣ୍ଡର ପ୍ରକ୍ରିୟାକୁ ଯାଇ ସାରିଛି । କିଛି ଚିଠାରେ ଜାଗାବାଡି ବିବାଦ ରହିଥିବା ବେଳେ ମଞ୍ଜୁର ପ୍ରକଳ୍ପ ଗୁଡିକ ଶେଷ ହୋଇ ନଥିବାରୁ ଅବଶିଷ୍ଟ ପ୍ରକଳ୍ପ ଗୁଡିକ ଟେଣ୍ଡରକୁ ଯିବାରେ ବିଳମ୍ବ ହେଉଛି । ତାଛଡ଼ା ପୌର ପାଳିକାରେ ସୀମିତ ଠିକାଦାର ହେତୁ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ସାରିବା ବିଳମ୍ବିତ ହେଉଛି । ତେଣୁ ଏକ କାଳୀନ ସବୁ ଗୁଡିକ ପ୍ରକଳ୍ପର ଟେଣ୍ଡର ଡାକି ପ୍ରକଳ୍ପ ପକାଇ ରଖିବା ଅପେକ୍ଷା ପ୍ରକଳ୍ପ ସମ୍ପୂର୍ଣ୍ଣ କରି ନୂତନ ପ୍ରକଳ୍ପ ଆରମ୍ଭ କରିବା ଯଥାର୍ଥ ଅଟେ । ଯାହାକି ପୌରବାସୀଙ୍କ ସ୍ବାର୍ଥ ସହ ଜଡିତ ବିକାଶମୂଳକ କାର୍ଯ୍ୟକୁ ଅଟକାଇ ରଖିବା ଆଦୌ ପୌରବାସୀଙ୍କ ସ୍ଵାର୍ଥ ସମ୍ବଳିତ ନୁହେଁ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଭଦ୍ରକ ପୌରପାଳିକାରେ ବିକାଶ କାର୍ଯ୍ୟ ଠପ, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ କାଉନସିଲର

ସେହିପରି ଅନ୍ୟପଟେ କାଉନସିଲର କହିଛନ୍ତି ଯେ, ଆଗକୁ ନିର୍ବାଚନ ଅଛି । ଯେ କୌଣସି ମୁହୂର୍ତ୍ତରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇପାରେ । ତେଣୁ ପୁରୁଣା ପ୍ରକଳ୍ପ ସରିନଥିବା ଆଳରେ ନୂତନ ପ୍ରକଳ୍ପ ଗୁଡିକୁ ପକାଇ ରଖିବା ଆଦୌ ଯଥାର୍ଥ ନୁହେଁ । ତାଛଡ଼ା ଯେଉଁ ଠିକାଦାରମାନେ କାମ ନେଇ ନିର୍ଦ୍ଧାରିତ ସମୟରେ କାମ ସମ୍ପୂର୍ଣ୍ଣ କରୁ ନାହାନ୍ତି ସେମାନଙ୍କୁ କଳା ତାଲିକାଭୁକ୍ତ କରି ତୁରନ୍ତ କାର୍ଯ୍ୟରୁ ଅନ୍ତର କରାଯିବାର ଅବଶ୍ୟକତା ରହିଛି । ଯାହାକୁ ଅଧକ୍ଷା କାର୍ଯ୍ୟକାରୀ କରୁ ନାହାନ୍ତି । ଗୋଟିଏ ପଟରେ କୋଟି କୋଟି ଟଙ୍କାର ପ୍ରକଳ୍ପ ପକାଇ ରଖି ପୌର ବିକାଶ ନାମରେ ନୂତନ ପ୍ରସ୍ତାବ ଆଗତ କରାଯିବାର କୌଣସି ଯଥାର୍ଥତା ନାହିଁ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.