ETV Bharat / state

କ୍ରୀଡା ଭିତ୍ତିଭୂମିର ଉନ୍ନତି ନହେବା ପାଇଁ ଜିଲ୍ଲା ପ୍ରଶାସନ ଦାୟୀ: କଂଗ୍ରେସ

author img

By ETV Bharat Odisha Team

Published : Oct 14, 2023, 11:39 AM IST

Updated : Oct 14, 2023, 11:44 AM IST

sports lover facing problem
sports lover facing problem

ଆଉଟଡୋର କ୍ରୀଡା ପାଇଁ ଭିତ୍ତିଭୂମି ନଥିବା ଯୋଗୁଁ ଭଦ୍ରକ ଜିଲ୍ଲା ପ୍ରଶାସନକୁ ଦାୟୀ କରିଛି କଂଗ୍ରେସ । ଯଥାଶୀଘ୍ର ତ୍ଵରିତ ପଦକ୍ଷେପ ଗ୍ରହଣ କରାନଗଲେ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି । ଅଧିକ ପଢନ୍ତୁ

sports lover facing problem

ଭଦ୍ରକ: କ୍ରୀଡା ହବ୍ ହେବାକୁ ଯାଉଛି ଓଡିଶା । ହେଲେ ଭଦ୍ରକରେ ଜିଲ୍ଲାସ୍ତରୀୟ ଷ୍ଟାଡିୟମ ନିର୍ମାଣ ପାଇଁ ଆଜି ପର୍ଯ୍ୟନ୍ତ ଜାଗା ନିରୂପଣ ହୋଇ ପାରିନାହିଁ । ତେବେ କ୍ରୀଡା ଭିତ୍ତିଭୂମିର ଉନ୍ନତି ନହେବା ପାଇଁ ଜିଲ୍ଲା ପ୍ରଶାସନ ଦାୟୀ ବୋଲି କଂଗ୍ରେସ ଅଭିଯୋଗ କରିଛି । 1993 ମସିହାରୁ ଭଦ୍ରକ ଏକ ଜିଲ୍ଲା ହେବା ଠାରୁ ଆଜି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ରୀଡା କ୍ଷେତ୍ରରେ କୌଣସି ଆଗ୍ରହ ପ୍ରକାଶ କରାଯାଇ ନାହିଁ । ରାଜ୍ୟ ସରକାର 2015 ମସିହା ପରେ ଇଣ୍ଟିଗ୍ରେଟେଡ୍ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ପାଇଁ ଭିତ୍ତିଭୂମି ନିର୍ମାଣ କରୁଛନ୍ତି ।

କିନ୍ତୁ ଯେତେ ପର୍ଯ୍ୟନ୍ତ ଜିଲ୍ଲା ସଦର ମହକୁମାରେ ଆଉଟଡୋର ଷ୍ଟାଡିୟମର ନିର୍ମାଣ କରାଯାଇ ନାହିଁ, ସେତେ ପର୍ଯ୍ୟନ୍ତ ଜିଲ୍ଲାରେ ଖେଳକୁଦ ଏବଂ ଏହା ସହିତ ଜଡ଼ିତ ସାମାଜିକ ତଥା ଅର୍ଥନୈତିକ କ୍ଷେତ୍ରରେ ଅନେକ ସମ୍ଭାବନାର ବିକାଶ ହୋଇପାରିବ ନାହିଁ ବୋଲି ଜିଲ୍ଲା କଂଗ୍ରେସ ମୁଖ୍ୟ ମୁଖପାତ୍ର ଶୁଭେନ୍ଦୁ ରାୟ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମସ୍ତ ପ୍ରକାରର ଆଥଲେଟିକ ଇଭେଣ୍ଟ ସହିତ ଫୁଟବଲ, କ୍ରିକେଟ ପାଇଁ ପଡ଼ିଆ, ସିନ୍ଥେଟିକ ହକି ଗ୍ରାଉଣ୍ଡ, ସୁଇମିଂ ପୁଲ ଆଦି ନିର୍ମାଣ ହେଲେ ଉଭୟ ଖେଳ ତଥା ଖେଳାଳିର ପ୍ରକୃତ ବିକାଶ ହୋଇପାରିବ । କିନ୍ତୁ ସରକାର ପ୍ରସ୍ତାବ ଦେବାର ପ୍ରାୟ 10 ବର୍ଷରୁ ଊର୍ଦ୍ଧ୍ଵ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ଜିଲ୍ଲାରେ ଆଉଟଡୋର ଷ୍ଟାଡିୟମ ନିର୍ମାଣ ପାଇଁ ସ୍ଥାନ ନିରୂପଣ କରିବାରେ ବିଫଳ ହୋଇଛନ୍ତି । ସେହିପରି ଜିଲ୍ଳା ପ୍ରଶାସନ ଅନ୍ତର୍ଗତ ସ୍ପେଶାଲ ପ୍ଲାନିଂ ଅଥରିଟି କୋରକୋରା ପଞ୍ଚାୟତ ଠାରେ 15 ଏକର ଜାଗା ରିକ୍ରିଏସନାଲ ଜୋନ ପାଇଁ ସ୍ଥାନ ନିରୂପଣ କେବଳ କାଗଜ କଲମରେ ରହିଯାଇଥିବାରୁ ଏ ସମ୍ବନ୍ଧରେ କୌଣସି ଉନ୍ନତି ପରିଲକ୍ଷିତ ହେଉନଥିବା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ- କ୍ରୀଡା ପ୍ରତିଭାଙ୍କ ପାଇଁ ନାହିଁ ଭିତ୍ତିଭୂମି, ଆଉଟଡୋର ଖେଳକୁ ମନ ବଳାଉନାହାନ୍ତି ଖେଳାଳି

ପ୍ରତି 5 ବର୍ଷରେ ଥରେ ଜିଲ୍ଲାରେ 218ଟି ପଞ୍ଚାୟତରୁ 10,000ରୁ ଊର୍ଦ୍ଧ୍ଵ ଯୁବକ ଯୁବତୀ କ୍ରୀଡାକୁ ପାଥେୟ କରି ପୋଲିସ, ପ୍ରତିରକ୍ଷା ବିଭାଗ, ଅର୍ଦ୍ଧ ସାମରିକ ବାହିନୀ ଓ ସିକ୍ୟୁରିଟି ସଂସ୍ଥା ଆଦିରେ ଚାକିରି ପାଉଛନ୍ତି । ଏଥିଲାଗି କ୍ରାଡ଼ା ଭିତ୍ତିଭୂମି ନିର୍ମାଣର ଆବଶ୍ୟକତା ରହିଛି । କ୍ରାଡ଼ା ଭିତ୍ତିଭୂମିର ଅଭାବରେ ଅଧିକାଂଶ ଖେଳାଳି ଏବଂ ଯୁବକ ଯୁବତୀମାନେ କଂକ୍ରିଟ ଓ ପିଚୁ ରାସ୍ତାରେ ଦୌଡ଼ ଅଭ୍ୟାସ କରିବା ସମୟରେ ହୃଦୟ ସମ୍ବନ୍ଧୀୟ ରୋଗର ଶିକାର ହେଉଛନ୍ତି ଏବଂ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପକ୍ଷରେ ଭଦ୍ରକ ଜିଲ୍ଲାରେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ମିଶାଇ 11ଟି ଷ୍ଟାଡିୟମ ପାଇଁ ଅର୍ଥ ବ୍ୟୟ ବରାଦ ହୋଇଥିବା ବେଳେ ଭଦ୍ରକ, ଧାମନଗର ଓ ବାସୁଦେବପୁରକୁ ଛାଡ଼ି ଦେଲେ ଅର୍ଥର ବାଟମାରଣା ହେତୁ ଅନ୍ୟତ୍ର ଷ୍ଟାଡିୟମ ନିର୍ମାଣ ଅଧାପନ୍ତରିଆ ହୋଇ ପଡ଼ିରହିଛି ।

ଏନେଇ ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ଜିଲ୍ଲାବାସୀଙ୍କର ଏହି ପ୍ରମୁଖ ଦାବିକୁ ଜିଲ୍ଲା ପ୍ରଶାସନ ନିକଟରେ ଉପସ୍ଥାପନ କରିବା ସହିତ ତୁରନ୍ତ କ୍ରୀଡ଼ା ଭିତ୍ତିଭୂମି (ଷ୍ଟାଡିୟମ୍) ପାଇଁ ଦାବି କରିଛି । ତେଣୁ ତ୍ଵରିତ ପଦକ୍ଷେପ ଗ୍ରହଣ କରା ନଗଲେ ଜିଲ୍ଲାର ହଜାର ହଜାର ଖେଳାଳିମାନଙ୍କ ମନୋଭାବନାକୁ ସମ୍ମାନ ତଥା ଆବଶ୍ୟକତାକୁ ଆଖିରେ ରଖି ଖୁବଶୀଘ୍ର ଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯିବ ବୋଲି କଂଗ୍ରେସ ମୁଖପାତ୍ର ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଭଦ୍ରକ

Last Updated :Oct 14, 2023, 11:44 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.