ETV Bharat / state

କ୍ରୀଡା ପ୍ରତିଭାଙ୍କ ପାଇଁ ନାହିଁ ଭିତ୍ତିଭୂମି, ଆଉଟଡୋର ଖେଳକୁ ମନ ବଳାଉନାହାନ୍ତି ଖେଳାଳି

author img

By ETV Bharat Odisha Team

Published : Aug 30, 2023, 3:38 PM IST

କୋରାପୁଟର ଶିଶୁଙ୍କ ପାଖରେ ଅମାପ ସମ୍ଭାବନା ରହିଛି । ହେଲେ ଆଉଟଡୋର କ୍ରୀଡା ପାଇଁ ଭିତ୍ତିଭୂମି ନଥିବା କ୍ରୀଡାପ୍ରେମୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

play ground problem in koraput
କୋରାପୁଟରେ କ୍ରୀଡା ପ୍ରତିଭାଙ୍କ ପାଇଁ ନାହିଁ ଭିତ୍ତିଭୂମି

କୋରାପୁଟରେ କ୍ରୀଡା ପ୍ରତିଭାଙ୍କ ପାଇଁ ନାହିଁ ଭିତ୍ତିଭୂମି

କୋରାପୁଟ: କ୍ରୀଡା ହବ ହେବାକୁ ଯାଉଛି ଓଡିଶା । ହେଲେ କୋରାପୁଟ ଜିଲ୍ଲା କ୍ରୀଡା ପ୍ରତିଭାଙ୍କୁ ପାଇଁ କ୍ରୀଡା ଭିତ୍ତିଭୂମିର ଅଭାବ ରହିଛି । ଭଲ ପଡିଆ ନଥିବାରୁ କ୍ରିକେଟ ଫୁଟବଲ ଭଳି ଆଉଟଡୋର ଗେମ ପ୍ରତି ଖେଳାଳିଙ୍କୁ ରୁଚି କମୁଥିବା ଦେଖିବାକୁ ମିଳୁଛି । କୋରାପୁଟର ଶିଶୁଙ୍କ ପାଖରେ ଅମାପ ସମ୍ଭାବନା ରହିଛି । ଟିକିଏ ତାଲିମ ପାଇଲେ କ୍ରିକେଟ , ଫୁଟବଲ , ଭଲିବଲ , ବ୍ୟାଡ଼ମିଣ୍ଟନ ଭଳି ବିଭିନ୍ନ ଖେଳରେ ରାଜ୍ୟ ତଥା ଜାତୀୟ ସ୍ତରରେ ସୁନାମ ଅର୍ଜନ କରିପାରିବେ । ହେଲେ ଇନଡୋର ଗେମକୁ ଛାଡି ଦେଲେ ଜିଲ୍ଲାରେ ଆଉଟ ଡୋର ଗେମକୁ ନେଇ କୌଣସି ସୁବିଧା ନାହିଁ । ଖେଳ ଅଭ୍ୟାସ କରିବାକୁ ପଡିଆଟିଏ ମଧ୍ୟ ନାହିଁ । ଫଳରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଖେଳାଳି ।

ଅଗଷ୍ଟ 29 ତାରିଖରୁ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଏ । ଏହି ଅବସରରେ କୋରାପୁଟ ସର୍ବୋଦୟ ସମିତି ପରିସରରେ ଜିଲ୍ଲାସ୍ତରୀୟ ଚେସ ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପିଲା ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । କୋରାପୁଟ ଜିଲ୍ଲାରେ ଖେଳ ପଡିଆର ଅଭାବରୁ ଉପୁଜିଥିବା ଶୂନ୍ୟସ୍ଥାନ ପ୍ରତି ଉଜାଗର କରିଛି ବୋଲି ବୋଇପାରିଗୁଡାର ସ୍ବେଛାସେବୀ ମୁରଲୀ ବରାଡ଼ ମତବ୍ୟକ୍ତ କରିଛନ୍ତି । ଚେସ ଖେଳରେ ପାରଦର୍ଶିତା ହାସଲ କରିପାରୁଥବା ବେଳେ ଜିଲ୍ଲାରେ ଖେଳ ପଡିଆ ଭଳି ଭିତ୍ତିଭୂମିକୁ ସୁଦୃଢ କରିପାରିଲେ ଅନ୍ୟାନ୍ୟ ଖେଳକୁଦରେ ଜିଲ୍ଲା ସୁନାମ ଅର୍ଜନ କରିପାରନ୍ତା ବୋଲି ସେ କହିଛନ୍ତି ।

ବେସରକାରୀ ଉଦ୍ୟମରେ କୋରାପୁଟରେ ଜିଲ୍ଲା ସ୍ତରୀୟ ଫୁଟବଲ ଓ କ୍ରିକେଟ ତାଲିମ ଶିବିର ଆୟୋଜିତ ହେଉଥିବା ବେଳେ କୋରାପୁଟ ସମେତ ଜିଲ୍ଲାର ବିଭିନ୍ନ ଅଂଚଳରେ ଖେଳ ପଡିଆର ଅଭାବ ପିଲାଙ୍କୁ କ୍ୟାରମ , ଚେସ , ଲୁଡୁ ଭଳି ଖେଳରେ ନିଜକୁ ସୀମିତ କରିବାକୁ ବାଧ୍ୟ କରୁଛନ୍ତି । ଦିନ ଥିଲା ଯେତେବେଳେ କୋରାପୁଟ ସହରରେ ପୂଜାରିପୁଟ ଷ୍ଟାଡିୟମ , ହକି ପଡିଆ , ପୋଲିସ ପରେଡ଼ ପଡିଆ , ରେଳବାଇ ପଡିଆ , ହାଇସ୍କୁଲ ପଡିଆ ଭଳି ଅନେକ ପଡିଆ ପିଲା ତଥା ଯୁବ ପିଢିଙ୍କ ଖେଳିବା ପାଇଁ ଉନ୍ମୁକ୍ତ ଥିଲା । ଏହି ପଡିଆରେ ଅଭ୍ୟାସ କରି ରାଜ୍ୟ ସ୍ତରୀୟ କ୍ରୀଡା ହେଉ ବା ଜାତୀୟ ସ୍ତରୀୟ ହକି , ଫୁଟବଲ ହେଉ ସବୁଥିରେ ସଫଳତାର ସହ ଉତ୍ତମ ପ୍ରଦର୍ଶନ କରି କୋରାପୁଟ ର କ୍ରୀଡ଼ାବିତ ଜିଲ୍ଲା ପାଇଁ ଗୌରବ ଆଣୁଥିଲେ । ହେଲେ ଜିଲ୍ଲାରେ ଆଉଟଡୋର ଖେଳାଳିଙ୍କ ପାଇଁ ପଡିଆ ନଥିବା କ୍ରୀଡାପ୍ରେମୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

କ୍ରୀଡା କ୍ଷେତ୍ରରେ ଭିତ୍ତିଭୂମିର ଅଭାବ ଖେଳାଳିଙ୍କୁ ନିରାଶ କରିଛି । କୋରାପୁଟ ମାଟିରୁ ଫୁଟବଲ , ହକି ଓ ଅନ୍ୟାନ୍ୟ ଖେଳରେ ରାଜ୍ୟ ତଥା ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ବେଳେ ସେହିପରି ଏକ ସ୍ଥାନରେ ବିଦ୍ୟାଳୟର ପିଲାଙ୍କ ଭଳି ନୂତନ ଭାବେ କ୍ରିଡା ଜଗତ ସହ ସମ୍ପର୍କ ସ୍ଥାପନ କରୁଥିବା ବ୍ୟକ୍ତି ବିଶେଷଙ୍କ ଠାରୁ ଆରମ୍ଭ କରି ପେଶାଦାର ଖେଳାଳି ପର୍ଯ୍ୟନ୍ତ କାହାରି ପାଇଁ ଖେଳ ପଡ଼ିଆଟିଏ ନଥିବା ସରକାରୀ ଉଦାସୀନତା , ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ଶାଣୁତା ଉଦାହରଣ ହୋଇଥିବା ମତପ୍ରକାଶ ପାଇଛି । କୋରାପୁଟରେ ଥିବା ଷ୍ଟେଡ଼ିଅମ ଟିର ପୁନଃରୁଦ୍ଧାର କରାଯିବା ଦେଖି ବର୍ଷ ବର୍ଷ ଧରି ଖେଳି ଆସୁଥିବା ଯୁବ ଗୋଷ୍ଠୀ ଏକ ସୁନ୍ଦର ପଡିଆ ପାଇବାର ସ୍ବପ୍ନ ଦେଖୁଥିବା ବେଳେ ବର୍ତମାନ ଏଠାରେ ଖେଳକୁ ସମ୍ପୂର୍ଣ ବନ୍ଦ କରି ଦିଆଯାଇ ପ୍ରବେଶ ଶୁଳ୍କ ଦେଇ କେବଳ ଚାଲିବା ପାଇଁ ସୀମିତ କରି ଦିଆଯାଇଥିବା ଦେଖି ସେମାନେ ମଧ୍ୟ ହତାଶ ହୋଇ ପଡିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.