ETV Bharat / state

ଲାଞ୍ଚ ଭିଡିଓ ଭାଇରାଲ ପରେ RI ନିଲମ୍ବିତ

author img

By

Published : Dec 10, 2022, 7:26 AM IST

ଲାଞ୍ଚ ଭିଡିଓ ଭାଇରାଲ ପରେ ଆରଆଇ ନିଲମ୍ବିତ
ଲାଞ୍ଚ ଭିଡିଓ ଭାଇରାଲ ପରେ ଆରଆଇ ନିଲମ୍ବିତ

ଜାତିଗତ ପ୍ରମାଣପତ୍ର ପାଇଁ ଲାଞ୍ଚ ନେଉଥିବା ଭଦ୍ରକର ଦଳାଙ୍ଗ ରାଜସ୍ବ ନିରୀକ୍ଷକ ତାପସ ଜେନା ନିଲମ୍ବିତ । ଅଧିକ ପଢନ୍ତୁ

ଭଦ୍ରକ: ଜାତିଗତ ପ୍ରମାଣପତ୍ର କରାଇ ଦେବା ପାଇଁ ଲାଞ୍ଚ ନେଉଥିବା ଭଦ୍ରକର ଦଳାଙ୍ଗ ରାଜସ୍ବ ନିରୀକ୍ଷକ ତାପସ ଜେନା ନିଲମ୍ବିତ ହୋଇଛନ୍ତି(Bhadrak RI Suspended Over Bribery Case) । ତାଙ୍କର ଲାଞ୍ଚ ନେବାର ଭିଡିଓ ଭାଇରାଲ ହେବା ପରେ ଭଦ୍ରକ ଜିଲ୍ଲାପାଳ ତାଙ୍କୁ ନିଲମ୍ବନ କରିଛନ୍ତି । ଜଣେ ବ୍ୟକ୍ତି ନିଜ ଝିଅର ଜାତିଗତ ପ୍ରମାଣପତ୍ର ପାଇଁ ଆରଆଇଙ୍କ ପାଖକୁ ଯାଇଥିବା ବେଳେ ସେ ତାଙ୍କୁ ୫୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ । ଆରଆଇଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ପ୍ରକାଶ ଥାଉ କି, ଧାମନଗର ତହସିଲ ଅଧିନ ଦଳାଙ୍ଗ ରାଜସ୍ବ ମଣ୍ଡଳ ଅଞ୍ଚଳର ଜଣେ ବ୍ୟକ୍ତି ନିଜ ଝିଅଙ୍କର ଜାତିଗତ ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ । ବାରମ୍ବାର ତହସିଲ ଅଫିସ ଓ ଆରଆଇ ଅଫିସ ଦୌଡ଼ିଥିଲେ ବି କାମ ହେଲା ନାହିଁ। ତହସିଲ ଅଫିସରେ ତାଙ୍କୁ କୁହାଗଲା ଆରଆଇ ଏ ଯାଏଁ ପଠାଇ ନାହାନ୍ତି। ପୁଣି ସେ ଆରଆଇ ଅଫିସକୁ ଆସିଥିଲେ। ଆରଆଇ ଅଫିସରେ ପହଞ୍ଚିବା ପରେ ରାଜସ୍ୱ ନିରୀକ୍ଷକ(RI) ତାପସ ଜେନା ତାଙ୍କୁ ଏଥିପାଇଁ 500 ଟଙ୍କା ମାଗିଥିଲେ । ସଂପୃକ୍ତ ବ୍ୟକ୍ତି ମାତ୍ର 200 ଟଙ୍କା ଦେବାକୁ କହିଥିଲେ । ହେଲେ ଆରଆଇ ଏଥିରେ ରାଜି ହୋଇନଥିଲେ । ପରେ ସଂପୃକ୍ତ ବ୍ୟକ୍ତି 500 ଶହ ଟଙ୍କା ଦେବାରୁ ସେ ତାଙ୍କ ଜାତିଗତ ପ୍ରମାଣପତ୍ର ତହସିଲଦାରଙ୍କ ନିକଟକୁ ଫରୱାର୍ଡ କରିଥିଲେ ।

ଏହାମଧ୍ୟ ପଢନ୍ତୁ: Viral Video: ଜାତିଗତ ପ୍ରମାଣପତ୍ର ପାଇଁ ଲାଞ୍ଚ ନେଉଛନ୍ତି RI

ଯାହାର ଭିଜୁଆଲ ଭାଇରାଲ ହେବା ପରେ, ରାଜସ୍ବ ନିରୀକ୍ଷକ ତାପସ ଜେନାକୁ ନିଲମ୍ବନ କରିଛନ୍ତି ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବନ୍ଦୋର । ସମସ୍ତ ଭିଡିଓର ଯାଞ୍ଚ ପରେ ଜିଲ୍ଲାପାଳ ନିଲମ୍ବନ କରିଥିବା ଜଣାଯାଇଛି । ତେବେ ଏହି ଆରଆଇ ଜଣଙ୍କ ଲାଞ୍ଚ ନେବା ଘଟଣାର ପୂର୍ବରୁ ବି ଥରେ ନିଲମ୍ବିତ ହୋଇଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.