ETV Bharat / state

Viral Video: ଜାତିଗତ ପ୍ରମାଣପତ୍ର ପାଇଁ ଲାଞ୍ଚ ନେଉଛନ୍ତି RI

author img

By

Published : Dec 8, 2022, 9:17 AM IST

ଜାତିଗତ ପ୍ରମାଣପତ୍ର ପାଇଁ ଲାଞ୍ଚ ନେଉଛନ୍ତି ରାଜସ୍ବ ନିରୀକ୍ଷକ(RI) । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ଅଧିକ ପଢନ୍ତୁ

Viral Video: ଜାତିଗତ ପ୍ରମାଣପତ୍ର ପାଇଁ ଲାଞ୍ଚ ନେଉଛନ୍ତି RI
Viral Video: ଜାତିଗତ ପ୍ରମାଣପତ୍ର ପାଇଁ ଲାଞ୍ଚ ନେଉଛନ୍ତି RI

ଭଦ୍ରକ: ଭାଇରାଲ ହେଉଛି ରାଜସ୍ବ ନିରୀକ୍ଷକ(RI)ଙ୍କ ଲାଞ୍ଚ ଭିଡିଓ । ଜାତିଗତ ପ୍ରମାଣପତ୍ର ପାଇଁ ଲାଞ୍ଚ ମାଗୁଥିବା ବେଳେ ଧାମନଗର ତହସିଲ ଅଧିନ ଦଳାଙ୍ଗ ଆରଆଇ ତାପସ ଜେନାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି (RI caught on camera receiving bribe) । ଜଣେ ବ୍ୟକ୍ତି ଜାତି ପ୍ରମାଣପତ୍ର ପାଇଁ ୨୦୦ ଟଙ୍କା ଦେଉଥିବା ବେଳେ ଜଣେ RIର ମୁଣ୍ଡ କ'ଣ ଏତିକି କହି ସେ ୫୦୦ ଟଙ୍କା ଲାଞ୍ଚ ଦାବି କରୁଥିବା ଭିଡିଓରେ ଦେଖାଯାଇଛି ।

Viral Video: ଜାତିଗତ ପ୍ରମାଣପତ୍ର ପାଇଁ ଲାଞ୍ଚ ନେଉଛନ୍ତି RI

ସୂଚନା ମୁତାବକ, ଦଳାଙ୍ଗ ରାଜସ୍ବ ମଣ୍ଡଳ ଅଞ୍ଚଳର ଜଣେ ବ୍ୟକ୍ତି ନିଜ ଝିଅର ଜାତିଗତ ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ । ବାରମ୍ବାର ତହସିଲ ଅଫିସ ଓ ଆରଆଇ ଅଫିସ ଦୌଡ଼ିଥିଲେ ବି କାମ ହେଲା ନାହିଁ । ତହସିଲ ଅଫିସରେ ତାଙ୍କୁ କୁହାଗଲା ଆରଆଇ ଏ ଯାଏଁ ପ୍ରମାଣପତ୍ର ପଠାଉ ନାହାନ୍ତି । ଯାହାଫଳରେ ତାଙ୍କ ଝିଅକୁ ଆବଶ୍ୟକ ସମୟରେ ଚାକିରି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ତେଣୁ ପୁଣି ସେ ଆରଆଇ ଅଫିସକୁ ଆସିଥିଲେ । ରାଜସ୍ୱ ନିରୀକ୍ଷକ ତାପସ ଜେନା ଏହି ଜାତିଗତ ପ୍ରମାଣ ପତ୍ର ପାଇଁ ବ୍ୟକ୍ତିଙ୍କୁ ୫୦୦ ଟଙ୍କା ମାଗିଥିଲେ । ହେଲେ ସଂପୃକ୍ତ ବ୍ୟକ୍ତି ମାତ୍ର ୨୦୦ ଟଙ୍କା ଦେବାକୁ କହିଥିଲେ । ଏଥିରେ ଆରଆଇ ରାଜି ହୋଇନଥିଲେ ।

ଏହାମଧ୍ୟ ପଢନ୍ତୁ: ପିତ୍ତଳ ଦେଇ ବ୍ୟାଙ୍କରୁ ଠକିନେଲେ ସୁନା ଋଣ, ୭ ଗିରଫ

ତେବେ ସମ୍ପୃକ୍ତ ବ୍ୟକ୍ତି 500 ଟଙ୍କା ଦେବାରୁ ସେ ତାଙ୍କ ଜାତିଗତ ପ୍ରମାଣପତ୍ର ତହସିଲଦାରଙ୍କ ନିକଟକୁ ପଠାଇଥିବା ଜଣାପଡିଛି । ତେବେ ଏନେଇ ରାଜସ୍ବ ନିରୀକ୍ଷକ ତାପସ ଜେନା କିମ୍ବା ତହସିଲଦାର କ୍ଷୀରୋଦ ଚନ୍ଦ୍ର ପଣ୍ଡାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । ପୂର୍ବରୁ ଏହି ଆରଆଇ ଜଣଙ୍କ ଲାଞ୍ଚ ନେବା ଘଟଣାର ନିଲମ୍ବିତ ମଧ୍ୟ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ସମୟରେ ତାଙ୍କର ପୁଣି ଲାଞ୍ଚ ନେଉଥିବା ବେଳର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.