ETV Bharat / state

ସାମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଭଦ୍ରକରେ ପ୍ରସ୍ତୁତି

author img

By

Published : Oct 21, 2022, 4:09 PM IST

ସାମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଭଦ୍ରକରେ ପ୍ରସ୍ତୁତି
ସାମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଭଦ୍ରକରେ ପ୍ରସ୍ତୁତି

ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି, ୨୨ ତାରିଖ ଠାରୁ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ଭଦ୍ରକ: ବଙ୍ଗୋପସାଗରରେ ସାମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ବାତ୍ୟାର ମୁକାବିଲା ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ସମୁଦ୍ର ଉପକୂଳରେ ଥିବା ଚାନ୍ଦବାଲି ବାସୁଦେବପୁର ଏବଂ ତିହିଡି ବ୍ଲକ ଦାଇତ୍ୱ ଦିଆଯାଇଛି । ସେମାନେ ବାତ୍ୟା ଆଶ୍ରୟ ସ୍ଥଳର ବାସ୍ତବ ସ୍ଥିତି ଦେଖି ଆବଶକୀୟ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ୨୨ ତାରିଖଠାରୁ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ କୁହାଯାଇଛି । ଏଥିସହ ସବୁ ଅଧିକାରୀ ମାନଙ୍କ ଛୁଟି ବାତିଲ କରାଯାଇଛି ।

ସାମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଭଦ୍ରକରେ ପ୍ରସ୍ତୁତି

ଏସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ପ୍ରଶାସନ ପକ୍ଷରୁ ବସିବ ବୋଲି ଜଣାପଡିଛି । ଏଥିରେ ବାତ୍ୟା ମୁକାବିଲା ନେଇ ଆଲୋଚନା ହେବ । ସେହିପରି ସମୁଦ୍ର ଉପକୂଳବର୍ତ୍ତୀ କେତେକ ପ୍ରଭାବିତ ଗାଁକୁ ଚିହ୍ନଟ କରାଯାଇଛି । ଲୁଣା ବନ୍ଧର ବାସ୍ତବ ସ୍ଥିତି ଦେଖିବା ପାଇଁ ବାସୁଦେବପୁର ଏବଂ ଚାନ୍ଦବାଲି ତହସିଲଦାରଙ୍କ ସହିତ ଜଳସେଚନ ବିଭାଗକୁ କୁହାଯାଇଛି । ବାତ୍ୟା ସମ୍ପର୍କରେ ସବିଶେଷ ସୂଚନା ଆସିବା ପରେ ପୁରା ପ୍ରସ୍ତୁତିକୁ ଜୋରଦାର କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ବାତ୍ୟାର ଏତେଟା ପ୍ରଭାବ ଓଡିଶା ଉପରେ ନଥିଲେ ମଧ୍ୟ ଉପକୂଳବର୍ତ୍ତୀ ୭ଟି ଜିଲ୍ଲାକୁ ଆଲର୍ଟ ଜାରି ହୋଇଛି ।

ଗୁରୁବାର ଜଗତସିଂହପୁରରେ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ, ଆଜି ଭଦ୍ରକରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଜଗତସିଂହପୁରରେ ମାଛଧରା ବନ୍ଦରରେ ନିଜର ଡଙ୍ଗାକୁ ସୁରକ୍ଷିତ ଭାବରେ ରଖିବାକୁ ମତ୍ସ୍ୟ ବିଭାଗ ପକ୍ଷରୁ ମତ୍ସଜୀବୀମାନଙ୍କୁ କୁହାଯାଇଛି । ସେହିପରି ଜିଲ୍ଲାରେ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଶୁଖିଲା ଖାଦ୍ୟ, ପଲିଥିନ, କିରୋସିନ ଆଦି ମହଜୁଦ ରଖିବାକୁ ଜିଲ୍ଲାପାଳ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ସାମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ।

ଏହା ମଧ୍ୟ ପଢନ୍ତୁ-ଶୁଣୁନାହାନ୍ତି ସରକାର, 15 ବର୍ଷ ହେବ ସ୍ଥାୟୀ ନିଯୁକ୍ତି ଅପେକ୍ଷାରେ 1485 ଆୟୁଷ ଡାକ୍ତର

ମିଳିଥିବା ସୂଚନା ଅନୁଯାୟୀ, ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଗୁରୁବାର ଲଘୁଚାପରେ ପରିଣତ ହୋଇଥିଲା । ଏହି ଲଘୁଚାପ କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ଆସନ୍ତା ୨୨ ତାରିଖ ସକାଳ ସୁଦ୍ଧା ଅବପାତରେ ପରିଣତ ହେବ । ୨୩ ତାରିଖରେ ଗଭୀର ଅବପାତ ଓ ୨୪ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଏଥିସହ ବାତ୍ୟା ଓଡିଶା ଉପକୂଳ ଛୁଇଁ ଚାଲିଯିବ ।

ସାମ୍ଭାବ୍ୟ ବାତ୍ୟାକୁ ନେଇ ଉପକୂଳବର୍ତ୍ତୀ ୭ଟି ଜିଲ୍ଲାକୁ ଆଲର୍ଟ ଜାରି ହୋଇଛି । ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯିବା ସହ ସପ୍ତାହ ଯାଏଁ ହେଡକ୍ବାର୍ଟର ନ ଛାଡିବାକୁ କୁହାଯାଇଛି । ଏହାସହିତ ଜିଲ୍ଲାଗୁଡିକରେ ମେଡିସିନ, ପିଇବା ପାଣି, ଡଙ୍ଗା ଆବଶ୍ୟକ ମୁତାବକ ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ, କଲେଜ, ସ୍କୁଲ ଓ କଲ୍ୟାଣ ମଣ୍ଡପଗୁଡିକୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.