ETV Bharat / state

Padampur bypoll: ପଦ୍ମପୁର ଉପନିର୍ବାଚନରେ 81.29% ମତଦାନ

author img

By

Published : Dec 6, 2022, 12:13 PM IST

Updated : Dec 6, 2022, 12:30 PM IST

ପଦ୍ମପୁର ଉପନିର୍ବାଚନରେ ରେକର୍ଡ ସଂଖ୍ୟକ ମତଦାନ ହୋଇଛି l ୮୧.୨୯% ମତଦାନ ନେଇ ରିଟର୍ଣ୍ଣିଂ ଅଫିସରଙ୍କ ପକ୍ଷରୁ ସୂଚନା ମିଳିଛି । ୨ ଲକ୍ଷ ୯ ହଜାର ୩୦୯ ଜଣ ଭୋଟର ମତଦାନ ସାବ୍ୟସ୍ତ କରିଛନ୍ତି । ଅଧିକ ପଢନ୍ତୁ

କର୍ଡ଼ ଭାଙ୍ଗିଲା ପଦ୍ମପୁର, 81.29% ମତଦାନ ଆକଳନ
କର୍ଡ଼ ଭାଙ୍ଗିଲା ପଦ୍ମପୁର, 81.29% ମତଦାନ ଆକଳନ

ବରଗଡ: ସୁରୁଖୁରରେ ପଦ୍ମପୁର ଉପନିର୍ବାଚନ ଶେଷ ହୋଇଛି । ଉପନିର୍ବାଚନ ମତଦାନରେ ରେକର୍ଡ ଭାଙ୍ଗିଛି ପଦ୍ମପୁର । ପୂର୍ବ 3 ବର୍ଷ ତୁଳନାରେ ରେକର୍ଡ ସଂଖ୍ୟକ ଭୋଟ ଦେଇଛନ୍ତି ଭୋଟର । ୮୧.୨୯% ମତଦାନ ହୋଇଥିବା ନେଇ ରିଟର୍ଣ୍ଣିଂ ଅଫିସରଙ୍କ ପକ୍ଷରୁ ସୂଚନା ମିଳିଛି । ସମୁଦାୟ ୨ ଲକ୍ଷ ୯ ହଜାର ୩୦୯ ଜଣ ଭୋଟର ନିଜର ମତ ସାବ୍ୟସ୍ତ କରିଛନ୍ତି ।

କର୍ଡ଼ ଭାଙ୍ଗିଲା ପଦ୍ମପୁର, 81.29% ମତଦାନ ଆକଳନ

ବିଧାୟକ ବିଜୟ ସିଂ ବରିହାଙ୍କ ବିୟୋଗ ପରେ ପଦ୍ମପୁର ନିର୍ବାଚନମଣ୍ଡଳୀର ଆସନ ଖାଲି ପଡିଥିଲା । ଏନେଇ ଗତକାଲି (ସୋମବାର) ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନିର୍ବାଚନ ମଣ୍ଡଳୀର ସମୁଦାୟ ୨ଲକ୍ଷ ୫୭ ହଜାର ୪୭୪ ଭୋଟରଙ୍କ ମଧ୍ୟରୁ ୨ଲକ୍ଷ ୯ହଜାର ୩୦୯ ଭୋଟର ମତଦାନ କରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି । ଉକ୍ତ ନିର୍ବାଚନ ମଣ୍ଡଳୀର ସମସ୍ତ ୩୧୯ ବୁଥରେ ଭୋଟ ଗ୍ରହଣ ହୋଇଥିଲା । ନିର୍ବାଚନ ମଇଦାନକୁ ଦଳୀୟ ପ୍ରାର୍ଥୀଙ୍କ ସହିତ ୧୦ ଜଣ ପ୍ରାର୍ଥୀ ଓହ୍ଲାଇଥିଲେ । ଇଭିଏମରେ ସେମାନଙ୍କ ଭଗ୍ୟ ସିଲ ହୋଇଛି । ଆସନ୍ତା ୮ତାରିଖରେ ହେବ ଭୋଟ ଗଣତି ପ୍ରକ୍ରିୟା ଅନୁଷ୍ଠିତ ହେବ ।

ଡିସେମ୍ବର 5 ତାରିଖରେ ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ହୋଇଥିଲା । ସକାଲ 7 ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ନ 4 ଟାରେ ଶେଷ ହୋଇଥିଲା । ଏହା ସହ ନିର୍ଦ୍ଧାରିତ ସମୟ ପରେ ଅନେକ ବୁଥ ମାନଙ୍କରେ ଗେଟ ଭିତରେ ରହିଥିବା ମତଦାତାଙ୍କ ମତ ସଂଗ୍ରହ କରାଯାଇଥିଲା l ତେବେ ବିଳମ୍ବିତ ରାତ୍ରିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୁଦାୟ ମତଦାନ ସଂଖ୍ୟା ଘୋଷଣା କରାଯାଇଥିଲା l କାଁ ଭାଁ ବିଶୃଙ୍ଖଳାକୁ ଛାଡିଦେଲେ ଶାନ୍ତିଶୃଙ୍ଖଳାର ସହିତ ମତଦାନ ଶେଷ ହୋଇଥିଲା । ପଦ୍ମପୁର ନିର୍ବାଚନ ମଣ୍ଡଳୀରୁ ଅନେକ ପରିବାର ଅନ୍ୟ ଜିଲ୍ଲା ତଥା ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ 48 ହଜାର 165 ଭୋଟର ମତଦାନ କରିନଥିବା ଜଣାପଡ଼ିଛି l ତଥାପି ପଦ୍ମପୁରରେ 81.29% ମତଦାନ ସଂଗ୍ରହ ହୋଇଥିବା ରେକର୍ଡ଼ ହୋଇଛି ।

ଏହା ବି ପଢନ୍ତୁ...ସରିଲା ପଦ୍ମପୁର ଉପନିର୍ବାଚନ, ମାଓ ପ୍ରବଣ ଅଞ୍ଚଳରେ ନିର୍ଭୟରେ ଭୋଟ ଦେଲେ ଭୋଟର

ନଜର ପକାନ୍ତୁ ପୂର୍ବ ବର୍ଷ ଭୋଟିଂ ରେକର୍ଡ ଉପରେ...

2009 -75.5%

2014 -79.5%

2019 -78.48%

2022-81. 29%

ତେବେ କାହା ସପକ୍ଷରେ ଯିବ ପଦ୍ମପୁରବାସୀଙ୍କ ରାୟ । କିଏ ଜିତିବ ପଦ୍ମପୁର ବାଜି । 3 ଦଳ ପାଇଁ ଅହ୍ବାନ ହୋଇପାରେ ରେକର୍ଡ ସଂଖ୍ୟକ ଭୋଟ । ରେକର୍ଡ ଭୋଟିଂ କଣ ସଙ୍କେତ ଦେଉଛି ତାହା ଆସନ୍ତା 8 ତାରିଖରେ ସ୍ପଷ୍ଟ ହୋଇଯିବ । ଆସନ୍ତା 8 ତାରିଖରେ ପଦ୍ମପୁର ପରୀକ୍ଷା ଫଳ ପ୍ରକାଶ ପାଇବ ।

ଇଟିଭି ଭାରତ, ବରଗଡ

Last Updated :Dec 6, 2022, 12:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.