ETV Bharat / state

ସରିଲା ପଦ୍ମପୁର ଉପନିର୍ବାଚନ, ମାଓ ପ୍ରବଣ ଅଞ୍ଚଳରେ ନିର୍ଭୟରେ ଭୋଟ ଦେଲେ ଭୋଟର

author img

By

Published : Dec 6, 2022, 7:53 AM IST

Updated : Dec 6, 2022, 1:41 PM IST

ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟଗ୍ରହଣ ଶେଷ ହୋଇଛି । ମାଓ ପ୍ରବଣ ଅଞ୍ଚଳରେ ଶାନ୍ତି ଶୃଙ୍ଖଳାର ସହ ମତଦାନ କରିଛନ୍ତି ମତଦାତା । ଅଧିକ ପଢନ୍ତୁ

ସରିଲା ପଦ୍ମପୁର ଉପନିର୍ବାଚନ, ମାଓ ପ୍ରବଣ ଅଞ୍ଚଳରେ ନିର୍ଭୟରେ ଭୋଟ ଦେଲେ ଭୋଟର
ସରିଲା ପଦ୍ମପୁର ଉପନିର୍ବାଚନ, ମାଓ ପ୍ରବଣ ଅଞ୍ଚଳରେ ନିର୍ଭୟରେ ଭୋଟ ଦେଲେ ଭୋଟର

ବରଗଡ: ପଦ୍ମପୁର ଉପନିର୍ବାଚନ ଶେଷ ହୋଇଛି । ବିଧାୟକ ବିଜୟ ସିଂ ବରିହାଙ୍କ ମୃତ୍ୟୁ ପରେ ଖାଲି ପଡିଥିବା ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନମଣ୍ଡଳୀ ଆସନ ପାଇଁ ମତଦାନ ସମାପ୍ତ ହୋଇଛି । ସମସ୍ତ ବୁଥରେ ଶାନ୍ତି ଶୃଙ୍ଖଳାର ସହ ଭୋଟିଂ ଶେଷ ହୋଇଛି । ବିଶେଷକରି ମାଓ ପ୍ରବଣ ଅଞ୍ଚଳରେ ଶାନ୍ତି ଶୃଙ୍ଖଳାରେ ମତଦାନ କରିଛନ୍ତି ଜନତା । ପଦ୍ମପୁର ଓ ପାଇକମାଳ ମାଓ ପ୍ରବଣ ଅଞ୍ଚଳରେ ରହିଥିବା ଗାଁମାନଙ୍କରେ ଲୋକେ ନିର୍ଭୟରେ ମତଦାନ କରିଛନ୍ତି । କିଛିଦିନ ତଳେ ବରଗଡ ବଲାଙ୍ଗୀର ସୀମାନ୍ତ ଅଞ୍ଚଳରେ ଜଣେ ମାଓବାଦୀ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ନିହତ ହୋଇଥିବା ବେଳେ ପଦ୍ମପୁର ଓ ପାଇକମାଳ ରାସ୍ତାରେ ମାଓ ପୋଷ୍ଟର ଦେଖାଯାଇଥିଲା । ଏହାକୁ ନେଇ ସେଠାକାର ଲୋକେ ଭୟଭୀତ ଥିଲେ । ନିର୍ବାଚନ ଥିବାରୁ ଏହି ଅଞ୍ଚଳରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଉକ୍ତ ଅଞ୍ଚଳରେ ସୁରୁଖୁରୁରେ ଭୋଟିଂ ଶେଷ ହୋଇଛି ।

ସରିଲା ପଦ୍ମପୁର ଉପନିର୍ବାଚନ, ମାଓ ପ୍ରବଣ ଅଞ୍ଚଳରେ ନିର୍ଭୟରେ ଭୋଟ ଦେଲେ ଭୋଟର

ଜିଲ୍ଲା ପ୍ରଶାସନ ପକ୍ଷରୁ ଏଠାକାର ଲୋକଙ୍କୁ ନିର୍ଭୟରେ ମତଦାନ ପାଇଁ ଅନୁରୋଧ ମଧ୍ୟ କରାଯାଇଥିଲା । ତେବେ ମାଓ ଅଞ୍ଚଳରେ ମତଦାନ ପାଇଁ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା ସହିତ ଟ୍ରାଞ୍ଜିଟ ବୁଥର ଆୟୋଜନ କରାଯାଇଥିଲା । ମାଓ ପ୍ରବଣ ଅଞ୍ଚଳରେ କରାଯାଇଥିବା ବୁଥଗୁଡିକରେ ପୂର୍ବ ଦିନରୁ EVM ମେସିନ ଓ ନିର୍ବାଚନ କର୍ମଚାରୀଙ୍କୁ ରଖାନଯାଇ ଅନ୍ୟ ସ୍ଥାନରେ ସୁରକ୍ଷିତ ଭାବେ ରଖାଯାଇଥିଲା । ସୋମବାର ସକାଳୁ EVM ମେସିନଗୁଡିକୁ ବୁଥକୁ ଅଣାଯାଇଥିଲା ଓ ନିର୍ଦ୍ଧାରିତ ସମୟରେ ମତଦାନ ଆରମ୍ଭ ହୋଇଥିଲା ।

ଏହି ବି ପଢନ୍ତୁ...Padmapur Bypoll: ସରିଲା ଭୋଟିଂ, ବିଜୟ ନେଇ କଂଗ୍ରେସ ପ୍ରାର୍ଥୀଙ୍କ ଦମ୍ଭୋକ୍ତି

କିପରି ଶାନ୍ତି ଶୃଙ୍ଖଳାରେ ନିର୍ବାଚନ କରାଯିବ ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୀର୍ଘ ଦିନରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ପଦ୍ମପୁର ମାଓ ପ୍ରବଣ ଅଞ୍ଚଳରେ ହୋଇଥିବାବେଳେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପାଇଁ ଅଧିକ ଚ୍ୟାଲେଞ୍ଜ ହୋଇଥିଲା ଯାହାକୁ ସୂଚାରୁ ରୂପେ ତୁଲାଇବାରେ ସଫଳ ହୋଇଛି ପ୍ରଶାସନ । ନିର୍ବାଚନ ପ୍ରଚାର ପ୍ରସାର ପାଇଁ ବହୁ ନେତା ଓ ମନ୍ତ୍ରୀ ପଦ୍ମପୁର ଅଞ୍ଚଳରେ ଡେରା ପକାଇଥିବା ବେଳେ ପାଇକମାଳ ଅଞ୍ଚଳରେ ମାଓ ପୋଷ୍ଟର ଦେଖିବାକୁ ମିଳିଥିଲା, ଯାହା ପାଇଁ ଅଧିକ ସକ୍ରିୟ ହୋଇ ପଡିଥିଲା ଜିଲ୍ଲା ପୋଲିସ । ତେବେ ମାଣ୍ଡିଆ ଢିପା, ଚୁହାପାଳି, କେଞ୍ଚୋଦାଦର, ହିରାପୁର ,କେନାବୁଡା, ନୂଆଁ ଗାଁ , ଝାରମୁଣ୍ଡା, ଛେଳିଆମାଳ ଆଦି ଅଞ୍ଚଳ ମାଓ ପ୍ରବଣ ଅଞ୍ଚଳ ହୋଇଥିବାବେଳେ ପାହାଡ, ଜଙ୍ଗଲିଆ ସରଳ ଲୋକେ ନିର୍ଭୟରେ ମତ ସାବ୍ୟସ୍ତ କରିଛନ୍ତି ।

ପ୍ରକାଶଥାଉ କି, ପଦ୍ମପୁର ଉପନିର୍ବାଚନରେ ରେକର୍ଡ ଭୋଟିଂ ହୋଇଛି । 80 ପ୍ରତିଶତ ମତଦାନ ହୋଇଛି । ଆସନ୍ତା ଡିସେମ୍ବର 8 ତାରିଖରେ ପ୍ରକାଶ ପାଇବ ଫଳ ।

ଇଟିଭି ଭାରତ, ବରଗଡ

Last Updated : Dec 6, 2022, 1:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.