ETV Bharat / state

ସ୍ବର୍ଣ୍ଣ ବିଜେତା ପ୍ରମୋଦଙ୍କୁ ୨କୋଟି ଟଙ୍କା ପୁରସ୍କାର ଘୋଷଣା କଲେ ରାଜ୍ୟ ସରକାର, ଉତ୍ସବମୁଖର ଜନ୍ମସ୍ଥାନ

author img

By ETV Bharat Odisha Team

Published : Oct 27, 2023, 9:20 PM IST

Para Shuttler Pramod Bhagat
Para Shuttler Pramod Bhagat

ପାରା ଏସୀୟ କ୍ରୀଡ଼ା ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ଦେଶ ପାଇଁ ସ୍ବର୍ଣ୍ଣ ଜିତିଲେ ପ୍ରମୋଦ ଭଗତ । ରାଜ୍ୟ ସରକାର ଘୋଷଣା କଲେ ୨ କୋଟି ପୁରସ୍କାର ରାଶି । ଅଧିକ ପଢନ୍ତୁ

ଉତ୍ସବମୁଖର ଜନ୍ମସ୍ଥାନ

ବରଗଡ଼/ଭୁବନେଶ୍ବର: ପାରା ଏସୀୟ କ୍ରୀଡ଼ା ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ସ୍ବର୍ଣ୍ଣ ପଦକ ଜିତି ଦେଶ ତଥା ରାଜ୍ୟକୁ ଗୌରାବନ୍ବିତ କରିଛନ୍ତି ଓଡ଼ିଆ ପୁଅ ପ୍ରମୋଦ ଭଗତ । ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଭଗତଙ୍କୁ ୨ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି । ସେପଟେ ପ୍ରମୋଦ ସ୍ବର୍ଣ୍ଣ ଜିତିବା ପରେ ତାଙ୍କ ଜନ୍ମ ସ୍ଥାନ ବରଗଡ଼ ଜିଲ୍ଲାର ଅତାବିରାଠାରେ ବିପୁଳ ଉତ୍ସାହ ଦେଖାଦେଇଛି । ଉତ୍ସବମୁଖର ହୋଇପଡିଛି ପୁରା ଅତାବିରା ସହର ।

ବ୍ୟାଡ୍‌ମିଣ୍ଟନ ସିଙ୍ଗଲ୍ସ ଏସଏଲ3ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ପ୍ରମୋଦ ଭଗତ । ନିଜ ଦେଶର ନିଦେଶ କୁମାରଙ୍କୁ ହରାଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ପ୍ରମୋଦ । ଫାଇନାଲରେ 22-20, 18-21, 21-19ରେ ବିଜୟ ହାସଲ କରିଥିଲେ ପ୍ରମୋଦ । 2018 ପାରା ଏସୀୟ କ୍ରୀଡ଼ାରେ ମଧ୍ୟ ସ୍ବର୍ଣ୍ଣ ପଦକ ଜିତିଥିଲେ ପ୍ରମୋଦ । ସେମିଫାଇନାଲ ନ୍ୟାଚରେ ଥାଇଲାଣ୍ଡର ମୋଙ୍ଗଖୋନ ବୁନସୁନଙ୍କୁ 21-13, 21-12ରେ ପରାସ୍ତ କରି ଫାଇନାଲ ଟିକେଟ ହାତେଇଥିଲେ ପ୍ରମୋଦ । ଫାଇନାଲରେ ନୀତେଶଙ୍କୁ ହରାଇ ଐତିହାସିଲ ସ୍ବର୍ଣ୍ଣ ପଦକ ଜିତିଛନ୍ତି ପ୍ରମୋଦ ।

ଏହା ବି ପଢନ୍ତୁ- Asian Para Games 2023: ଚମକିଲେ ଓଡିଆ ପୁଅ, ସ୍ୱର୍ଣ୍ଣ ପଦକ ଜିତିଲେ ପ୍ରମୋଦ ଭଗତ

ଉତ୍ସବମୁଖର ଜନ୍ମସ୍ଥାନ:- ପ୍ରମୋଦ ଭଗତ ପାରା ଏସିଆନ ଗେମ୍ସରେ ଏକକ ବିଭାଗରେ ସ୍ଵର୍ଣ୍ଣ ପଦକ ଜିତିବା ପରେ ତାଙ୍କର ଜନ୍ମ ମାଟି ଅତାବିରା ହୋଇଉଠିଛି ଉତ୍ସବ ମୁଖର। ଆଜି ସ୍ଥାନୀୟ ଅଗ୍ରସେନ୍ ଭବନଠାରେ ସ୍ଥାନୀୟ ଜନ ସାଧାରଣ ଓ ପ୍ରମୋଦଙ୍କ ସାଥୀ ଖେଳାଳି ଏବଂ ପ୍ରଶଂସକମାନେ ଏକତ୍ରିତ ହୋଇ ବାଜା ବାଣ ସହ ନାଚ ଗୀତ କରିଛନ୍ତି । ପ୍ରମୋଦ ହିପ ହିପ୍ ହୁରେ ନାରା ସହ ପ୍ରକମ୍ପିତ ହୋଇ ଉଠିଥିଲା ଜନ୍ମମାଟି ଅତାବିରା । ଏଥିରେ ତିହାର ମହୋତ୍ସବ କମିଟିରୁ ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦ, ସୁଶାନ୍ତ ଅଗ୍ରୱାଲ, ପ୍ରମୋଦଙ୍କ ନିଜ କ୍ଲବ ପ୍ଲେୟାରସ କ୍ଲବର ସଭାପତି ରବି ପଣ୍ଡା, ସମ୍ପାଦକ କୌଶିକ ମହାକୁର, ଚେତନ ଶର୍ମା, ଦୀପକ ରାୟ ,ବିପୁଳ ଅଗ୍ରୱାଲ, ସନ୍ଦୀପ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥଲେ ।

ପ୍ରମୋଦଙ୍କ ଭାଇଙ୍କ ପ୍ରତିକ୍ରିୟା:- ଭାଇ ଶେଖର ଭଗତ ଏ ନେଇ ପ୍ରତିକ୍ରିୟା ରଖି କହିଛନ୍ତି, "ସେ ତାର ପରିଶ୍ରମ ଓ ଇଚ୍ଛାଶକ୍ତି ପାଇଁ ଆଜି ଏ ସଫଳତା ପାଇଛି । ଆମେ ତା ପାଇଁ ଗର୍ବିତ ଆଉ ତା ସଫଳତାକୁ ନେଇ ଖୁସି ଅଛୁ । କେବଳ ଆମ ପରିବାର ନୁହେଁ ଗାଁଠୁ ଆରମ୍ଭ କରି ରାଜ୍ୟ ଓ ଦେଶବାସୀ ସମସ୍ତେ ଗର୍ବିତ । ଅଗଷ୍ଟରେ ଆସୁଥିବା ଅଲମ୍ପିକ ସହ ଆଗାମୀ ଦିନରେ ଆସୁଥିବା ସବୁ ପ୍ରତିଯୋଗିତା ପାଇଁ ତାକୁ ଶୁଭେଚ୍ଛା ଜଣାଉଛି । ସେ ଆହୁରି ଉପରକୁ ଯାଉ ଓ ଭାରତ ଓ ରାଜ୍ୟର ସୁନାମ ରଖୁ ।"

ଇଟିଭି ଭାରତ, ବରଗଡ଼/ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.