ETV Bharat / state

ବରଗଡରେ ଅଧ୍ୟାପକ କର୍ମଚାରୀ ସଙ୍ଘ ବିକ୍ଷୋଭ, ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଆନ୍ଦୋଳନ ଚେତାବନୀ

author img

By

Published : Jul 13, 2023, 10:29 AM IST

lecturer and employees association protest
ଅଧ୍ୟାପକ କର୍ମଚାରୀ ସଙ୍ଘ ବିକ୍ଷୋଭ

ବରଗଡ଼ ଜିଲ୍ଲାର ୬୬୨ କଲେଜ ଅଧ୍ୟାପକ କର୍ମଚାରୀ ସଂଘ ବରଗଡ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ

ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଅଧ୍ୟାପକ କର୍ମଚାରୀ ସଙ୍ଘ

ବରଗଡ: ଦାବି ପୂରଣ ନେଇ 150 ଦିନ ହେବ ଭୁବନେଶ୍ବରରେ ଲଢେଇ ଜାରି ରଖିଛନ୍ତି ଓଡିଶା ଅଧ୍ୟାପକ କର୍ମଚାରୀ ସଂଘ । ଏପଟେ ବରଗଡରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରଗଡ ଜିଲ୍ଲାର ୬୬୨ କଲେଜ ଅଧ୍ୟାପକ କର୍ମଚାରୀ ସଂଘ ବରଗଡ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସମାନ କାମକୁ ସମାନ ଦରମା ଦାବି ସହିତ ଅନେକ ଦାବି ପୂରଣ କରାଯାଉ ନଚେତ ଆଗାମୀ 20 ତାରିଖରୁ ସାମୁହିକ କାର୍ଯ୍ୟବନ୍ଦ ଆନ୍ଦୋଳନର ଚେତାବନୀ ଦେଇଛି ଅଧ୍ୟାପକ କର୍ମଚାରୀ ସଂଘ ।

ଦୀର୍ଘ ଦିନରୁ ରାଜ୍ୟରେ ୬୬୨ କଲେଜ ଅଧ୍ୟାପକ, କର୍ମଚାରୀ ସଂଘର ବିଭିନ୍ନ ଦାବିକୁ ନେଇ ରାଜଧାନୀରେ ଧାରଣା ଦେଇଛନ୍ତି । ମାତ୍ର ସଂଘର ଦାବି ସମୂହକୁ ରାଜ୍ୟ ସରକାର ଅଣଦେଖା କରିଆସୁଥିବା ନେଇ ଅଭିଯୋଗ ଆଣିଛନ୍ତି ୬୬୨ କଲେଜ ଅଧ୍ୟାପକ, କର୍ମଚାରୀ ସଂଘର । ଯାହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏହି କ୍ରମରେ ବୁଧବାର ବରଗଡ଼ ଜିଲ୍ଲା ବେସରକାରୀ ୬୬୨ କଲେଜ ବର୍ଗର ଅଧ୍ୟାପକ କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବରଗଡ଼ ଗାନ୍ଧୀଛକରୁ ଏକ ବିଶାଳ ଶୋଭାଯାତ୍ରାରେ ସଂଘର କର୍ମକର୍ତ୍ତା ଏବଂ ସଦସ୍ୟମାନେ ଜିଲ୍ଲାପାଳ ଅଫିସକୁ ଆସିଥିଲେ । ବରଗଡ଼ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ମିର୍ଧା ଟପ୍ପୋଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ ।

ଏହା ବି ପଢନ୍ତୁ...ଉଚ୍ଚଶିକ୍ଷା ବିଭାଗର ନୂଆ ଅନୁଦାନ ଚିଠିକୁ ବିରୋଧ, ପ୍ରତ୍ୟାହାର ନହେଲେ ଆନ୍ଦୋଳନ

ସୂଚନାନୁଯାୟୀ, ରାଜ୍ୟ ସରକାର ଗତ ଜାନୁଆରୀ ମାସରୁ ଅନୁଦାନପ୍ରାପ୍ତ ବେସରକାରୀ କଲେଜ ଅଧ୍ୟାପକ, କର୍ମଚାରୀଙ୍କ ଦରମା ବୃଦ୍ଧି କରିଛନ୍ତି । କିନ୍ତୁ ଏଥିରେ ୬୬୨ ବର୍ଗର ଅଧ୍ୟାପକ, କର୍ମଚାରୀଙ୍କୁ ବାଦ୍‌ ଦିଆଯାଇଛି । ଗ୍ରେଡ୍‌ ପେ' ସମାନ ରହିଥିଲେ ମଧ୍ୟ ଦରମା ଅଲଗା ଅଲଗା ରହିଛି । ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ରାଜଧାନୀରେ ଚାଲିଥିବା ଆନ୍ଦୋଳନକୁ ୧୫୦ ଦିନ ବିତିଯାଇଥିଲେ ସୁଦ୍ଧା ସରକାର ଆଦୌ କର୍ଣ୍ଣପାତ କରୁନାହାନ୍ତି । ସମାନ କାମକୁ ସମାନ ଦରମା ପ୍ରଦାନ ଦାବି କରିଛି ସଂଘ । ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ ଆହୁରି ତୀବ୍ର ହେବ ଏବଂ ସେଥିପାଇଁ ରାଜ୍ୟ ସରକାର ହିଁ ଦାୟୀ ରହିବେ ବୋଲି କହିଛି ୬୬୨ କଲେଜ ଅଧ୍ୟାପକ, କର୍ମଚାରୀ ସଂଘ । ଦାବି ପୂରଣ ନହେଲେ ସଂଘ ଆସନ୍ତା ୨୦ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି । ବରଗଡ଼ ଜିଲ୍ଲା ୬୬୨ କଲେଜ ଅଧ୍ୟାପକ, କର୍ମଚାରୀ ସଂଘର ସଭାପତି ଅଶୋକ ବେହେରା, ସୁଶାନ୍ତ ମିଶ୍ର ପ୍ରମୁଖଙ୍କ ନେତୃତ୍ୱରେ ସଂଘର ଶତାଧିକ ସଭ୍ୟ ଓ ସଭ୍ୟା ସାମିଲ ହୋଇଥିଲେ ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.