ETV Bharat / state

କ୍ଲିନ ଆଣ୍ଡ ସାଇନ ପ୍ରଡକ୍ଟ କମ୍ପାନୀରେ ରେଡ୍: ନକଲି ସାମଗ୍ରୀ ପ୍ରସ୍ତୁତ ଅଭିଯୋଗ, 2 ଗିରଫ

author img

By ETV Bharat Odisha Team

Published : Dec 6, 2023, 9:49 AM IST

କ୍ଲିନ ଆଣ୍ଡ ସାଇନ ନାମରେ ଗାଡି ସଫା କରିବା ପ୍ରଡକ୍ଟ କମ୍ପାନୀ ଉପରେ ବରଗଡ଼ ଟାଉନ ପୋଲିସର ରେଡ୍ । ବିନା ରେଜିଷ୍ଟେସନରେ ଚାଲିଥିଲା କମ୍ପାନୀ । ନକଲି ଷ୍ଟିକର, କେମିକାଲ ଜବତ । 2 ଗିରଫ । ଅଧିକ ପଢ଼ନ୍ତୁ

କ୍ଲିନ ଆଣ୍ଡ ସାଇନ ପ୍ରଡକ୍ଟ କମ୍ପାନୀ ଉପରେ ରେଡ୍
କ୍ଲିନ ଆଣ୍ଡ ସାଇନ ପ୍ରଡକ୍ଟ କମ୍ପାନୀ ଉପରେ ରେଡ୍

ବରଗଡ: ବରଗଡରେ ନକଲି ସାମଗ୍ରୀ ବିକ୍ରି ଅଭିଯୋଗରେ 2 ଗିରଫ । କ୍ଲିନ୍‌ ଆଣ୍ଡ୍‌ ସାଇନ୍‌ ନାମରେ ଗାଡ଼ି ସଫା କରିବା ପ୍ରଡକ୍ଟ କମ୍ପାନୀ ଉପରେ ବରଗଡ଼ ଟାଉନ ପୋଲିସର ରେଡ୍ l ଏହି ଚଢ଼ାଉରେ ବ୍ୟାପକ ମାତ୍ରାରେ ପ୍ୟାକିଂ ବୋତଲ, କ୍ୟାପ୍‌, ବିଭିନ୍ନ ପ୍ରକାର କେମିକାଲ, ନକଲି କମ୍ପାନୀର ଷ୍ଟିକର ଓ ବିଭିନ୍ନ ପ୍ରକାରର ପ୍ରଚାର ପ୍ରସାର ସାମଗ୍ରୀ ଜବତ କରିଛି l ଏଥିସହ କମ୍ପାନୀ ମାଲିକ ଓ କର୍ମଚାରୀକୁ ଗିରଫ କରିଛି ପୋଲିସ । ବିନା GST ଓ ବିନା ରେଜିଷ୍ଟ୍ରେସନରେ କମ୍ପାନୀ ଖୋଲି ନକଲି ସାମଗ୍ରୀ ବିକ୍ରି କରୁଥିଲେ ଅଭିଯୁକ୍ତ ।

ଏହାମଧ୍ୟ ପଢନ୍ତୁ..ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ, ଅଭିଯୁକ୍ତ ଫେରାର୍

ସୂଚନା ଅନୁଯାୟୀ, ବରଗଡରେ କାର ଓ ବାଇକ ସଫା କରିବାପାଇଁ ଆସୁଥିବା ଦାମିକିଆ ଲିକ୍ୟୁଡ ସ୍ପ୍ରେୟରର ଅବିକଳ ନକଲ କରାଯାଇ ବରଗଡ ବଜାରରେ ବିକ୍ରି କରାଯାଉଥିବା ନେଇ ଟାଉନ ଥାନାରେ ଏତଲା ହୋଇଥିଲା | ତେବେ ଏହି ନକଲି ପ୍ରଡ଼କ୍ଟର ବୋତଲରେ ଠିକଣା ସ୍ଥାନ ଲେଖାଯାଇଥିଲା ଯାହାକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତେବେ ବରଗଡ଼ ବାନ୍ଦୁରଟିକ୍ରା ସ୍ଥିତ ଏକ ଗୋଦାମ ଘରେ ଚଢ଼ାଉ କରି ବିପୁଳ ପରିମାଣର ନକଲି କାର ୱାସର ସହ ନକଲି କମ୍ପାନୀର ଷ୍ଟିକର, ବ୍ୟାପକ ପ୍ଲାଷ୍ଟିକ ବୋତଲ ଓ ଅପମିଶ୍ରିତ କେମିକାଲ ଜବତ କରିଛି ପୋଲିସ । ଏଥିସହ ଏହି ବେଆଇନ କାରବାର ଚଳାଇଥିବା କମ୍ପାନୀ ମାଲିକ ପ୍ରେମ ଚୋପଡା ଓ ସେଠାରେ କାମ କରୁଥିବା ଜଣେ ଶ୍ରମିକକୁ ମଧ୍ୟ ପୋଲିସ ଗିରଫ କରିଛି ।

ଏହାମଧ୍ୟ ପଢନ୍ତୁ.. ଧାନ ବିକ୍ରି ପାଇଁ ନକଲି ଚାଷୀ ପଞ୍ଜିକୃତ ! ଅନଲାଇନରେ ନାଁ ସାର୍ବଜନୀନ କରିବାକୁ ଦାବି

ତେବେ ପୋଲିସର ତଦନ୍ତରୁ ଜାଣିବାକୁ ପାଇଛି ଯେ, ଏହି କ୍ଲିନ୍‌ ଆଣ୍ଡ ସାଇନ ନାମରେ ବିକ୍ରି କରାଯାଉଥିବା ଏହି କାର ୱାଶ କମ୍ପାନୀର ନାଁ କୌଣସି ରେଜିଷ୍ଟ୍ରେଶନ ନମ୍ବର ରହିଛି ନାଁ GST ଓ TIN ନମ୍ବର ଅଛି । ତେବେ ଦୀର୍ଘ ବର୍ଷରୁ ବରଗଡରେ ଏପରି ବେଆଇନ କାରବାର ଚଳାଇ ଆସୁଥିବା କମ୍ପାନୀ ମାଲିକକୁ ପୋଲିସ ଗିରଫ କରିବା ପରେ ଗତକାଲି(ମଙ୍ଗଳବାର) କୋର୍ଟକୁ ଚାଲାଣ କରିଛି ପୋଲିସ । ବରଗଡ଼ ସହରରେ ଏପରି ଅନେକ ଠକ କମ୍ପାନୀ ବଜାରରେ ନକଲି ସାମଗ୍ରୀ ବିକ୍ରି କରୁଥିବା ନଜିରକୁ ଆସିଥିଲେ ମଧ୍ୟ ଥାନାରେ ଅଭିଯୋଗ ନହେବା କାରଣରୁ ଏପରି କମ୍ପାନୀମାନେ ବେଧଡ଼କ ବେପାର ଚଳାଇ ଆସୁଥିବା ସ୍ଥାନୀୟ ଲୋକମାନେ କହିଛନ୍ତି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.