ETV Bharat / state

ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା, ତଳିଆ ଅଞ୍ଚଳରେ ଜିଲ୍ଲାପାଳ

author img

By

Published : Aug 21, 2022, 8:13 PM IST

Etv Bharat
Etv Bharat

ସୁବର୍ଣ୍ଣରେଖା ଅବବାହିକାରେ ଆସୁଛି ବଡ଼ ବନ୍ୟା । ଏଥିଲାଗି ବାଲେଶ୍ବର ଜିଲ୍ଲାପାଳଙ୍କୁ ଏସଆରସି ଦାୟିତ୍ବ ମିଳିବା ପରେ ସେ ଖୋଦ ତଳିଆ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

ବାଲେଶ୍ବର: ସୁବର୍ଣ୍ଣରେଖା ନଦୀରେ ଆସୁଛି ବଡ଼ ବନ୍ୟା । ଗତ ୨୦୦୮ ମସିହା ପରଠୁ ଏହା ଭୟାନକ ହେବ ବୋଲି ଆଜି ପ୍ରେସମିଟରେ କହିଛନ୍ତି ଏସଆରସି (SRC) । ତେବେ ଏବେ ସୁଦ୍ଧା ସୁବର୍ଣ୍ଣରେଖାର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିସାରିଛି (Subarnarekha flowing above danger mark) । ଭୟଙ୍କର ବନ୍ୟା ଆସୁଥିବାରୁ ତଳିଆ ଅଞ୍ଚଳରେ ଖୋଦ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ପହଞ୍ଚି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଅନୁରୋଧ କରିଛନ୍ତି ।

ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା, ତଳିଆ ଅଞ୍ଚଳରେ ଜିଲ୍ଲାପାଳ

ଏହା ବି ପଢନ୍ତୁ- ସୁବର୍ଣ୍ଣରେଖାରେ ବଡ ବନ୍ୟା ଆଶଙ୍କା, ବାଲେଶ୍ବର ଜିଲ୍ଲାପାଳଙ୍କୁ ମିଳିଲା SRC କ୍ଷମତା

ବାଲେଶ୍ଵର ଜିଲ୍ଲାପାଳଙ୍କୁ ସ୍ବତନ୍ତ୍ର ରିଲିଫ କମିଶନର ଦାୟିତ୍ବ ମିଳିବା (SRC powers to Balasore Collector ) ପରେ ସେ ବସ୍ତା, ବାଲିଆପାଳ, ଜଳେଶ୍ବର ଆଦି ବ୍ଲକ ପରିଦର୍ଶନ କରିଛନ୍ତି । ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହ ବନ୍ୟା ପାଇଁ ସୁରକ୍ଷିତ ସ୍ଥାନକୁ ଯିବାକୁ ଜିଲ୍ଲାପାଳ ନିଜେ ଅନୁରୋଧ କରୁଛନ୍ତି । ଏହାସହ ନଦୀକୁଳିଆ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବନ୍ୟା ମୁକାବିଲା ପାଇଁ ODRAF ଓ NDRF ଟିମ୍‌ ସଜାଗ ରହିଛନ୍ତି । ଏହାସହିତ ଅଗ୍ନିଶମ ବିଭାଗର ଟିମ୍‌ ମଧ୍ୟ ସଜାଗ ରହିଛନ୍ତି ।

ଏହା ବି ପଢନ୍ତୁ- ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପ୍ରେସମିଟ, ସୁବର୍ଣ୍ଣରେଖାରେ ଆସୁଛି ବଡ଼ ବନ୍ୟା

ତେବେ ଆଜି(ରବିବାର) ରାତି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ନଦୀରେ ବଢୁଥିବା ଜଳସ୍ତର ଲୋକଙ୍କୁ ଭୟଭୀତ କରାଉଛି । ସୁବର୍ଣ୍ଣରେଖାରେ ଭୟଙ୍କର ବନ୍ୟା ଆସୁଥିବା ଯୋଗୁଁ ମନ୍ତ୍ରୀ ପ୍ରତାପ ଦେବଙ୍କୁ ରାଜ୍ୟ ସରକାର ପ୍ରଭାବିତ ହେବାକୁ ଥିବା ଅଞ୍ଚଳକୁ ପଠାଇଛନ୍ତି । ସେ ଅଞ୍ଚଳରେ ସମସ୍ତ ଜନ ପ୍ରତିନିଧିମାନଙ୍କୁ ନେଇ ସ୍ଥିତିର ମୁକାବିଲା ଦିଗରେ କାମ କରାଯାଉଥିବା ଏସିଆରସି କହିଥିଲେ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.