ETV Bharat / city

ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପ୍ରେସମିଟ, ସୁବର୍ଣ୍ଣରେଖାରେ ଆସୁଛି ବଡ଼ ବନ୍ୟା

author img

By

Published : Aug 21, 2022, 12:48 PM IST

Updated : Aug 21, 2022, 1:57 PM IST

ସୁବର୍ଣ୍ଣରେଖାରେ ଆସୁଛି ବଡ଼ ବନ୍ୟା । ମୟୂରଭଞ୍ଜର କିଛି ସ୍ଥାନ ବାଲେଶ୍ଵର ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେବ। ତେବେ ମହାନଦୀ ସିଷ୍ଟମରେ ବନ୍ୟା ଆଶଙ୍କା ନାହିଁ ବୋଲି ସୂଚନା ଦେଲେ ଏସଆରସି ପ୍ରଦୀପ ଜେନା । ଅଧିକ ପଢନ୍ତୁ

ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପ୍ରେସମିଟ, ସୁବର୍ଣ୍ଣରେଖାରେ ଆସୁଛି ବଡ଼ ବନ୍ୟା
ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପ୍ରେସମିଟ, ସୁବର୍ଣ୍ଣରେଖାରେ ଆସୁଛି ବଡ଼ ବନ୍ୟା

ଭୁବନେଶ୍ବର: ବନ୍ୟାକୁ ନେଇ ପ୍ରତିକ୍ରିୟା ରଖିଲେ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା (SRC Pradeep Jena ) । ଝାଡ଼ଖଣ୍ଡର ଗାଲୁଡିହ ବ୍ୟାରେଜରେ 6 ଲକ୍ଷ କ୍ୟୁସେକ ପାଣି ଆସୁଛି । ତେଣୁ ସୁବର୍ଣ୍ଣରେଖା 6 ଲକ୍ଷ କ୍ୟୁସେକ ପାଣି ଆସୁଛି । ସୁବର୍ଣ୍ଣରେଖା ଅବବାହିକାରେ ପ୍ରବଳ ବନ୍ୟା ହେବାର ସମ୍ଭାବନା ରହିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଆରସି ।

ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପ୍ରେସମିଟ, ସୁବର୍ଣ୍ଣରେଖାରେ ଆସୁଛି ବଡ଼ ବନ୍ୟା

ଏନେଇ ଏସଆରସି କହିଛନ୍ତି, "ମୟୂରଭଞ୍ଜର କିଛି ସ୍ଥାନ ବାଲେଶ୍ଵର ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେବ । ବାଲେଶ୍ଵର ଜିଲ୍ଲାର ଭୋଗରାଇ, ଜଳେଶ୍ବର, ନୀଳଗିରୀ ଓ ବସ୍ତା ଅଞ୍ଚଳ ପ୍ରଭାବିତ ହେବ । ଗୋଟିଏ ODRAF ଓ ଗୋଟିଏ NDRF ନିୟୋଜିତ ହୋଇଛନ୍ତି । 40ଟି ଅପରେସନ ଟିମ ରହିବ ବାଲେଶ୍ଵର ଜିଲ୍ଲାରେ । ବର୍ତ୍ତମାନ ଆମେ ରେସକ୍ୟୁ କାର୍ଯ୍ୟରେ ଲାଗିଛୁ, ଏହା ପରେ ରିଲିଫ କାର୍ଯ୍ୟକୁ ଯିବୁ । 2008 ଠୁ ବି ବଡ଼ ବନ୍ୟା ସୁବର୍ଣ୍ଣରେଖା ଅବବାହିକାରେ ହେବାକୁ ଯାଉଛି । ତେଣୁ ମନ୍ତ୍ରୀ ପ୍ରତାପ ଦେବଙ୍କୁ ରାଜ୍ୟ ସରକାର ସେହି ଅଞ୍ଚଳକୁ ପଠାଇଛନ୍ତି । ସେ ଅଞ୍ଚଳରେ ସମସ୍ତ ଜନ ପ୍ରତିନିଧି ମାନଙ୍କୁ ନେଇ ସ୍ଥିତିର ମୁକାବିଲା ଦିଗରେ କାମ କରୁଛନ୍ତି ।"

ସେ ଆହୁରି କହିଛନ୍ତି, "ବର୍ତ୍ତମାନ ବୁଢ଼ାବଳଙ୍ଗ ବିପଦ ସଙ୍କେତ ଅତିକ୍ରମ କରି ନାହିଁ ଏବଂ କିଛି ସ୍ଥାନରେ ପାଣି ଖସିବା ଆରମ୍ଭ କରିଛି । ତେଣୁ ବୁଢ଼ାବଳଙ୍ଗରେ କିଛି ସେପରି ସ୍ଥିତି ହେବ ନାହିଁ । ବୈତରଣୀ ବିପଦ ସଙ୍କେତଠୁ ଗୋଟିଏ ମିଟର ଅଧିକ ପାଣି ଅତିକ୍ରମ କରୁଛି । ଆଖୁଆପଦା ଠାରେ କିଛି ସମୟ ପରେ ପାଣି ଖସିବା ଆରମ୍ଭ ହେବ । କାଣି ନଦୀରେ ହୋଇଥିବା ଘାଇ ମରାମତି ହୋଇପାରିନଥିଲା । ଏଣୁ ବନ୍ୟା ପାଣି ପୁଣି ଆସିବାରୁ ସେଠାରେ ପାଣି ପଶିବା ଆରମ୍ଭ କରିଛି । ବୈତରଣୀ ପାଇଁ ଆମେ ଯାଜପୁର ଓ ଭଦ୍ରକକୁ ଆଲର୍ଟରେ ରଖିଛୁ ।"

ଏହା ବି ପଢନ୍ତୁ- ବଢୁଛି ସୁବର୍ଣ୍ଣରେଖା ବୁଢ଼ାବଳଙ୍ଗ ଜଳସ୍ତର, ବଡ ବନ୍ୟା ଆଶଙ୍କା

ବାଲେଶ୍ଵର ଜିଲ୍ଲାରେ ବନ୍ୟାର ପ୍ରକୋପ ଆଜି ଅପରାହ୍ନରେ ଜଣା ପଡ଼ିବ । ଏହି ପିକ ଫ୍ଲଡ଼ର ପ୍ରଭାବ ଆସନ୍ତା କାଲି ସନ୍ଧ୍ୟା ପର୍ଯ୍ୟନ୍ତ ରହିବ । ମହାନଦୀରେ 1 ଲକ୍ଷ 35 ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି ଏବଂ 1 ଲକ୍ଷ 6 ହଜାର ଛଡ଼ାଯାଉଛି । 621.08 ରହିଛି ହୀରାକୁଦର ଜଳସ୍ତର । ତେବେ ଆସନ୍ତା କାଲି ମଧ୍ୟ ପାଣି ଅଧିକ ଆସିବାର ସମ୍ଭାବନା ନାହିଁ । ତେଲ ନଦୀରେ 2 ଲକ୍ଷ 66 ହଜାର ପାଣି ଆସୁଛି । ଖାଇରମାଲ ଠାରେ 4 ଲକ୍ଷ 56 ହଜାର କ୍ୟୁସେକ ପାଣି ରହିଛି । ଏହା ମୁଣ୍ଡୁଳୀରେ 5 ଲକ୍ଷରୁ 5ଲକ୍ଷ 50 ହଜାର କ୍ୟୁସେକ ହେବ । ଆମେ ଚାହୁନାହୁଁ ଯେ ମୁଣ୍ଡୁଳୀରେ ଅଧିକ କ୍ୟୁସେକ ପାଣି ପାସ କରୁ । ଏଥର ମୁଣ୍ଡୁଳୀରେ ବହୁତ ସ୍ଲୋ ପାଣି ଖସୁଛି । ବର୍ତ୍ତମାନ ବି 8 ଲକ୍ଷ କ୍ୟୁସେକରୁ ଅଧିକ ପାଣି ପାସ କରୁଛି ବୋଲି କହିଛନ୍ତି ଏସିଆରସି ।

ଏବେ ମହାନଦୀରେ ସିଷ୍ଟମରେ ଆଉ ବନ୍ୟା ଆଶଙ୍କା ନାହିଁ । କନ୍ଧମାଳ, କଳାହାଣ୍ଡି ଜିଲ୍ଲାରେ ହେଇଥିବା ବର୍ଷାର କୌଣସି ପ୍ରଭାବ ପଡ଼ିନାହିଁ । ସୁବର୍ଣ୍ଣରେଖା ପାଇଁ ବିପଦ ରହିଛି । ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାରେ ବନ୍ୟା ନିଶ୍ଚିତ ହେବ ବୋଲି କହିଛନ୍ତି ଏସଆରସି । ଏନେଇ SRC କହିଛନ୍ତି, "ବନ୍ୟାର ପ୍ରକୋପ ଅପେକ୍ଷାକୃତ ଅଧିକ ରହିବ । ବୈତରଣୀ ଜଳସ୍ତର ଆଖୁଆପଦା ପାଖରେ ୧୯ ପର୍ଯ୍ୟନ୍ତ ଯିବ । ଏଥିରେ ବିଶେଷ କିଛି କ୍ଷତି ହବନି । ଗାଲୁଡିହି ବ୍ୟାରେଜର ୧୬ଟି ଗେଟ୍ ଦେଇ ଜଳ ନିଷ୍କାସନ । ଫଳରେ ୧୬ଟି ଗେଟ୍ ଦେଇ ପ୍ରାୟ ୪.୨୫ ଲକ୍ଷ କ୍ୟୁସେକ୍ ପାଣି ଆସିବ । ସୁବର୍ଣ୍ଣରେଖାରେ ବଡ଼ ବନ୍ୟାର ଆଶଙ୍କା ରହିଛି । ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ । ମହାନଦୀ ସିଷ୍ଟମରେ ଆଉ ବନ୍ୟା ସ୍ଥିତି ଅଧିକ ହେବନି।"

ମୁଣ୍ଡୁଳୀରେ ଜଳ ପ୍ରବାହ ୮ ଲକ୍ଷ ୩୦ ହଜାର କ୍ୟୁସେକୁ ଆସିଲାଣି । କନ୍ଧମାଳ, କଳାହାଣ୍ଡି, ବୌଦ୍ଧରେ ବେଶି ବର୍ଷା ସତ୍ତ୍ବେ ପ୍ରଭାବ ପଡ଼ିବନି । କାରଣ ହୀରାକୁଦରେ କେବଳ ୪ଟି ଗେଟ୍ ଖୋଲା, ଆଉ ସବୁ ବନ୍ଦ । ତେଣୁ ମହାନଦୀକୁ ନେଇ ବିପଦ ଆଶଙ୍କା ନାହିଁ । ଜଳସ୍ରୋତରେ ସାହସ ନ ଦେଖାଇବାକୁ SRCଙ୍କ ପରାମର୍ଶ । ଯେଉଁଠି ବ୍ରିଜ୍/କଲଭର୍ଟ ବୁଡ଼ିଛି, ତାହା ଉପରେ ଡ୍ରାଇଭ୍ କରନ୍ତୁନି । ବିଶେଷକରି ଯୁବପିଢ଼ି ଏପରି କାର୍ଯ୍ୟରୁ ଦୂରେଇ ରୁହନ୍ତୁ ବୋଲି ଏସଆରସିଙ୍କ ପରାମର୍ଶ ।

କୁଚିଣ୍ଡାରେ ପାଣି ବୁଡ଼ିଥିବା ପୋଲରୁ କାର ଭାସି ୨ ଜଣଙ୍କ ଜୀବନ ଯାଇଛି । ନିକଟରେ ଆଠଗଡ଼ରେ ଅଘଟଣ ଏଡାଇ କାର୍ ଉଦ୍ଧାର ହୋଇଥିଲା । କାଲି ମହାକାଳପଡ଼ାରେ ଏକ ଦୁଃସାଧ୍ୟ ଉଦ୍ଧାର କାର୍ଯ୍ୟ ହୋଇଛି । ବୋଟରେ ଭାସିଯାଉଥିବା ୭୦ ଲୋକଙ୍କୁ ଉଦ୍ଧାର କରାଯାଇଛି । ମେରାଇନ ପୋଲିସ, ଅଗ୍ନିଶମ ବାହିନୀ ସାହସିକତା ଦେଖାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 21, 2022, 1:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.