ETV Bharat / state

ଗାଁ ଦାଣ୍ଡରେ ଯୁବକଙ୍କୁ ହତ୍ୟା ଘଟଣା, ମାସକ ପରେ ଅଭିଯୁକ୍ତ ଗିରଫ

author img

By

Published : Oct 13, 2022, 10:38 AM IST

ଗାଁ ଦାଣ୍ଡରେ ଯୁବକଙ୍କୁ ହତ୍ୟା ଘଟଣା, ମାସକ ପରେ ଅଭିଯୁକ୍ତ ଗିରଫ
ଗାଁ ଦାଣ୍ଡରେ ଯୁବକଙ୍କୁ ହତ୍ୟା ଘଟଣା, ମାସକ ପରେ ଅଭିଯୁକ୍ତ ଗିରଫ

ବଲାଙ୍ଗୀର ଖୁଜେନ୍ ପାଲି ଯୁବକଙ୍କୁ ହତ୍ୟା ଘଟଣାରେ ବନ୍ଧା ହେଲା ଅଭିଯୁକ୍ତ । ଘଟଣାର ମାସକ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ପଢନ୍ତୁ

ବଲାଙ୍ଗୀର: ଗାଁ ଦାଣ୍ଡରେ ଯୁବକଙ୍କୁ ହତ୍ୟା ଘଟଣାରେ ବନ୍ଧା ହେଲା ଅଭିଯୁକ୍ତ । ଘଟଣାର ମାସକ ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ବଲାଙ୍ଗୀର ଖୁଜେନ୍ ପାଲି ଗ୍ରାମରେ ଗତ ସେପ୍ଟେମ୍ବର ମାସ 11 ତାରିଖରେ ଗାଁ ଦାଣ୍ଡରୁ ସୁରେଶ ଭୁଏ ନାମକ ଜଣେ ଯୁବକଙ୍କ ମୃତଦେହ ପୋଲିସ୍ ଉଦ୍ଧାର କରିଥିଲା । ଏହା ପରେ ତଦନ୍ତ ଚଳାଇଥିଲା । ଘଟଣାର ମାସକ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ।

ଗାଁ ଦାଣ୍ଡରେ ଯୁବକଙ୍କୁ ହତ୍ୟା ଘଟଣା, ମାସକ ପରେ ଅଭିଯୁକ୍ତ ଗିରଫ

ସୂଚନାଅନୁସାରେ, ଗତ ସେପ୍ଟେମ୍ବର 11 ତାରିଖରେ ସୁରେଶ ଭୁଏ ନାମକ ଜଣେ ଯୁବକଙ୍କ ମୃତଦେହ ଗାଁ ଦାଣ୍ଡରେ ପଡିଥିଲା । ତାଙ୍କ ଉପରେ ବାଉଁଶ ଓ ପଥର ପଡିଥିବା ଦେଖିବାକୁ ମିଳିଥିଲା । ଘଟଣାର ଖବର ପାଇ ପୋଲିସ ମୃତଦେହ ଉଦ୍ଧାର କରିଥିଲା । ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ୍ ସ୍ପଷ୍ଟ କରିବା ପରେ ତଦନ୍ତ ଆରମ୍ଭ ହୋଇଥିଲା । ଘଟଣାର ମାସେ ପରେ ବଲାଙ୍ଗୀର ସଦର ପୋଲିସ୍ ସେହି ଗ୍ରାମର ପ୍ରଦୀପ ପଟ୍ଟନାୟକକୁ ଗିରଫ କରିଛି ।

ଏହା ବି ପଢନ୍ତୁ...ହୋମଗାର୍ଡଙ୍କ ପୁଅକୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ

ତେବେ ମୃତ ସୁରେଶ ଭୁଏ ସବୁ ବେଳେ ମଦ ପିଇ ଗ୍ରାମରେ ଗଣ୍ଡଗୋଳ କରୁଥିଲେ । ଘଟଣା ଦିନ ରାତି ସେ ଅଭିଯୁକ୍ତ ପ୍ରଦୀପ ପଟ୍ଟନାୟକଙ୍କୁ ମଧ୍ୟ ଗାଳି ଗୁଲଜ କରିଥିଲା । ଏଥିରେ ପ୍ରଦୀପ ପଟ୍ଟନାୟକ ରାଗି ଯାଇ ତାଙ୍କୁ ମାଡ଼ ମାରିଥିଲେ । ଏହାପରେ ସେ ତଳେ ପଡ଼ିଯାଇଥିଲେ । ପ୍ରଦୀପଙ୍କ ରାଗ ସେତିକିରେ ଶାନ୍ତ ହୋଇନଥିଲା ସେ ତାଙ୍କ ଉପରେ ବାଉଁଶ ଓ ପଥର ଲଦି ଦେଇଥିଲା । ଯାହା ଫଳରେ ଯୁବକ ସୁରେଶ ଭୁଏଙ୍କ ମୃତ୍ୟୁ ହୋଇଥିବା ପୋଲିସ୍ କହିଛି । ପୋଲିସ ଅଭିଯୁକ୍ତ ପ୍ରଦୀପକୁ ଗିରଫ କରି ଡାକ୍ତରୀ ପରୀକ୍ଷା କରିବା ପରେ ତାକୁ କୋର୍ଟ ଚାଲାଣ କରିଥିବା କହିଛନ୍ତି ବଲାଙ୍ଗୀର ଏସଡିପିଓ ତୁଫାନ୍ ବାଗ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.