ETV Bharat / state

ହୋମଗାର୍ଡଙ୍କ ପୁଅକୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ

author img

By

Published : Oct 12, 2022, 9:24 AM IST

murder in jharsuguda
ହୋମଗାର୍ଡଙ୍କ ପୁଅକୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ

ଝାରସୁଗୁଡ଼ା ସଦରଥାନା ଅନ୍ତର୍ଗତ ପଞ୍ଚପଡା ବାଲିଘାଟ ରାସ୍ତାରେ ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା । ଅଧିକ ପଢ଼ନ୍ତୁ

ଝାରସୁଗୁଡ଼ା: ବିଚ ରାସ୍ତାରେ ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା । ଝାରସୁଗୁଡ଼ା ସଦରଥାନା ଅନ୍ତର୍ଗତ ପଞ୍ଚପଡା ବାଲିଘାଟ ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଉଛନ୍ତି ପ୍ରମୋଦ ସିଂହ । ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ଥିବାବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମୃତ ପ୍ରମୋଦ ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଅଞ୍ଚଳର ହୋଇଥିବାବେଳେ ତାଙ୍କ ବାପା ଭଷ୍ମା ଥାନାରେ ହୋମଗାର୍ଡ ଭାବରେ କାର୍ଯ୍ୟରତ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ତାହା ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ମୃତକ ପ୍ରମୋଦ କାହିଁକି ଏହି ସ୍ଥାନକୁ ଆସିଥିଲେ ଏବଂ କିଏ ତାଙ୍କୁ ହତ୍ୟା କରିଛି ସେନେଇ ଜଣାପଡ଼ିନାହିଁ । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ଏବଂ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ସରକାରୀ ଯୋଜନାର ଅପବ୍ୟବହାର, ପାଚେରୀ କାର୍ଯ୍ୟରେ ଅନିୟମିତତା ଅଭିଯୋଗ

ଏହି ଘଟଣା ନେଇ ଝାରସୁଗୁଡ଼ା ସଦରଥାନାରେ କସ ନଂ-୨୨୫ u/s ୩୦୨ରେ ଏକ ମାମଲା ରୁଜ୍ଜୁ ହୋଇଛି । ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.