ETV Bharat / state

ସରକାରୀ ଯୋଜନାର ଅପବ୍ୟବହାର, ପାଚେରୀ କାର୍ଯ୍ୟରେ ଅନିୟମିତତା ଅଭିଯୋଗ

author img

By

Published : Oct 5, 2022, 12:22 PM IST

ଝାରସୁଗୁଡ଼ା ଜିଲ୍ଲା କୋଲାବିରା ସ୍ଥିତ ଏନ୍ଏଚ୍ ନିକଟସ୍ଥ ଥାନା ନିକଟରେ ନିର୍ମାଣ ହେଉଥିବା ପାଚେରୀ କାର୍ଯ୍ୟରେ ଅନିୟମିତତା କରାଯାଉଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ସରକାରୀ ଯୋଜନାର ଅପବ୍ୟବହାର, ପାଚେରୀ କାର୍ଯ୍ୟରେ ଅନିୟମିତତା ଅଭିଯୋଗ
ସରକାରୀ ଯୋଜନାର ଅପବ୍ୟବହାର, ପାଚେରୀ କାର୍ଯ୍ୟରେ ଅନିୟମିତତା ଅଭିଯୋଗ

ଝାରସୁଗୁଡା: ଜିଲ୍ଲାରେ ସରକାରୀ ଯୋଜନାର ଅପବ୍ୟବହାର । ଚାଲିଛି ଠିକାଦାର ପୋଷାନୀତି । ଆଉ ସେପଟେ ଜବାବ ମାଗିଲେ ଭୂଆଁ ବୁଲାଉଛନ୍ତି ଅଧିକାରୀ । ବାହାର ଜିଲ୍ଲାର ଠିକାଦାରଙ୍କ ହାତ ବାରେସୀ ସାଜିଛନ୍ତି କି ବିଭାଗୀୟ ଅଧିକାରୀ ? ଏହା ଆମେ କହୁନାହୁଁ ବରଂ ଏଭଳି କିଛି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଠିକାଦାର । ଝାରସୁଗୁଡ଼ା ଜିଲ୍ଲା କୋଲାବିରା ସ୍ଥିତ ଏନ୍ଏଚ୍ ନିକଟସ୍ଥ ଥାନା ନିକଟରେ ନିର୍ମାଣ ହେଉଥିବା ପାଚେରୀ କାର୍ଯ୍ୟରେ ଅନିୟମିତତା କରାଯାଉଥିବା ଅଭିଯୋଗ ହୋଇଛି ।

ସରକାରୀ ଯୋଜନାର ଅପବ୍ୟବହାର, ପାଚେରୀ କାର୍ଯ୍ୟରେ ଅନିୟମିତତା ଅଭିଯୋଗ

ଏନ୍ଏଚ୍ ବିଭାଗର ମନମୁଖୀ କାର୍ଯ୍ୟକଳାପ ଚାଲିଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଠିକାଦାର । ବିନା ନୋଟିସରେ ଲକ୍ଷାଧିକ ଟଙ୍କାର ଠିକା କାର୍ଯ୍ୟ କେମିତି ଚାଲିଛି ବୋଲି ଅଭିଯୋଗ ହୋଇଛି । ୨୪ ଲକ୍ଷରୁ ଅଧିକ ଟଙ୍କାର କାର୍ଯ୍ୟକୁ ଭାଗ ଭାଗ କରି ଠିକାଦାର ମାନଙ୍କୁ ବଣ୍ଟା ଯାଇ ସରକାରଙ୍କ ଆର୍ଥିକ ବ୍ୟବସ୍ଥା ଉପରେ ପ୍ରଭାବ ପଡୁଥିବା ଅଭିଯୋଗ ହୋଇଛି । କେବେ ନୋଟିସ୍‌ ହେଲା ଏନେଇ ଏବେବି ସ୍ଥାନୀୟ ଠିକାଦାରଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ବିଭାଗୀୟ ଅଧିକାରୀ ଏନେଇ କୌଣସି ସଠିକ ଉତ୍ତର ମଧ୍ୟ ଦେଉନଥିବାରୁ ଏଥିରେ ଦୁର୍ନୀତିର ଗନ୍ଧ ଆସୁଥିବା ପରି ମନେ ହେଉଥିବା କହିଛନ୍ତି ଅଭିଯୋଗକାରୀ ।

ଅନ୍ୟପଟେ ବିଭାଗୀୟ ଅଧିକାରୀ କହିଛନ୍ତି, ଯଥାଶୀଘ୍ର କାର୍ଯ୍ୟ ସମ୍ପାଦନ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକୁ ଭାଗ ଭାଗ କରି ଠିକାଦାର ମାନଙ୍କୁ ଦିଆଯାଇଛି । ତେଣୁ ଅଫ୍ ଲାଇନ ଭାବେ ଟେଣ୍ଡର ପ୍ରକ୍ରିୟା କରି ଠିକାଦାରଙ୍କୁ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ବିନା ବିଜ୍ଞାପନରେ ଏଭଳି ଅଫ୍ ଲାଇନ ଟେଣ୍ଡର ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଭାଗୀୟ ଅଧିକାରୀ ମଧ୍ୟ ବିନା କୌଣସି ବିଜ୍ଞାପନରେ ଏହି କାର୍ଯ୍ୟ ଚାଲିଥିବା ସ୍ବୀକାର କରିଛନ୍ତି । କେବଳ କାର୍ଯ୍ୟାଳୟ ପରିସରରେ ଥିବା ନୋଟିସ ବୋର୍ଡ଼ରେ ନୋଟିସ କରାଯାଇଥିବା କହିଛନ୍ତି ।

ଏହା ବି ପଢନ୍ତୁ...କ୍ୟାପିଟାଲ ହସ୍ପିଟାଲରେ ନାହିଁ ରାନିବିଜୁମାବ ଇଞ୍ଜେକ୍ସନ, ହନ୍ତସନ୍ତ ରୋଗୀ

ତେବେ ଏହି ଟେଣ୍ଡର ପ୍ରକ୍ରିୟାରେ କେବଳ ୨ଜଣ ଠିକାଦାର ଆବେଦନ କରିଥିବା ବେଳେ ଜଣକ ହାତକୁ ଏହି ଟେଣ୍ଡର ଦିଆ ଯାଇଥିଲା । ଯାହାକୁ ଦେଖିଲେ ଠିକାଦାର ପୋଷା ନୀତି ଚାଲିଥିବା ଭଳି ପ୍ରଶ୍ନ ସାମନାକୁ ଆସୁଛି । ୨୪ ଲକ୍ଷରୁ ଅଧିକ ଟଙ୍କାର କାର୍ଯ୍ୟକୁ ଭାଗ ଭାଗ କରି କରୁଥିବା ନଥିପତ୍ର ପ୍ରମାଣ ଉପରେ ମଧ୍ୟ ପ୍ରଶ୍ନ ଉଠୁଛି । ବିଭାଗୀୟ ଅଧିକାରୀଙ୍କୁ ଜବାବ ମାଗିଲେ, ଗୋଟିଏ କାର୍ଯ୍ୟର ନଥିପତ୍ର ପ୍ରମାଣ ଦେଖାଇ ଅନ୍ୟ ଗୁଡ଼ିକ ପ୍ରସ୍ତୁତ ହୋଇ ନଥିବା କହିଛନ୍ତି । ତେବେ କାହିଁକି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ତାହା ଉପରେ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଠିକାଦାର । ତେବେ ପ୍ରକୃତ ସତ୍ୟ କଣ, ସେ ଉପରେ ଜିଲ୍ଲାପାଳ ନିଜେ ତଦନ୍ତ କରି ସତ୍ୟକୁ ଲୋକଲୋଚନକୁ ଆଣିବା ଦରକାର ବୋଲି ବୁଦ୍ଧିଜୀବୀ ଅନୁରୋଧ କରିଛନ୍ତି । ଏ ଦିଗ ଉପରେ ପ୍ରଶାସନ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.