ETV Bharat / state

ରାଜା ପରିବାର ଏକାଠି ଖାଇଲେ ନୂଆ, ସଭିଙ୍କୁ ଜଣାଇଲେ ଶୁଭେଚ୍ଛା

author img

By

Published : Sep 1, 2022, 3:13 PM IST

Updated : Sep 1, 2022, 4:10 PM IST

ରାଜା ପରିବାର ଏକାଠି ଖାଇଲେ ନୂଆ, ସଭିଙ୍କୁ ଜଣାଇଲେ ଶୁଭେଚ୍ଛା
ରାଜା ପରିବାର ଏକାଠି ଖାଇଲେ ନୂଆ, ସଭିଙ୍କୁ ଜଣାଇଲେ ଶୁଭେଚ୍ଛା

ବଲାଙ୍ଗୀରରେ ରାଜା ପରିବାର ନୂଆଁଖାଇ ଅବସରରେ ଏକାଠି ଖାଇଲେ ନୂଆ । ସଭିଙ୍କୁ ନୂଆଁଖାଇର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ଅଧିକ ପଢନ୍ତୁ

ବଲାଙ୍ଗୀର: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ତଥା କୃଷିଭିତ୍ତିକ ପର୍ବ ନୂଆଁଖାଇ । ଏହି ପର୍ବକୁ ଆଜି ଆନନ୍ଦ ଉଲ୍ଲାସର ସହିତ ପାଳିନ କରାଯାଉଛି । ଯେଉଁଥିରେ ରାଜାରୁ ପ୍ରଜା ସମସ୍ତେ ନୂଆ ଖାଇଛନ୍ତି । ଏହିଭଳି ବଲାଙ୍ଗୀରର ରାଜା ପରିବାର ମଧ୍ୟ ଏକାଠି ନୂଆଁ ଖାଇବା ସହ ସମସ୍ତଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି ।

ରାଜା ପରିବାର ଏକାଠି ଖାଇଲେ ନୂଆ, ସଭିଙ୍କୁ ଜଣାଇଲେ ଶୁଭେଚ୍ଛା

ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣ ପର୍ବ ନୂଆଁଖାଇ ପାଇଁ ଆଜି ଗାଁଠୁ ପଲ୍ଲୀ ସହର ସବୁଠି ଉତ୍ସାହର ମାହୋଲ ରହିଛି । ପ୍ରଥମେ ରୀତିନୀତି ପରମ୍ପରା ଅନୁସାରେ ଇଷ୍ଟ ଦେବୀ ମା' ସମଲେଇଙ୍କ ଠାରେ ଅନ୍ନ ଭୋଗ ବା ଚାଉଳ କୁଣ୍ଡା ଲାଗି ହେବା ପରେ ଘରେ ଘରେ ସମସ୍ତେ ନୂଆଁଖାଇ ପାଳନ କରିଛନ୍ତି । ଏହିଭଳି ବଲାଙ୍ଗୀର ତଥା ଓଡ଼ିଶାର ପ୍ରଭାବଶାଳୀ ବଲାଙ୍ଗୀରର ରାଜା ପରିବାର ମଧ୍ୟ ଏକାଠି ନୂଆଁଖାଇ ପାଳନ କରୁଛନ୍ତି ।

ଏହା ବି ପଢନ୍ତୁ- ନୂଆଁଖାଇ ପାଇଁ ଚଳଚଞ୍ଚଳ ବଲାଙ୍ଗୀର, ମା'ଙ୍କ ପାହୁର ଯାତ୍ରା ସମ୍ପନ୍ନ

ବଲାଙ୍ଗୀର ରାଜା ପରିବାରରେ ଇଷ୍ଟ ଦେବୀ ମା' ସମଲେଇ, ମା' ପାଟଣେଶ୍ଵରୀ ଓ ମା' ଦସମତିଙ୍କ ଠାରେ ନୂଆ ଅନ୍ନ ଭୋଗ ଲାଗି ହେବା ପରେ ସମସ୍ତେ ଏକାଠି ନୂଆଁଖାଇ ପାଳନ କରୁଛନ୍ତି । ଭିନ୍ନ ରାଜନୈତିକ ଦଳର ପରିବାରର ସବୁ ସଦସ୍ୟ ଥିବା ବେଳେ ଏହାର ଊର୍ଦ୍ଧ୍ବରେ ଏମାନେ ନୂଆଁଖାଇ ପାଇଁ ଏକତ୍ରିତ ହୋଇଛନ୍ତି । ତେବେ ବଲାଙ୍ଗୀର ମହାରାଜା ତଥା ଓଡ଼ିଶା ବିଜେପି ନେତା କନକ ବର୍ଦ୍ଧନ ସିଂହ ଦେଓ, ତାଙ୍କ ପତ୍ନୀ ତଥା ବଲାଙ୍ଗୀର ବିଜେପି ସାଂସଦ ସଂଗୀତା ସିଂହ ଦେଓ, ତାଙ୍କ କାକା ଏ ୟୁ ସିଂହ ଦେଓଙ୍କ ଦୁଇ ପୁତ୍ର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହ ଦେଓ ତାଙ୍କ ପତ୍ନୀ ଓ ଆର୍କେଶ ନାରାୟଣ ସିଂହ ଦେଓ ସମସ୍ତେ ମିଶି ଏକାଠି ନୂଆଁ ଖାଇଛନ୍ତି । ସମସ୍ତେ ଏହି ଅବସରରେ ନୂଆଁଖାଇ ଆମର ପରମ୍ପରା ବୋଲି କହିବା ସହ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ନୂଆଁଖାଇ ପାଇଁ ଗତକାଲି ପାହୁର ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏକ ବିରାଟ ପଟୁଆରରେ ସବୁ ମନ୍ଦିରକୁ ଯାଇ ସମସ୍ତ ଦେବାଦେବୀଙ୍କୁ ନୂଆଁଖାଇ ପାଇଁ ପୂଜା ସାମଗ୍ରୀ ଅର୍ପଣ କରାଯାଇଛି । ଯେଉଁଥିରେ ନୂଆ ଲୁଗା, ଅଳତା, ସିନ୍ଦୁର, ନୂଆଧାନ ଇତ୍ୟାଦି ରହିଥିଲା । ଲଗ୍ନ ଅନୁସାରେ ଆଜି ସକାଳ ୧୦ଟା ୩୦ ମିନିଟରେ ବଲାଙ୍ଗୀର ଇଷ୍ଟଦେବୀ ମା' ସମଲେଶ୍ବରୀ, ମା' ପାଟଣେଶ୍ବରୀଙ୍କ ଠାରେ ଅନ୍ନ ପ୍ରସାଦ ଲାଗି ହୋଇଥିଲା । ଏହାପରେ ସାଧାରଣ ଜନତା ନୂଆ ଖାଇଥିଲେ ।

ଇଟିଭି ଭାରତ, ବଲାଙ୍ଗୀର

Last Updated :Sep 1, 2022, 4:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.