ETV Bharat / state

ନୂଆଁଖାଇ ପାଇଁ ଚଳଚଞ୍ଚଳ ବଲାଙ୍ଗୀର, ମା'ଙ୍କ ପାହୁର ଯାତ୍ରା ସମ୍ପନ୍ନ

author img

By

Published : Aug 31, 2022, 10:56 PM IST

pahur yatra for nuakhai in balangir
ନୂଆଁଖାଇ ପାଇଁ ଚଳଚଞ୍ଚଳ ବଲାଙ୍ଗୀର, ମା'ଙ୍କ ପାହୁର ଯାତ୍ରା ସମ୍ପନ୍ନ

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ନେଇ ଚଳଚଞ୍ଚଳ ବଲାଙ୍ଗୀର । ନୂଆଁଖାଇ ପୂର୍ବର ଜିଲ୍ଲାର ସମସ୍ତ ଦେବାଦେବୀଙ୍କ ପାଖରେ ପହଞ୍ଚିଲା ପୂଜା ସାମଗ୍ରୀ । ଅଧିକ ପଢ଼ନ୍ତୁ

ବଲାଙ୍ଗୀର: ରାତି ପାହିଲେ ପାଳିତ ହେବ ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୂଆଁଖାଇ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବଲାଙ୍ଗୀର ଜିଲ୍ଲାରେ ନୂଆଁଖାଇ ପୂର୍ବରୁ ପାହୁର୍ ଯାତ୍ରା ସମ୍ପନ୍ନ ହୋଇଛି । କାହିଁ କେଉଁ କାଳରୁ ଚାଷୀମାନେ ଏହି ପର୍ବ ପାଳନ କରି ଆସୁଛନ୍ତି । ନୂଆ ଅମଳ ହୋଇଥିବା ଶସ୍ୟକୁ ଇଷ୍ଟଦେବାଦେବୀଙ୍କଠାରେ ଅର୍ପଣ କରିବା ଏହାର ମୂଳ ଉଦ୍ଦେଶ୍ୟ । ଏହି ପରିପ୍ରେକ୍ଷୀରେ ବଲାଙ୍ଗୀରର ସବୁ ଦେବାଦେବୀଙ୍କ ମନ୍ଦିରରେ ନୂଆଁଖାଇ ପାଇଁ ସମସ୍ତ ସାମଗ୍ରୀ ପହଞ୍ଚି ସରିଛି ।

ନୂଆଁଖାଇ ପାଇଁ ଚଳଚଞ୍ଚଳ ବଲାଙ୍ଗୀର

ଏହା ମଧ୍ୟ ପଢ଼ନ୍ତୁ: ସମ୍ବଲପୁରୀ ଭାଷାରେ ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଶୁଭେଚ୍ଛା

ପରମ୍ପରା ଅନୁଯାୟୀ ବଲାଙ୍ଗୀରରେ ରାଜାଙ୍କ ଘରୁ ଏହି ପୂଜା ସାମଗ୍ରୀ ମନ୍ଦିର ଦେବା ଦେବୀଙ୍କୁ ଲାଗି ହେଇଥିଲା । ଏବେ ଜିଲ୍ଲାର ସାଂସ୍କୃତିକ ସଂଗଠନ ନିଜ ହାତକୁ ନେଇଛି । ଆଜି ଏକ ବିରାଟ ପଟୁଆରରେ ସବୁ ମନ୍ଦିରକୁ ଯାଇ ସମସ୍ତ ଦେବାଦେବୀଙ୍କୁ ନୂଆଖାଇ ପାଇଁ ପୂଜା ସାମଗ୍ରୀ ଅର୍ପଣ କରିଛନ୍ତି । ଯେଉଁଥିରେ ନୂଆ ଲୁଗା, ଅଳତା ସିନ୍ଦୂର, ନୂଆଧାନ ଇତ୍ୟାଦି ଦିଆଯାଇଛି । ଆସନ୍ତାକାଲି ଲଗ୍ନ ଅନୁସାରେ ସକାଳ 10ଟା 30 ମିନିଟରେ ବଲାଙ୍ଗୀର ଇଷ୍ଟଦେବୀ ମା' ସମଲେଶ୍ବରୀ, ମା' ପାଟଣେଶ୍ବରୀଙ୍କଠାରେ ଅନ୍ନ ପ୍ରସାଦ ଲାଗି ହେବ । ଏହାପରେ ସାଧାରଣ ଜନତା ନୂଆଖାଇବେ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.