ETV Bharat / city

ସମ୍ବଲପୁରୀ ଭାଷାରେ ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଶୁଭେଚ୍ଛା

author img

By

Published : Aug 31, 2022, 9:12 PM IST

ରାତି ପାହିଲେ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ (Naveen Nuakhai Wishes) । ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

Odisha CM Naveen Patnaik wished people on the eve on Nuakhai in Sambalpuri language
Naveen Nuakhai Wish: ସମ୍ବଲପୁରୀ ଭାଷାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଶୁଭେଚ୍ଛା

ଭୁବନେଶ୍ବର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Nuakhai Wishes )। ସମ୍ବଲପୁରୀ ଭାଷାରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ । ମାଆ ସମଲେଶ୍ବରୀ ସମସ୍ତଙ୍କୁ ଭଲରେ ରଖନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପ୍ରାର୍ଥନା କରିଛନ୍ତି ।

Naveen Nuakhai Wish: ସମ୍ବଲପୁରୀ ଭାଷାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଶୁଭେଚ୍ଛା

ମୁଖ୍ୟମନ୍ତ୍ରୀ ଭିଡିଓ ସେୟାର କରି କହିଛନ୍ତି, "ଜୟ ମା ସମଲେଶ୍ବରୀ । ଆପଣ ସମସ୍ତଙ୍କୁ ନୂଆଖାଇ ଜୁହାର । ମାଆ ସମଲେଇ ଆପଣମାନଙ୍କୁ ଖୁସିରେ ରଖନ୍ତୁ ଏତିକି ପ୍ରାର୍ଥନା । ଜୁହାର ।"

  • ପବିତ୍ର #ନୂଆଖାଇ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା ବାର୍ତ୍ତା: pic.twitter.com/HDx4enbId9

    — I & PR Department, Odisha (@IPR_Odisha) August 31, 2022 " class="align-text-top noRightClick twitterSection" data=" ">

ରାତି ପାହିଲେ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ପଶ୍ଚିମ ଓଡ଼ିଶା । କୋଭିଡ-୧୯ ସଂକ୍ରମଣ ପାଇଁ ଗତ ଦୁଇ ବର୍ଷ ହେଲା ନୂଆଁଖାଇ ଫିକା ପଡ଼ିଥିଲା । ଚଳିତ ବର୍ଷ ମହାଆଡ଼ମ୍ବର ଭାବେ ଉତ୍ସବ ପାଳନ କରାଯିବ । ନୂଆଁଖାଇର ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ସମ୍ବଲପୁରୀ ଭାଷାରେ ଶୁଭେଚ୍ଛା ଜଣାଇଛନ୍ତି । ମା' ସମଲେଶ୍ବରୀ ସମସ୍ତଙ୍କୁ ଭଲରେ ରଖନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପ୍ରାର୍ଥନା ମଧ୍ୟ କରିଛନ୍ତି ।

ଏହା ବି ପଢ଼ନ୍ତୁ ରାତି ପାହିଲେ ନୂଆଁଖାଇ, ଚଳଚଞ୍ଚଳ ଝାରସୁଗୁଡା

ଏହି ପୂଜାରେ ଉତ୍ପାଦିତ ନୂଆ ଧାନକୁ ରୀତିନୀତି ଅନୁସାରେ ପ୍ରଥମେ ଅଧିଷ୍ଠାତ୍ରୀ ମା' ସମଲେଶ୍ବରୀଙ୍କୁ ଅର୍ପଣ କରାଯିବ । ଘରେ ତିଆରି ହୋଇଥିବା ବିଭିନ୍ନ ପ୍ରକାର ବ୍ୟଞ୍ଜନକୁ ସଭିଏଁ ମିଳି ମିଶି ଖାଇଥାନ୍ତି । ଏହାପରେ ଆରମ୍ଭ ହେବ ନୂଆଁଖାଇ ଭେଟଘାଟ ।

ଗଣେଶ ପୂଜା ପରଦିନ ପଞ୍ଚମୀ ତିଥିରେ ପଶ୍ଚିମ ଓଡ଼ିଶାବାସୀ ନୂଆଁ ଖାଇବେ । ଏହିଦିନ ସକାଳୁ ନୂତନ ବସ୍ତ୍ର ପରିଧାନ କରି ଘରେ ଘରେ ପିଠା ପଣା ପ୍ରସ୍ତୁତ ହୋଇଥାଏ । ଜମିରୁ ଉତ୍ପନ ଧାନକୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କୁ ଅର୍ପଣ କରାଯାଏ । ଏହାପରେ ପରିବାରର ବୟୋଜ୍ୟଷ୍ଠ ସଭିଙ୍କୁ ନୂଆଁ ଖାଇବାକୁ ଦେଇଥାନ୍ତି । ଘରେ ତିଆରି ହୋଇଥିବା ବିଭିନ୍ନ ପ୍ରକାର ବ୍ୟଞ୍ଜନକୁ ସଭିଏଁ ମିଳି ମିଶି ଖାଇଥାନ୍ତି । ଏହାପରେ ଆରମ୍ଭ ହୁଏ ଜୁହାର ଭେଟ ।

ସାନମାନେ ମୁଣ୍ଡିଆ ମାରି ବଡ଼ମାନଙ୍କଠାରୁ ଆଶୀର୍ବାଦ ନେଇଥାନ୍ତି । ଏହା ସାହି ପଡ଼ିଶା ତଥା ଗ୍ରାମରେ ସଭିଙ୍କୁ ନୂଆଁଖାଇ ଜୁହାର ଜଣାଇଥାନ୍ତି । ପଶ୍ଚିମ ଓଡିଶାରେ ଏହି ଦିନ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧି ଥାଏ । ନୂଆଁଖାଇ ପରବର୍ତ୍ତୀ ଦିନକୁ ନୂଆଁଖାଇବାସୀ ବା ମିଳନର ପର୍ବ ରୂପେ ପାଳନ କରାଯାଏ । ଘରକୁ କୁଣିଆ ଆସିଲେ ଭୋଜିଭାତ କରି ପରସ୍ପର ମଧ୍ୟରେ ଜୁହାର ଭେଟ ହୋଇଥାନ୍ତି । ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରି ନାଚଗୀତରେ ସମସ୍ତେ ମସଗୁଲ ରହିଥାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.