ETV Bharat / state

ଆସୁଛି ନୂଆଖାଇ, ଧୁମଧାମରେ ପାଳନ ନେଇ ପ୍ରସ୍ତୁତି ଜୋରଦାର

author img

By ETV Bharat Odisha Team

Published : Sep 18, 2023, 7:51 AM IST

Updated : Sep 18, 2023, 2:26 PM IST

ଆସୁଛି ନୂଆଖାଇ, ଧୁମଧାମରେ ପାଳନ ନେଇ ପ୍ରସ୍ତୁତି ଜୋରଦାର
ଆସୁଛି ନୂଆଖାଇ, ଧୁମଧାମରେ ପାଳନ ନେଇ ପ୍ରସ୍ତୁତି ଜୋରଦାର

ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଖାଇକୁ ନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ପର୍ବ । ଚଳିତ ବର୍ଷ ବଲାଙ୍ଗୀର ଜିଲ୍ଲା ସମେତ ପଶ୍ଚିମ ଓଡିଶାରେ ଚାଷ କାର୍ଯ୍ୟ ଭଲ ହୋଇଥିବା ଯୋଗୁଁ ଚାଷୀଙ୍କ ମନରେ ଉଲ୍ଲାସ ଭରି ରହିଛି । ତେବେ ନୂଆଖାଇ ଧୁମଧାମରେ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଅଧିକ ପଢ଼ନ୍ତୁ

ଆସୁଛି ନୂଆଖାଇ, ଧୁମଧାମରେ ପାଳନ ନେଇ ପ୍ରସ୍ତୁତି ଜୋରଦାର

ବଲାଙ୍ଗୀର: ଆଉ ଦିନକ ପରେ ପାଳନ ହେବ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ । ଚଳିତ ବର୍ଷ ବଲାଙ୍ଗୀର ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାରେ ଚାଷ କାର୍ଯ୍ୟ ଭଲ ହୋଇଥିବା ଯୋଗୁଁ ଚାଷୀଙ୍କ ମନରେ ଉଲ୍ଲାସ ଭରି ରହିଛି । ଯେଉଁଥିପାଇଁ ନୂଆଖାଇ ଧୁମଧାମରେ ପାଳନ ହେବ ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ତେବେ ଏହି ଗଣପର୍ବ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ପର୍ବ । ଚଳିତ ବର୍ଷ ବଲାଙ୍ଗୀର ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାରେ ଚାଷ କାର୍ଯ୍ୟ ଭଲ ହୋଇଛି । ଯାହାକୁ ନେଇ ଏଠିକାର ଚାଷୀ ବେଶ ଖୁସି ରହିଥିବା ଦେଖିବାକୁ ମିଳିଛି । ଏଠିକାର ମୁଖ୍ୟ ଜୀବିକା ଚାଷ ଅଟେ । ଆଦି ପରମ୍ପରା ଅନୁସାରେ ଏହି ନୂଆଖାଇ ପର୍ବ ପାଳନ ହୋଇ ଆସୁଛି । ଯେଉଁଥିରେ ଚାଷୀ ବର୍ଷର ନିଜର ଅମଳ ପ୍ରଥମ ଅନ୍ନକୁ ଭକ୍ତି ସହକାରେ ଇଷ୍ଟ ଦେବୀଙ୍କ ପାଖରେ ଅର୍ପଣ କରି ବର୍ଷ ତମାମ ସୁଖ ସମୃଦ୍ଧିର କାମନା କରିଥାଏ । ସେହି ଅମଳ ହୋଇଥିବା ଅନ୍ନକୁ ସମସ୍ତେ ବର୍ଷ ତମାମ ଆହରଣ କରିଥାନ୍ତି ।

ତେବେ ଚଳିତ ବର୍ଷର ନୂଆଖାଇ ଲଗ୍ନ ଧାର୍ଯ୍ୟ ହୋଇ ସାରିଛି । ବଲାଙ୍ଗୀରରେ ଆସନ୍ତା 20 ଓ 21 ତାରିଖ ଦୁଇ ଦିନ ଧରି ନୂଆଖାଇ ପର୍ବ ପାଳନ ହେବ । ଗାଁ ଗାଁରେ ଲଗ୍ନ ତାରିଖ ଡେଙ୍ଗୁରା ବଜାଇ ଘୋଷଣା କରାଯାଇଛି । ଯାହା ପରେ ଏଠି ଚାଷୀ ସହିତ ସମସ୍ତ ବର୍ଗର ଲୋକେ ଏହି ନୂତନତ୍ୱର ପର୍ବ ପାଳନ ପାଇଁ ସଜବାଜ ଆରମ୍ଭ କରିଦେଇଛନ୍ତି । ଦୂରରେ ଥିବା ବନ୍ଧୁ ବାନ୍ଧବ ଘରେ ପହଞ୍ଚି ସାରିଲେଣି । ସେହିପରି ନୂଆଖାଇ ପାଇଁ ଘର ସଜାଇବା ସହ ନୂଆ ପୋଷାକ ନୂଆ ବାସନ କିଣିବା ପାଇଁ ବଜାରରେ ଭିଡ଼ ଦେଖିବାକୁ ମିଳୁଛି । ଜଙ୍ଗଲରୁ ପତ୍ର ସଂଗ୍ରହ ସହ ନୂଆ ମାଟିପାତ୍ର ମଧ୍ୟ କ୍ରୟ କରାଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି ।

ଚାଷୀଠୁ ନେଇ ସବୁ ବର୍ଗର ଲୋକେ ମାସେ ପୂର୍ବରୁ ଏହା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବାର କହିଛନ୍ତି ଏଠିକାର ବାସିନ୍ଦା । ଯେଉଁଥିରେ ସେମାନେ ସବୁ ନୂଆ କରିବା ସହ ଘର ସଜାଇବା, ନୂଆ ବାସନକୁଶନ, କପଡ଼ା, ପନିପରିବାଠୁ ନେଇ ସବୁ ଆବଶ୍ୟକ ସାମଗ୍ରୀ କିଣି ସାରିଛନ୍ତି ବୋଲି ଏମାନେ କହିଛନ୍ତି । ଏହି ବଡ଼ଖା ପର୍ବ ଦିନ ସେମାନେ କ୍ଷେତରୁ ଧାନ ଆଣି ସେଥିରୁ ଚାଉଳର ଚୁରାରେ ଗୁଣ୍ଡା, ଖିରି, ପିଠା, ମଣ୍ଡା ସବୁ ପ୍ରସ୍ତୁତ କରିବେ ବୋଲି କହିଛନ୍ତି । ତେବେ ଇଷ୍ଟଦେବୀଙ୍କୁ ଏହା ସବୁ ଲଗ୍ନ ଅନୁସାରେ ଲାଗି ହେବା ପରେ ସେମାନେ ନୂଆ ଖାଇବେ ଓ ଜୁହାର ଭେଟ ହେବେ ବୋଲି କହିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ, ନୂଆ ଖାଇବେ କଳାହାଣ୍ଡିବାସୀ

ପଶ୍ଚିମ ଓଡ଼ିଶାରେ କେବଳ ଚାଷୀ ନୁହେଁ ବରଂ ସମସ୍ତ ବର୍ଗର ଲୋକେ ପାଳନ କରିଥାନ୍ତି ନୂଆଖାଇ । ସବୁ ଶତ୍ରୁତା ଦ୍ଵେଷ ବିଦ୍ୱେଷ ଭୁଲି ଗାଁ ଲୋକେ ଏକାଠି ହୋଇ ନୂଆଖାଇ ଥାଆନ୍ତି । ନୂଆଖାଇ ସାରିଲା ପରେ ଆରମ୍ଭ ହୋଇଥାଏ ଶୁଭେଚ୍ଛା ଓ ସ୍ନେହର ପରମ୍ପରା । ଯେଉଁଥିରେ ସମସ୍ତେ ନୂଆଖାଇ ଜୁହାର ଭେଟ ହୋଇଥାଆନ୍ତି । ସେହିପରି ଦୁଇ ଦିନ ସବୁ ପ୍ରକାରର ଖୁସି ମନୋରଞ୍ଜନରେ ଏମାନେ ମସଗୁଲ ହୋଇ ଯାଆନ୍ତି । ଆଦିବାସୀ ନୃତ୍ୟ, ଡାଲଖାଇ, ମାଇଲା ଜଡ଼, କୁରେଫୁଲ ଭଲି ଅନେକ ପାରମ୍ପରିକ ନୃତ୍ୟ ଗୀତରେ ସମସ୍ତେ ସାମିଲ ହୋଇ ଖୁସି ମନାଇ ଥାଆନ୍ତି । ଏଥର ନୂଆଖାଇ ଅତି ଧୁମଧାମରେ ପାଳିବାକୁ ଆଶା ରଖିଛନ୍ତି ସ୍ଥାନୀୟଲୋକେ । ନୂଆଖାଇ ଭେଟଘାଟ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଖେଳ ଇତ୍ୟାଦି ଗାଁ ଗାଁରେ ଆୟୋଜନ କରାଯାଇଛି ।

ଇଟିଭି ଭାରତ, ବଲାଙ୍ଗୀର

Last Updated :Sep 18, 2023, 2:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.