ETV Bharat / state

ରୋଗୀଙ୍କ ଜୀବନ ସହ ଖେଳ, କ୍ବାକ ଚିକିତ୍ସାରେ ବ୍ୟକ୍ତି ମୃତ

author img

By ETV Bharat Odisha Team

Published : Nov 19, 2023, 8:13 PM IST

କ୍ବାକ ଡାକ୍ତରଙ୍କ ଭୁଲ ଚିକିତ୍ସାରେ ଚାଲିଗଲା ରୋଗୀଙ୍କ ଜୀବନ
କ୍ବାକ ଡାକ୍ତରଙ୍କ ଭୁଲ ଚିକିତ୍ସାରେ ଚାଲିଗଲା ରୋଗୀଙ୍କ ଜୀବନ

କ୍ବାକ ଡାକ୍ତରଙ୍କ ଭୁଲ ଚିକିତ୍ସାରେ ଚାଲିଗଲା ରୋଗୀଙ୍କ ଜୀବନ । ପରିବାର ଲୋକ ଆଣିଲେ ଅଭିଯୋଗ । ଅଧିକ ପଢ଼ନ୍ତୁ

କ୍ବାକ ଡାକ୍ତରଙ୍କ ଭୁଲ ଚିକିତ୍ସାରେ ଚାଲିଗଲା ରୋଗୀଙ୍କ ଜୀବନ

ବଲାଙ୍ଗୀର: ଭୁଲ ଇଞ୍ଜେକସନ ନେଲା ବ୍ୟକ୍ତିଙ୍କ ଜୀବନ । କ୍ବାକ ଡାକ୍ତରଙ୍କ ଭୁଲ ଚିକିତ୍ସାରେ ଜଣେ ରୋଗୀଙ୍କ ଜୀବନ ଯାଇଥିବା ଅଭିଯୋଗ । ସେପଟେ ଏନେଇ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏଭଳି ଏକ ଗୁରୁତର ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଚନାବାହାଲ ଗାଁରୁ । ତେବେ ମୃତ ବ୍ୟକ୍ତି ହେଲେ ଚନାବାହାଲ ଗାଁର ଶିବାନନ୍ଦ ମହାନନ୍ଦ ।

ସୂଚନା ଅନୁସାରେ, ଶିବାନନ୍ଦ ଆଜି ସକାଳୁ ନିଜ ଘରେ ଏକ ଟାଙ୍ଗିଆରେ କାଠ ହାଣୁଥିବା ବେଳେ ଅସାବଧାନତା ବସତଃ ଟାଙ୍ଗିଆଟି ତାଙ୍କ ଗୋଡ଼ରେ ଲାଗିଥିଲା । ଫଳରେ ସେ ଆହତ ହୋଇଥିଲେ । ଏନେଇ ଗାଁ ପାଖ ବାଗବାହାଲି ଗାଁର କ୍ୱାକ ପ୍ରମୋଦ କୁମାର ମହାକୁରଙ୍କୁ ଖବର ଦେଇଥିଲେ । କ୍ଵାକ ଜଣଙ୍କ ଘରକୁ ଆସି ଏକ ଇଞ୍ଜେକସନ ଦେଇଥିଲେ । ସେପଟେ ଇଞ୍ଜେକସନ ନେବା ପରେ ସାମାନ୍ୟ ଆହତ ହୋଇଥିବା ଶିବାନନ୍ଦ ଅଧିକ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କ ମୁଣ୍ଡା ବୁଲାଇବା ସହ ମୁହଁରୁ ଫେଣ ବାହାରିଥିଲା । ପରେ ସେ ଅଚେତ ହୋଇଯାଇଥିଲେ । ଏହାପରେ ପରିବାର ଲୋକେ ତାଙ୍କୁ କଣ୍ଟାବାଞ୍ଜି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଯେଉଁଠି ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଭୁଲ ଇଞ୍ଜେକସନ ଯୋଗୁଁ ଶିବାନନ୍ଦଙ୍କର ମୃତ୍ୟୁ ହୋଇଥିବାର ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ସେପଟେ କଣ୍ଟାବାଞ୍ଜି ସ୍ବାସ୍ଥ୍ୟ କେନ୍ଦ୍ରର ଡ଼ାକ୍ତର ଏହି ଘଟଣାରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଆରମ୍ଭ କରିଥିବାର ଜଣାପଡ଼ିଛି ।

ତେବେ ମୃତକଙ୍କ ସମ୍ପର୍କୀୟ ନରହରି ବିଭାର କହିଛନ୍ତି ଯେ, ଶିବାନନ୍ଦ ଘରେ କାଠ ହାଣୁଥିବା ବେଳେ ଦୁର୍ଘଟଣା ବଶତଃ ଟାଙ୍ଗିଆଟି ତାଙ୍କ ପାଦରେ ଲାଗି ଯାଇଥିଲା । ଯାହାଫଳରେ ରକ୍ତଶ୍ରାବ ହେବା ସହ ସାମାନ୍ୟ ଆହତ ହୋଇଥିବା ବେଳେ ପାଖ ଗାଁର କ୍ୱାକ ପ୍ରମୋଦ କୁମାର ମହାକୁରଙ୍କୁ ଚିକିତ୍ସା ପାଇଁ ଘରକୁ ଡ଼ାକିଥିଲେ । କ୍ବାକ ଜଣଙ୍କ ଶିବାନନ୍ଦଙ୍କୁ ଟିଟାନସ ଇଞ୍ଜେକସନ ଦେବାକୁ କହିଥିଲେ । ହେଲେ ସେ କଣ ଇଞ୍ଜେକସନ ଦେଲା । ଯାହା ପରେ ସେ ଗୁରୁତର ଅସୁସ୍ଥ ହୋଇ ଅଚେତ ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ସେମାନେ କଣ୍ଟାବାଞ୍ଜି ଡାକ୍ତରଖାନା ଆଣିଥିବା ବେଳେ ସେଠି ଡ଼ାକ୍ତର ତାଙ୍କର ମୃତ୍ୟୁ ହୋଇଯାଇଥିବାର କହିଥିଲେ । ତେବେ ଭୁଲ ଇଞ୍ଜେକସନ ଯୋଗୁଁ ଶିବାନନ୍ଦଙ୍କର ଜୀବନ ଯାଇଥିବାର ସେ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ......MKCGରେ ଚିକିତ୍ସା ଅବହେଳା: ଡାକ୍ତର ଦେଖୁଥିଲେ କ୍ରିକେଟ ମ୍ୟାଚ୍ ! ଚାଲିଗଲା ରୋଗୀଙ୍କ ଜୀବନ

ଅନ୍ୟପଟେ କଣ୍ଟାବାଞ୍ଜି ଡାକ୍ତରଖାନା ଡ଼ାକ୍ତର ଦେଵବ୍ରତ କୁମ୍ଭାର କହିଛନ୍ତି ଯେ, ଏହି ରୋଗୀ ଡାକ୍ତରଖାନାକୁ ଆଣିବା ପୂର୍ବରୁ ତାର ମୃତ୍ୟୁ ହୋଇ ସାରିଥିଲା । ପରିବାର ଲୋକେ କହିବା ଅନୁସାରେ ତାଙ୍କୁ ଟିଟାନସ ଇଞ୍ଜେକସନ ସେଠିକାର ଜଣେ କ୍ବାକ ଡ଼ାକ୍ତର ଦେଇଥିଲେ । ହେଲେ ତାଙ୍କୁ କେଉଁ ଇଞ୍ଜେକସନ ଦିଆଯାଇଥିଲା ଓ କାହିଁକି ତାଙ୍କର ମୃତ୍ୟୁ ହେଲା ତାହା ଅଧିକ ତଦନ୍ତ ପରେ ଜଣାପଡ଼ିବ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.