ETV Bharat / state

ସ୍କୁଲରେ ପଶି ଛାତ୍ରଛାତ୍ରୀଙ୍କୁ ପିଟିଲା ମଦ୍ୟପ ଯୁବକ, 15ରୁ ଅଧିକ ପିଲା ଆହତ

author img

By ETV Bharat Odisha Team

Published : Jan 14, 2024, 7:33 AM IST

Updated : Jan 14, 2024, 12:22 PM IST

ସ୍କୁଲ ପରିସରରେ ମଦ୍ୟପର ଆକ୍ରମଣ
ସ୍କୁଲ ପରିସରରେ ମଦ୍ୟପର ଆକ୍ରମଣ

Students injured in drunkard's attack: ମଦ୍ୟପ ଯୁବକର ଉନ୍ମତ୍ତ କାଣ୍ଡ । ସ୍କୁଲ ଭିତରେ ପଶି ଛାତ୍ରଛାତ୍ରୀଙ୍କୁ କଲା ଆକ୍ରମଣ । ମଦ୍ୟପର ମାଡ଼ରେ 15 ଛାତ୍ରଛାତ୍ରୀ ଆହତ । ଅଧିକ ପଢ଼ନ୍ତୁ

ସ୍କୁଲ ପରିସରରେ ମଦ୍ୟପର ଆକ୍ରମଣ

ବଲାଙ୍ଗୀର: ମଦ୍ୟପ ଯୁବକର ଉନ୍ମତ୍ତ କାଣ୍ଡ । ସ୍କୁଲ ଭିତରେ ପଶି ଛାତ୍ରଛାତ୍ରୀଙ୍କୁ କଲା ଆକ୍ରମଣ । ମଦ୍ୟପର ମାଡ଼ରେ 15 ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ 5 ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେପଟେ ସ୍କୁଲ କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଏଭଳି ଘଟିଥିବା ଅଭିଯୋଗ ଆଣିଛନ୍ତି ଅଭିଭାବକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାରେ ।

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଅନ୍ତର୍ଗତ ବଙ୍କେଲ ଗ୍ରାମ ସ୍ଥିତ ବଙ୍କେଲ ୟୂଜି ସ୍କୁଲରେ ଶନିବାର ଅପରାହ୍ନରେ ଜଣେ ସ୍ଥାନୀୟ ମଦ୍ୟପ ଯୁବକ ସ୍କୁଲ ପରିସରକୁ ଅତର୍କିତ ଭାବରେ ଧସେଇ ପଶିଥିଲା । କେହି କିଛି ବୁଝିବା ପୂର୍ବରୁ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିବା ଆରମ୍ଭ କରିଥିଲା । ଯୁବକର ଆକ୍ରମଣ ଫଳରେ 15 ଜଣ କୋମଳମତି ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସେହିପରି ପାଞ୍ଚ ଜଣ ଛାତ୍ରଙ୍କୁ ଟିଟିଲାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ଏହାକୁ ନେଇ ଗାଆଁରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଅଭିଭାବକମାନେ ଏଭଳି ଘଟଣା ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି । ଏହା ବିରୋଧରେ ତଥା ସମ୍ପୃକ୍ତ ମଦ୍ୟପ ଯୁବକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଅଭିଭାବକମାନଙ୍କ କହିବା ଅନୁସାରେ, ସ୍କୁଲରେ ତାଙ୍କ ପିଲାମାନେ ପାଠ ପଢିବାକୁ ଯାଇଥିବା ବେଳେ ସେଠି ଜଣେ ଯୁବକ ସ୍କୁଲରେ ପଶି ମାଡ ମାରିଥିବାର ଖବର ପାଇଥିଲେ । ଏହାଶୁଣି ସେମାନେ ସ୍କୁଲରେ ପହଞ୍ଚି ଆହତ ପିଲାମାନଙ୍କୁ ନେଇ ଟିଟିଲାଗଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସ୍କୁଲରେ ଛାତ୍ରଛାତ୍ରୀଙ୍କ ଦାୟିତ୍ଵ ଶିକ୍ଷକମାନଙ୍କ ଉପରେ ଥିବାବେଳେ ସେମାନଙ୍କ ଉପସ୍ଥିତିରେ କେମିତି ଜଣେ ମଦ୍ୟପ ଯୁବକ ସ୍କୁଲରେ ପଶି ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କଲା ବୋଲି ପ୍ରଶ୍ନ କରିଛନ୍ତି ଅଭିଭାବକ । ଶିକ୍ଷକମାନଙ୍କର ଅବହେଳା କାରଣରୁ ଏଭଳି ଘଟିଥିବା ଅଭିଭାବକମାନ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଅଭିଭାବକଙ୍କ ଦବଙ୍ଗଗିରି, ବିଦ୍ୟାଳୟରେ ପଶି ପିଲାଙ୍କୁ ନିର୍ଦ୍ଧୁମ ପିଟିଲେ ଅଭିଭାବକ

ସେପଟେ ଏହି ସ୍କୁଲର ଶିକ୍ଷକ ନାରାୟଣ ବାଗ କହିଛନ୍ତି ଯେ, ମଧ୍ୟାହ୍ନ ଭୋଜନ ଖାଇ ସାରି ଛାତ୍ରଛାତ୍ରୀ ସ୍କୁଲରେ ଥିଲେ । ଏତିକି ବେଳେ ବଙ୍କେଲ ଗ୍ରାମର ଜଣେ ମଦ୍ୟପ ଯୁବକ ସ୍କୁଲକୁ ପଶି ଛାତ୍ରଛାତ୍ରୀଙ୍କୁ ମାଡ ମାରିଥିଲା । ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ସେହିପରି ଏଥିରେ 15 ଜଣ ଛାତ୍ର ଆହତ ହୋଇଥିବା ବେଳେ ଟିଟିଲାଗଡ ଡାକ୍ତରଖାନାରେ 5 ଜଣ ଛାତ୍ରଙ୍କୁ ଭର୍ତ୍ତି କରାଯାଇଛି । ତେବେ ଏହି ଅଭିଯୋଗକୁ ନେଇ ପୋଲିସ୍ ପାଖରେ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ହୋଇନଥିବାର ଜଣାପଡ଼ିଛି । ସେହିପରି ଏଭଳି କାଣ୍ଡ ଘଟାଇଥିବା ସଂପୃକ୍ତ ଯୁବକ ଏବେ ଫେରାର ଥିବାର ଜଣାପଡ଼ିଛି ।

ଇଟିଭି ଭାରତ, ବଲାଙ୍ଗୀର

Last Updated :Jan 14, 2024, 12:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.