ETV Bharat / state

ଅଭିଭାବକଙ୍କ ଦବଙ୍ଗଗିରି, ବିଦ୍ୟାଳୟରେ ପଶି ପିଲାଙ୍କୁ ନିର୍ଦ୍ଧୁମ ପିଟିଲେ ଅଭିଭାବକ

author img

By

Published : Oct 20, 2022, 5:46 PM IST

ଅଭିଭାବକଙ୍କ ଦବଙ୍ଗଗିରି । କଲ୍ୟାଣପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ (Kalaynpur Primary school)ରେ ଅଭାବନୀୟ ଘଟଣା, ବିଦ୍ୟାଳୟରେ ପ୍ରବେଶ କରି ଛାତ୍ରଛାତ୍ରୀଙ୍କୁ ମାଡ ମାରିଲେ ଅଭିଭାବକ । ଅଧିକ ପଢନ୍ତୁ

ଅଭିଭାବକଙ୍କ ଦବଙ୍ଗଗିରି
ଅଭିଭାବକଙ୍କ ଦବଙ୍ଗଗିରି

ଯାଜପୁର: ଅଭିଭାବକଙ୍କ ଦବଙ୍ଗଗିରି । ବିଦ୍ୟାଳୟରେ ଅଭାବନୀୟ ଘଟଣା, ବିଦ୍ୟାଳୟ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କଲେ ଅଭିଭାବକ । କ୍ଲାସ ରୁମରେ ପଶି ଛାତ୍ରଛାତ୍ରୀଙ୍କୁ ବାଡିରେ ମାଡ ମାରିବା ସହ ଚାପୁଡା ମାରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲାର ବିଂଝାରପୁର ଥାନା ସମଲପୁର ଗ୍ରାମର କଲ୍ୟାଣପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ(Kalaynpur Primary school)ରେ । ନିଜ ପୁଅକୁ କେହି ସାଙ୍ଗସାଥି ଆକ୍ରମଣ କରିବା ଅଭିଯୋଗ ଆଣି ଅଭିମନ୍ୟୁ ଜେନା ନାମକ ଜଣେ ବ୍ୟକ୍ତି ବିଦ୍ୟାଳୟରେ ପଶି ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି । ଅଭିମନ୍ୟୁଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି ।

ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରି ଅଭିଭାବକ ଅଟକ

ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ସମୟରେ ଛାତ୍ରଛାତ୍ରୀ ମାନେ ସ୍କୁଲ ଯିବା ସମୟରେ ଅଭିମନ୍ୟୁ ଜେନାଙ୍କ ପୁଅକୁ କେହି ସାଙ୍ଗସାଥି ମାଡ ମାରିଥିଲେ । ଏନେଇ ସେ ଖବର ପାଇବା ପରେ ବିଦ୍ୟାଳୟରେ ୧୧ଟା ସମୟରେ ଅଭିମନ୍ୟୁ ଓ ତାଙ୍କର ଜଣେ ସହଯୋଗୀ ପହଞ୍ଚି କ୍ଲାସରୁମରେ ବସିଥିବା ଛାତ୍ରଛାତ୍ରୀଙ୍କୁ ମାଡ ମାରିଥିଲେ । ଏହାକୁ ନେଇ ବିଦ୍ୟାଳୟରେ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିମନ୍ୟୁକୁ ଅଟକ ରଖିଛି । ଅଭିମନ୍ୟୁର ସହଯୋଗୀ ଫେରାର ହୋଇଯାଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ-Cyclone Sitrang: ବାତ୍ୟା ପ୍ରସ୍ତୁତି ନେଇ ଆଜି ସନ୍ଧ୍ୟାରେ ଗୁରୁତ୍ବପୂର୍ଣ୍ଣ ବୈଠକ

ଏନେଇ ଜଣେ ଛାତ୍ର କହିଛି, ''ଆମେ ରିସେସ ସମୟରେ ଖେଳୁଥିଲୁ ହଠାତ ସ୍କୁଟିରେ ୨ଜଣ ବ୍ୟକ୍ତି ବିଦ୍ୟାଳୟକୁ ପ୍ରବେଶ କରିଥିଲେ । ଏହାପରେ ଅଫିସ ଘରୁ ବାଡି ଆଣି ଆମକୁ ମାଡ ମାରିଥିଲେ । ତାପରେ କ୍ଲାସ ରୁମରେ ପଶି ସମସ୍ତଙ୍କୁ ମାଡ ମାରିଥିଲେ । ବିଦ୍ୟାଳୟରେ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଡ ମାରିଥିଲେ । ତାଙ୍କୁ ଉଚିତ ଦଣ୍ଡ ଦେବାକୁ କହିଛନ୍ତି ଛାତ୍ର ଜଣଙ୍କ ।''

ଏନେଇ ନୀତିନା ମଲ୍ଲିକ ନାମକ ଜଣେ ଅଭିଭାବକ କହିଛନ୍ତି ଯେ, '' ହାଉଁଆ ଓ କହରା ନାମକ ଦୁଇ ଜଣ ବ୍ୟକ୍ତି ମଦ ପିଇ ବିଦ୍ୟାଳୟରେ ପ୍ରବେଶ କରି ଛାତ୍ରଛାତ୍ରୀଙ୍କୁ ମାଡ ମାରିଥିଲେ । ଘଟଣା ସ୍ଥଳରୁ କହରା ତା ଝିଅକୁ ଧରିକି ପଳାଇଥିଲା । ତେବେ ଛାତ୍ରଛାତ୍ରୀଙ୍କୁ କାହିଁକି ମାଡ ମାରିଛନ୍ତି ତାହା ଆମକୁ ଜଣାନାହିଁ । ପିଲାମାନେ ଯେତେବେଳେ ଆମକୁ ଡାକିଲେ ସେହି ସମୟରେ ଆମେ ଜାଣିପାରିଲୁ କି ବିଦ୍ୟାଳୟରେ ଜଣେ ଅଭିଭାବକ ପିଲାଙ୍କୁ ମାଡ ମାରିଛନ୍ତି । ସେପଟେ ଛାତ୍ରଛତ୍ରୀଙ୍କୁ ଆକ୍ରମଣ କରିଥିବା ଅଭିମନ୍ୟୁ ଜେନାଙ୍କ ପ୍ରତିକ୍ରିୟା ଏପର୍ଯ୍ୟନ୍ତ ମିଳିପାରି ନାହିଁ । ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଠାରୁ ମଧ୍ୟ ଏନେଇ କିଛି ସୂଚନା ହସ୍ତଗତ ହୋଇନାହିଁ ।

ଯାଜପୁର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.