ETV Bharat / state

ମମିତା ନ୍ୟାୟ ପଲିଟିକ୍ସ: ମୁହଁ ଖୋଲିଲେ ବାପା, ଝିଅର ଚରିତ୍ର ଉପରେ ଅଙ୍ଗୁଠି ଉଠାନଯାଉ

author img

By

Published : Nov 8, 2021, 10:09 AM IST

Updated : Nov 8, 2021, 10:25 AM IST

ମମିତା ହତ୍ୟାକାଣ୍ଡ ଘଟଣା:  ପରିବାର ଲୋକଙ୍କ ଭିଡିଓ ଭାଇରାଲ
ମମିତା ହତ୍ୟାକାଣ୍ଡ ଘଟଣା: ପରିବାର ଲୋକଙ୍କ ଭିଡିଓ ଭାଇରାଲ

ମମିତା ମେହେର ହତ୍ୟା ଘଟଣା । ଝିଅର ଚରିତ୍ର ଉପରେ ଆଙ୍ଗୁଠି ନ ଉଠାଇବାକୁ ନିବେଦନ କଲେ ମମିତାଙ୍କ ବାପା । ଏହାକୁ ନେଇ ରାଜନୀତି ନକରିବାରୁ କଲେ ଅନୁରୋଧ । ଅଧିକ ପଢନ୍ତୁ...

ବଲାଙ୍ଗୀର: ମମିତା ମେହେର ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ଶୁଭୁଛି ପ୍ରତିବାଦର ସ୍ବର । ଏହାରି ମଧ୍ୟରେ ମମିତାଙ୍କ ପରିବାର ତରଫରୁ ଏକ ଭିଡିଓ ଜାରି ହୋଇଛି । ଯେଉଁଥିରେ ମମିତାଙ୍କ ବାପା ସୁଚନ୍ଦ୍ର ମେହେର କହିଛନ୍ତି ଯେ, ମୋ ଝିଅ ମମିତା ବହୁତ ଭଲ, ସେ ହତ୍ୟାକାରୀ ଗୋବିନ୍ଦ ସାହୁ ସାଙ୍ଗରେ କେବେ ବି ରାୟପୁର ଯାଇନଥିଲା । ଏହାକୁ ନେଇ ମୋ ଝିଅର ଚରିତ୍ର ଉପରେ ଆଙ୍ଗୁଠି ନଉଠାଇବାକୁ ସେ ନିବେଦନ କରିଛନ୍ତି ।

  • ମୋର ପ୍ରିୟ @dpradhanbjp @NPatnaikOdisha ବଡ଼ ଭାଇମାନେ ଝିଅକୁ ହରାଇବା ଠାରୁ ବଡ଼ ଦୁଃଖ ସଂସାରରେ ଆଉ କିଛି ବି ନାହିଁ। ଏହି ଶୋକ ସମୟରେ ଆମ ସମସ୍ତଙ୍କର ଦାୟିତ୍ଵ ଏହା କି ରାଜନୀତିର ବିଭିନ୍ନତାକୁ ଭୁଲି ଏକତ୍ର ହୋଇ ଝିଅକୁ ହରାଇଥିବା ମାତାପିତାଙ୍କ ଅନୁରୋଧକୁ ସମ୍ମାନ ଦେବା ଏବଂ ଶୋକ ସନ୍ତପ୍ତ ପରିବାରର ଦୁଃଖରେ ସହଭାଗୀ ହେବା। pic.twitter.com/JpYxe7nc5b

    — Tukuni Sahu (@TukuniSahu) November 7, 2021 " class="align-text-top noRightClick twitterSection" data=" ">

ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମମିତା ହତ୍ୟାକାଣ୍ଡକୁ ନେଇ ରାଜନୀତି କରାଯାଉଛି । ଏହାକୁ ବନ୍ଦ କରିବାକୁ ମୁଁ ରାଜନୈତିକ ଦଳ ଓ ମିଡିଆକୁ ମଧ୍ୟ ଅନୁରୋଧ କରୁଛି । ଏହି ଘଟଣାରେ ମୋ ପରିବାରରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନ୍ୟାୟ ଦେବେ ବୋଲି ସମ୍ପୂର୍ଣ୍ଣ ଭରସା ଅଛି । ତେବେ ଏହି ହତ୍ୟାକାଣ୍ଡର ତଦନ୍ତ ବିଷୟରେ ଜାଣିବା ପାଇଁ ମୁଁ ପୋଲିସ ନିକଟକୁ ଯାଇଥିଲି, ପୋଲିସ ତଦନ୍ତରେ ଆମେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ଅଛୁ ବୋଲି କହିଛନ୍ତି ମମିତାଙ୍କ ବାପା ।

  • ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଭଉଣୀ @TukuniSahu ଯେଉଁ ମନ୍ତବ୍ୟ ରଖିଛନ୍ତି ଏହା ବଡ ହାସ୍ୟାସ୍ପଦ । ସେ ନିଜ ଜିଲ୍ଲାର ଝିଅ ସହ ଘଟିଥିବା ଅମାନବୀୟ ଘଟଣା ପରେ ତାଙ୍କର ଘରକୁ ନ ଯିବା ଓ ଚୁପ ରହିବା ତାଙ୍କର ଘଟଣା ପ୍ରତି ତାଙ୍କର ସମ୍ବେଦନଶୀଳତାକୁ ଦର୍ଶାଉଛି । https://t.co/CtVESQWUIe

    — Sangeeta Kumari Singh Deo (@sksingh_deo) November 7, 2021 " class="align-text-top noRightClick twitterSection" data=" ">

ସମାନ ଭାବରେ ମମିତାଙ୍କ ବଡବାପା କୌଶିକ ମେହେର ମଧ୍ୟ ମିଡ଼ିଆକୁ ନିବେଦନ କରି ଆମେ ପୋଲିସ ତଦନ୍ତରେ ସନ୍ତୁଷ୍ଟ ଅଛୁ ଓ ମମିତାର ଚରିତ୍ର ଉପରେ ସଂହାର ନକରିବାକୁ ସେ କହିଛନ୍ତି । ଏଥି ସହ ଦୋଷୀକୁ ଫାଶି ଦଣ୍ଡରେ ଦଣ୍ଡିତ କରିବାକୁ ସେ ନିବେଦନ କରିଛନ୍ତି ।

ସେପଟେ ଏହି ଘଟଣାରେ ଆଜି ଯାଏଁ ଚୁପ୍ ଥିବା ଟିଟିଲାଗଡ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ ଏହି ଭିଡିଓକୁ ଟ୍ବିଟ କରି ଘଟଣାକୁ ନେଇ ବିଜେପି ରାଜନୀତି କରୁଥିବାର କହିଛନ୍ତି । ଅନ୍ୟପଟେ ଏହାର ଜବାବରେ ବଲାଙ୍ଗୀର ସାଂସଦ ସଂଗୀତା ସିଂହ ଦେଓ ଓଲଟା ମନ୍ତ୍ରୀଙ୍କ ଜିଲ୍ଲାର ଏହି ଘଟଣା ହୋଇଥିବା ବେଳେ ଏଯାଏଁ ମନ୍ତ୍ରୀ ତାଙ୍କ ପାଖକୁ କାହିଁକି ଗଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

Last Updated :Nov 8, 2021, 10:25 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.