ETV Bharat / state

ଆକ୍ସନ ମୋଡ୍‌ରେ ବଲାଙ୍ଗୀର ପୋଲିସ, ସାବାଡ଼ ହେବେ ଅମାନିଆ ବୁଲେଟ ଚଢ଼ାଳି

author img

By

Published : Aug 22, 2023, 7:05 AM IST

ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ବଲାଙ୍ଗୀର ପୋଲିସର କଠୋର କାର୍ଯ୍ୟାନୁଷ୍ଠାନ। ଅଧିକ ପଢ଼ନ୍ତୁ

ଆକ୍ସନ ମୋଡ୍‌ରେ ବଲାଙ୍ଗୀର ପୋଲିସ
ଆକ୍ସନ ମୋଡ୍‌ରେ ବଲାଙ୍ଗୀର ପୋଲିସ

ଆକ୍ସନ ମୋଡ୍‌ରେ ବଲାଙ୍ଗୀର ପୋଲିସ

ବଲାଙ୍ଗୀର: ସାବାଡ଼ ହେବେ ଅମାନିଆ ବୁଲେଟ ଚଢା଼ଳି । ଶବ୍ଦ ପ୍ରଦୂଷଣ ଅଭିଯୋଗରେ ଶତାଧିକ ବୁଲେଟ ଚଢାଳି ଗଣିଲେ ତଣ୍ଡ । ପୋଲିସର ସ୍ୱତନ୍ତ୍ର ଡ୍ରାଇଭ ଶବ୍ଦ ପ୍ରଦୂଷଣ କରୁଥିବା ବାଇକ ଚଢ଼ାଳିଙ୍କ ଉପରେ ହେବ କଠୋର କାର୍ଯ୍ୟାନୁଷ୍ଠାନ । ବଲାଙ୍ଗୀରରେ ଅମାନିଆ ବୁଲେଟ ଚଢାଳିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ବଲାଙ୍ଗୀର ପୋଲିସ ।

ବଲାଙ୍ଗୀର ଜିଲ୍ଲାରେ ଶବ୍ଦ ପ୍ରଦୂଷଣ ଅଭିଯୋଗରେ ଶତାଧିକ ବୁଲେଟ ଚଢାଳି ଗଣିଛନ୍ତି ତଣ୍ଡ । ବୁଲେଟ କିମ୍ବା ଅନ୍ୟ ଦାମୀ ବାଇକ କିଣି ତାକୁ ଲୋକେ ଅଦଳ ବଦଳ କରୁଛନ୍ତି । ବିଶେଷ କରି ତାର ସାଇଲେନ୍ସରକୁ ବଦଳାଇ ଅଧିକ ଶବ୍ଦ କରୁଥିବା ବେଆଇନ ସାଇଲେନ୍ସର ଲଗାଉଛନ୍ତି । ଯାହାଦ୍ୱାରା ରାସ୍ତାରେ ଶବ୍ଦ ପ୍ରଦୂଷଣ ହେବା ସହ ଦୁର୍ଘଟଣା ଘଟୁଛି । ଏପରିକି ସହର ମଧ୍ୟରେ ଥିବା ସ୍କୁଲ କଲେଜ କିମ୍ବା ଅନ୍ୟ ସରକାରୀ କାର୍ଯ୍ୟାଳୟ ଓ କୋର୍ଟ ଇତ୍ୟାଦି ମଧ୍ୟ ଶବ୍ଦ ପ୍ରଦୂଷଣ ଯୋଗୁଁ ପ୍ରଭାବିତ ହେଉଛନ୍ତି । ଯାହାକୁ ନେଇ ସାଧାରଣ ଲୋକେ ଦୀର୍ଘ ଦିନରୁ ଏହା ଉପରେ ପଦକ୍ଷେପ ନେବାକୁ ଦାବି କରି ଆସୁଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଏହା ମଧ୍ୟ ପଢ଼ନ୍ତୁ...ଗୁଟଖା ବିକିଲେ ତଣ୍ଡ ଗଣିବେ OMFED ଦୋକାନୀ : BMC କମିଶନର

ତେବେ ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶରେ ଏବେ ପୋଲିସ ସ୍ୱତନ୍ତ୍ର ଡ୍ରାଇଭ ହାତକୁ ନେଇଛି। ଏହାସହ ରାସ୍ତାରେ ଶବ୍ଦ ପ୍ରଦୂଷଣ କରୁଥିବା ବାଇକକୁ ଧରିବା ଆରମ୍ଭ କରିଛି। ଯେଉଁଥିରେ ନାମୀଦାମୀ ବାଇକ ଓ ବିଶେଷ କରି ବୁଲେଟରେ ଲୋକେ ମୋଡିଫାୟ କରି ବେଆଇନ ସାଇଲେନ୍ସର ଲଗାଇ ଥିବାର ଶତାଧିକ ମାମଲା ସମ୍ନାକୁ ଆସିଛି। ତେବେ ବଲାଙ୍ଗୀର ପୋଲିସ ଏସବୁ ବାଇକକୁ ଜବତ କରିବା ସହ ଚାଳକଙ୍କ ଠାରୁ ଜରିମାନା ଆଦାୟ କରିଛି । ସେହିପରି ସମସ୍ତ ବାଇକର ସାଇଲେନ୍ସର ପୋଲିସ ସମ୍ମୁଖରରେ ବଦଳାଇବା ପରେ ପୋଲିସ ବାଇକକୁ ଲୋକଙ୍କୁ ହସ୍ତାନ୍ତର କରିଛି ।

ତେବେ ଏହି ଡ୍ରାଇଭ ସାରା ଜିଲ୍ଲାରେ ଜାରି ରହିଛି । ଯେଉଁଥିରେ 100ରୁ ଉର୍ଦ୍ଧ୍ୱ ବୁଲେଟ୍‌ ମାଲିକ ତଣ୍ଡ ଗଣିବା ସହ ପୋଲିସ ସମ୍ମୁଖରେ ତାଙ୍କ ବାଇକ ସାଇଲେନ୍ସର ବଦଳାଇଛନ୍ତି । କେବଳ ବଲାଙ୍ଗୀର ଟାଉନ ଥାନାରେ ତିନି ଦିନ ମଧ୍ୟରେ 35 ବୁଲେଟ ଓ ବାଇକ ପୋଲିସ ଜବତ କରିଛି, ଯେଉଁଥିରୁ ଲକ୍ଷେ ଟଙ୍କା ଜରିମାନା ଆଦାୟ ହୋଇଛି । ତେବେ ବଲାଙ୍ଗୀର ଏସ୍‌ଡିପିଓ ତୁଫାନ ବାଗ କହିଛନ୍ତି ଯେ, ଶବ୍ଦ ପ୍ରଦୂଷଣ କରୁଥିବାର ବାଇକମାନଙ୍କୁ ନେଇ ବହୁ ଅଭିଯୋଗ ଆସୁଥିଲା ଏବଂ ବଲାଙ୍ଗୀର ଏସପିଙ୍କ ନିର୍ଦେଶ କ୍ରମେ ଏହା ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରା ଯାଇଥିଲା । ତେବେ ଏଥିରେ ଶବ୍ଦ ପ୍ରଦୂଷଣ କରୁଥିବା ବାଇକକୁ ଧରିବା ସହ ନିୟମ ଅନୁସାରେ ଜରିମାନା ଆଦାୟ କରାଯିବା ସହ ତାଙ୍କ ସାଇଲେନ୍ସର ବଦଳାଇବା ପ୍ରକ୍ରିୟା ହାତକୁ ନିଆ ଯାଇଥିଲା । ସେହିପରି ଏହି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ସେ କହିଛନ୍ତି । ତେବେ ସହର ମଧ୍ୟରେ ଲାଗିଥିବା ବିଶେଷ ସିସିଟିଭି ଦ୍ୱାରା ମଧ୍ୟ ଏହାକୁ କଡା଼କଡି କରାଯିବା ସହ ଇ-ଚାଲାଣ କଟାଯାଉଥିବାର ସେ କହିଛନ୍ତି । ପୋଲିସର ଏହି ପଦକ୍ଷେପକୁ ଜିଲ୍ଲାବାସୀ ସ୍ୱାଗତ କରିଛନ୍ତି ଏବଂ ନିୟମକୁ ପାଳନ କରୁ ନଥିବା ଅମାନିଆଙ୍କ ବିରୋଧରେ ଏଭଳି ହିଁ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.