ETV Bharat / state

ବଲାଙ୍ଗୀରରେ କଫ୍‌ ସିରପ କାରବାର ରାକେଟର ପର୍ଦ୍ଦାଫାସ: 4 ହଜାର କଫ୍‌ ସିରପ ଜବତ, 6 ଗିରଫ

author img

By ETV Bharat Odisha Team

Published : Oct 21, 2023, 7:31 AM IST

ବଲାଙ୍ଗୀରେ 4 ହଜାର କଫ ସିରପ ଜବତ ହୋଇଥିବା ବେଳେ 6 ଜଣ ଗିରଫ ହୋଇଛନ୍ତି । ଏହାସହ 34 ହଜାର ଟଙ୍କା ଓ 3 ଗାଡ଼ି ମଧ୍ୟ ଜବତ କରିଛି ସ୍ୱତନ୍ତ୍ର ଟିମ୍‌ । ଅପରାଧୀଙ୍କ ଉପରେ କଡ଼ା ନଜର ରିଖିଛି ପୋଲିସ । ଅଧିକ ପଢ଼ନ୍ତୁ

ବଲାଙ୍ଗୀର ପୋଲିସକୁ ବଡ ସଫଳତା ,୪ ହଜାର କଫ ସିରଫ ଜବତ 6 ଗିରଫ
ବଲାଙ୍ଗୀର ପୋଲିସକୁ ବଡ ସଫଳତା ,୪ ହଜାର କଫ ସିରଫ ଜବତ 6 ଗିରଫ

ବଲାଙ୍ଗୀର ପୋଲିସକୁ ବଡ ସଫଳତା ,୪ ହଜାର କଫ ସିରଫ ଜବତ 6 ଗିରଫ

ବଲାଙ୍ଗୀର: ପାର୍ବଣ ଋତୁରେ ନିଶା କାରବାର ପଣ୍ଡ କଲା ପୋଲିସ । ବଲାଙ୍ଗୀର ପୋଲିସକୁ ମିଳିଛି ବଡ଼ ସଫଳତା । ବିପୁଳ ବେଆଇନ୍ କଫ୍‌ ସିରଫ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଛି ପୋଲିସର ସ୍ୱତନ୍ତ୍ର ଟିମ୍‌ । ଜିଲ୍ଲାରେ ଚାଲିଛି ବେଧଡ଼କ ବେଆଇନ ନିଶା କାରବାର ଏହାକୁ ପ୍ରତିହତ କରିବା ପାଇଁ ପୋଲିସ ଗଠନ କରିଛି ସ୍ୱତନ୍ତ୍ର ଟିମ୍‌ ।

ସୂଚନାଯୋଗ୍ୟ ଆଜି ବଲାଙ୍ଗୀର ପୋଲିସ ଭୋର ସକାଳୁ ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବଲାଙ୍ଗୀର ଓ ସମ୍ବଲପୁର ରାସ୍ତାର ଏକ ପେଟ୍ରୋଲ ପମ୍ପ ପାଖରେ ଚଢାଉ କରିଥିଲା । ଏଥିରେ ପୋଲିସ ଏକ ମିନି ଭ୍ୟାନ୍‌ରୁ ୪ ହଜାର ମୋନୋ କଫ୍‌ ସିରଫ ଜବତ କରି 6 ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

ଗିରଫ ଅଭିଯୁକ୍ତମାନେ ବଲାଙ୍ଗୀର ଭୂର୍ଶି ପାଲି ଗ୍ରାମର ରଞ୍ଜନ ସ୍ୱାଇଁ, ରମାକାନ୍ତ ସ୍ୱାଇଁ,ବଲାଙ୍ଗୀର କୁଲଥିପାଲି ଗ୍ରାମର ପଦ୍ମନାଭ ପ୍ରଧାନ, ବଲାଙ୍ଗୀର ସହର ହାଥୀସାଲ ପଡ଼ାର ପରମେଶ୍ୱର ଖର୍ସେଲ, ସୁବାସିଶ ବଘାର ଓ ବଲାଙ୍ଗୀର ବୁର୍ଡା ଗ୍ରାମର ଅଭିଜିତ ସାହୁ ବୋଲି ପୋଲିସ ସୂଚନା ଦେଇଛି । ତେବେ ଅଭିଯୁକ୍ତମାନଙ୍କଠାରୁ ପୋଲିସ ୪ହଜାର ବେଆଇନ କଫ ସିରଫ, ୨ ଚାରି ଚକିଆ ଗାଡ଼ି, ଗୋଟିଏ ମୋଟର ସାଇକେଲ ଓ ନଗଦ 25 ହଜାର ଟଙ୍କା ଜବତ କରିଛି ପୋଲିସ ।

ବଲାଙ୍ଗୀର ଏସ୍‌ପି ଋଷିକେଶ କିଲର କହିଛନ୍ତି,"ଏହି ସ୍ୱତନ୍ତ୍ର ଟିମରେ ବଲାଙ୍ଗୀର ଟାଉନ ଥାନା ଓ ସଦର ଥାନାର ପୋଲିସ ଅଧିକାରୀଙ୍କୁ ନେଇ ଏହି ଟିମ ଗଠନ କରା ଯାଇଥିଲା । ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ଏତେ ପରିମାଣର ବେଆଇନ୍ କଫ ସିରଫ କେଉଁଠୁ ଓ କେମିତି ଚାଲାଣ ହେଉଥିଲା ତାର ତଦନ୍ତ କରାଯିବ ।"

ଏହା ମଧ୍ୟ ପଢନ୍ତୁ...ବଲାଙ୍ଗୀରରେ ବେଆଇନ କଫ ସିରଫ କାରବାର, ପୁଣି 5 ଜଣଙ୍କୁ ବାନ୍ଧିଲା ପୋଲିସ

ଏହା ପୂର୍ବରୁ ଏସ କଫ୍‌ ନାଁ ଥିବା ଏକ କଫ ସିରପ ବ୍ୟାପକ ଭାବରେ ବେଆଇନ୍ ଚାଲାଣ ହେଉଥିଲା । ଏବଂ ପୋଲିସର ବ୍ୟାପକ ପଦକ୍ଷେପ ପରେ ତାହା ପ୍ରାୟତଃ ବନ୍ଦ ହୋଇଥିବା ବେଳେ ଏବେ ପୁଣି ଆଉ ଏକ ନୂଆ କମ୍ପାନୀ କଫ୍‌ ସିରପ ଚାଲାଣ ହେବାରେ ଲାଗିଛି । ତେବେ ଏହାକୁ ମଧ୍ୟ ସମ୍ପୂର୍ଣ ବନ୍ଦ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବା ନେଇ ସୂଚନା ମିଳିଛି । ଏଥିରେ ଜଡ଼ିତ ଥିବା ଅଭ୍ୟାସଗତ ଅପରାଧୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ହେବା ସହ ତାଙ୍କ ବେଆଇନ ଘର ମଧ୍ୟ ଉଚ୍ଛେଦ କରିଯିବା ବୋଲି ଜଣାପଡ଼ିଛି ।

ଇଟିଭି ଭାରତ,ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.