ETV Bharat / state

ବଲାଙ୍ଗୀରରେ ବେଆଇନ କଫ ସିରଫ କାରବାର, ପୁଣି 5 ଜଣଙ୍କୁ ବାନ୍ଧିଲା ପୋଲିସ

author img

By

Published : Mar 30, 2023, 2:13 PM IST

ବେଆଇନ କଫ ସିରଫ କାରବାରରେ 5 ଜଣଙ୍କୁ ଗିରଫ କଲା ପୋଲିସ । 46 କୋଟି ଟଙ୍କାରୁ ଊର୍ଦ୍ଧ୍ବ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କଲା ପୋଲିସ । ଅଧିକ ପଢନ୍ତୁ

balangir police seized illegal cough syrup
balangir police seized illegal cough syrup

balangir police seized illegal cough syrup

ବଲାଙ୍ଗୀର: ଜିଲ୍ଲାରେ ବେଆଇନ କଫ ସିରଫ କାରବାର ନେଇ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ପୋଲିସ । ତଦନ୍ତ ଜାରି ରଖି ବୁଧବାର ପୁଣି 5 ଜଣଙ୍କୁ ଗିରଫ କରାଯାଇଛି । ଏଥିସହ ବିପୁଳ ପରିମାଣର କଫ ସିରଫ ଜବତ କରାଯାଇଛି । ଏହି ମାମଲାରେ କଫ ସିରଫ ନିର୍ମାତା ଦୁଇ କମ୍ପାନୀର 46 କୋଟି ଟଙ୍କାରୁ ଉର୍ଦ୍ଧ୍ବ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ପୋଲିସ ଅଚଳ କରିଛି ।

ସଦର ପୋଲିସ ଗତକାଲି ବିଶେଷ ସୂତ୍ରରୁ ଖବର ପାଇ ଚନ୍ଦନ ଭାଟି ତଲିଉଡାର ଠାରେ ଚଢ଼ାଉ କରିଥିଲା । ସେଠା ଏକ ବୋଲେରୋରୁ 1120 ବୋତଲ ବେଆଇନ କଫ ସିରଫ ଜବତ କରିଥିଲା । ଗିରଫ 5ଜଣ ଅଭିଯୁକ୍ତ ବରଗଡ ଓ ବଲାଙ୍ଗୀରୁ ହୋଇଥିବା ସୂଚନା ମିଳିଛି । ସେମାନେ ହେଉଛନ୍ତି କରୁଣାକର ନାଏକ, ଶତିଶ ଶର୍ମା, ଯୁବରାଜ ଭୁଏ ନିରଜ ବାଂଛୋର ଓ ଜିତ ସା ହୋଇଥିବା ଜଣାପଡିଛି । କଫ ସିରଫ ସହ ମୋବାଇଲ ଓ ଟଙ୍କା ମଧ୍ୟ ଜବତ କରାଯାଇଛି ।

ସେହିପରି ବଲାଙ୍ଗୀର ସମେତ ଓଡ଼ିଶାରେ ଚାଲିଥିବା ଏହି ବେଆଇନ କଫ ସିରଫ ସିଣ୍ଡିକେଟକୁ ଧରିବାରେ ପୋଲିସ ସଫଳ ହୋଇଛି । ଓଡିଶାକୁ ବେଆଇନ ଭାବରେ ଯୋଗାଣ କରୁଥିବା ଏସକ୍ପଫ କଫ ସିରଫ କମ୍ପାନୀ ଡ଼ିଷ୍ଟ୍ରିବ୍ୟୁଟର ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି। ଯେଉଁଥିରେ ପଶ୍ଚିମ ବଙ୍ଗ କୋଲକାତାର ଦୁଇଟି ଔଷଧ ନିର୍ମାତା କମ୍ପାନୀ ଡଫୋଡିଲ ଓ ଲେବୋରେଟ କମ୍ପାନୀର 52 କୋଟି ଟଙ୍କାର ବ୍ୟାଙ୍କ ଏକାଉଣ୍ଟକୁ ପୋଲିସ ଅଚଳ କରିଛି । ଡେଫୋଡିଲ କମ୍ପାନୀର 6 କୋଟିର ବ୍ୟାଙ୍କ ଆକାଉଣ୍ଟ ଓ ଲେବୋରେଟ କମ୍ପାନୀର 46 କୋଟି ଟଙ୍କାର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯାଇଛି । ଏହି କମ୍ପାନୀ ଦ୍ୱୟ କିଭଳି ଏତେ ମାତ୍ରାରେ ବେଆଇନ ଭାବରେ କଫ ସିରଫ ଯୋଗାଉ ଥିଲେ ତାକୁ ନେଇ ତଦନ୍ତ ଜାରି ରଖିଛି ପୋଲିସ ।

ଏହି ଦୁଇ କମ୍ପାନୀର କିଛି ଅଧିକାରୀ ମଧ୍ୟ ଖୁବ ଶୀଘ୍ର ଗିରଫ ହେବେ ବୋଲି ପୋଲିସ ସୂଚନା ଦେଇଛି । କମ୍ପାନୀର ଦୁଇ ଜଣ ଅଧିକାରୀ ବଲାଙ୍ଗୀରରେ ଆସି ଡେରା ପକାଇଛନ୍ତି । ପୋଲିସ ପାଖରେ ତାଙ୍କର ଦସ୍ତାବିଜ ସବୁ ଜମା ଦେବା ସହ ପଚରାଉଚରା କରାଯାଉଛି। ଏନେଇ ବଲାଙ୍ଗୀର ଏସ ଡି ପିଓ ତୁଫାନ ବାଗ କହିଛନ୍ତି ଯେ,'' ଜିଲ୍ଲାରେ ବେଆଇନ କଫ ସିରଫ କାରବାର ଉପରେ ପୋଲିସ ଶୂନ୍ୟ ସହନଶୀଳତା ଜାରି ରଖିଛି । ବିଭିନ୍ନ ସ୍ଥାନରେ ଚଢ଼ାଉ ମଧ୍ୟ କରାଯାଉଛି । ଯେଉଁଥିରେ ବେଆଇନ କଫ ସିରଫ ଯୋଗାଣ ଓ ବିକ୍ରି ଚେନକୁ ପୋଲିସ ଧରିବାରେ ସଫଳ ହୋଇଛି । ବୁଧବାର ଚନ୍ଦନ ଭାଟି ତଲିଉଡ଼ାର ଠାରେ ଚଢ଼ାଉ କରି ଏକ ବୋଲେରୋରୁ 1120 କଫ ସିରଫ ବୋତଲ ଜବତ କରାଯାଇଛି । ''

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.