ETV Bharat / state

ହୋଟଲେରେ ଚାଲିଥିଲା ଅପରାଧିକ କାର୍ଯ୍ୟ, ସିଲ୍ କଲା ପୋଲିସ

author img

By

Published : Feb 28, 2023, 11:50 AM IST

ବଲାଙ୍ଗୀର ଜିଲ୍ଲାରେ ମାଫିଆଙ୍କ ବେଆଇନ ସମ୍ପତ୍ତି ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜିଲ୍ଲା ପୋଲିସ । ଜଣେ ହାଡକୋର ମାଫିଆର ହୋଟେଲ ଓ ରିସର୍ଟ ସିଲ ହୋଇଛି । ଅଧିକ ପଢନ୍ତୁ

balangir police sealed a hotel
ହୋଟଲେରେ ଚାଲିଥିଲା ଅପରାଧିକ କାର୍ଯ୍ୟ,

ହୋଟଲେରେ ଚାଲିଥିଲା ଅପରାଧିକ କାର୍ଯ୍ୟ

ବଲାଙ୍ଗୀର: ଜିଲ୍ଲାରେ ଅପରାଧୀ ଦମନ ଜାରି ରଖିଛି ପୋଲିସ । ମାଫିଆଙ୍କ ବେଆଇନ ସମ୍ପତ୍ତି ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଜିଲ୍ଲା ପୋଲିସ । ପୁଣି ଜଣେ ମାଫିଆର ହୋଟେଲ ରିସର୍ଟ ସିଲ୍ ହୋଇଛି । ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଥିବାବେଳେ ପୋଲିସ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି । କେବଳ ଅପରାଧୀ ଓ ମାଫିଆଙ୍କୁ ଗିରଫ କରି ପୋଲିସ ଚୁପ ବସି ନାହିଁ, ବରଂ ଅନ୍ୟ ରାଜ୍ୟ ଭଳି ଏଠାରେ ମଧ୍ୟ ପୋଲିସ ଅପରାଧୀ ଓ ମାଫିଆଙ୍କ ବେଆଇନ ସମ୍ପତ୍ତି ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେଉଛି ।

ଚିତ୍ତ ମହାନ୍ତି ନାମକ ଜଣେ ବ୍ୟକ୍ତି ନାମରେ ହତ୍ୟା, ଲୁଟ, ଦାଦାବଟି ଓ ମରଣାନ୍ତକ ଆକ୍ରମଣର ଏକାଧିକ ଅଭିଯୋଗ ଥିଲା । ଏହି ଅଭିଯୁକ୍ତ ଇଡ଼କୋ ଜମିରେ ବେଆଇନ ଭାବରେ ହୋଟେଲ ଓ ରିସର୍ଟ ଖୋଲିଥିଲା । ଯେଉଁଥିରେ ସବୁ ଅପରାଧିକ କାର୍ଯ୍ୟକଳାପ ଚାଲୁଥିବାର ଅଭିଯୋଗ ହୋଇଥିଲା । ପୋଲିସ ଏହି ମାମଲାରେ ତଦନ୍ତ କରି ବେଆଇନ ହୋଟେଲ ଓ ରିସର୍ଟକୁ ସିଲ କରିଛି । ଚିତ୍ତ ମହାନ୍ତି ଇଡକୋ ପାଖରୁ ସିମେଣ୍ଟ ସାମଗ୍ରୀ ତିଆରି କାରଖାନା ପାଇଁ 2008ରେ 18ଶହ ବର୍ଗ ଫୁଟ ଜମି ନେଇଥିଲା । ହେଲେ ଏଠାରେ ବେଆଇନ ଭାବରେ ଏକ ହୋଟେଲ ଓ ରିସର୍ଟ ତିଆରି କରି ଅପରାଧିକ କାର୍ଯ୍ୟକଳାପ କରୁଥିଲା । ଏହାର ଆଖପାଖରେ ଥିବା ଇଡକୋର ହଜାର ହଜାର ବର୍ଗଫୁଟ ଜମିକୁ ଜବର ଦଖଲ ମଧ୍ୟ କରିଥିଲା । ପୋଲିସ ଏହା ଉପରେ ପଦକ୍ଷେପ ନେଇ ପ୍ରଶାସନ ଓ ଇଡ଼କୋ ଅଧିକାରୀଙ୍କ ଉପସ୍ଥିତିରେ ସମ୍ପୃକ୍ତ ହୋଟେଲ ଓ ରିସର୍ଟକୁ ସିଲ କରିଛି ।

ଏହା ବି ପଢନ୍ତୁ...ବଲାଙ୍ଗୀରରୁ 6500 ଟଙ୍କାର ନକଲି ନୋଟ ଜବତ, ଜଣେ ଗିରଫ

ବଲାଙ୍ଗୀର ଇଡ଼କୋ ଅଧିକାରୀ ନୀଳମଣି ଜ୍ଞାନ ଚନ୍ଦ ବେହେରା ନିଜେ ସ୍ବୀକାର କରିଛନ୍ତି ଯେ, ଏଠାରେ ବେଆଇନ ଭାବରେ ହୋଟେଲ ଓ ରିସର୍ଟ ଚାଲିଥିଲା । ଚିତ୍ତ ମହାନ୍ତି ଲକ୍ଷ୍ମୀ କମ୍ପାନୀ ନାଁରେ 2008ରେ ଇଡ଼କୋ ପାଖରୁ ସିମେଣ୍ଟ ସାମଗ୍ରୀ ତିଆରି କାରଖାନା ପାଇଁ ଜମି ଲିଜରେ ନେଇଥିଲା । ହେଲେ ଏଠି ବେଆଇନ ନିର୍ମାଣ କରିଥିଲା । ଅନ୍ୟପଟେ ବଲଙ୍ଗୀର ଏସଡ଼ିପିଓ ତୁଫାନ ବାଗ କହିଛନ୍ତି, ''ଏସପିଙ୍କ ନିର୍ଦ୍ଦେଶକ୍ରମେ ଏହି ପଦକ୍ଷେପ ନିଆଯାଇଛି । ଚିତ୍ତ ମହାନ୍ତି ଯିଏକି ଏକାଧିକ ଅପରାଧରେ ଜଡିତ ରହିଛି । ସେ ଏଠି ବେଆଇନ ଭାବରେ ଇଡକୋ ଜମିରେ ହୋଟେଲ ରିସର୍ଟ ତିଆରି କରି ଅପରାଧିକ କାର୍ଯ୍ୟ କରୁଥିଲ। ''

ଦାଦାବଟି, ମରଣାନ୍ତକ ଆକ୍ରମଣ, ହତ୍ୟା ଓ ଜମି ମାଫିଆ ଭାବରେ ଦବଦବା ଜାହିର କହିଥିଲା ଚିତ୍ତ । ନିକଟରେ ଜଣଙ୍କୁ ଟ୍ରକ ଚଢାଇ ହତ୍ୟା କରିଥିବାର ମାମଲା ତା' ନାମରେ ରହିଛି । ଏହି ମାମଲାରେ ସେ ଗିରଫ ହୋଇ ଜେଲରେ ଅଛି । ସେହିପରି ସେ କରିଥିବା ହୋଟେଲ ରିସର୍ଟରୁ ତୁସୁରାର ଜଣେ ଯୁବକଙ୍କର ମୃତଦେହ ଉଦ୍ଧାର ହୋଇଥିଲା ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.