ETV Bharat / state

ବଲାଙ୍ଗୀରରୁ 6500 ଟଙ୍କାର ନକଲି ନୋଟ ଜବତ, ଜଣେ ଗିରଫ

author img

By

Published : Feb 28, 2023, 7:46 AM IST

ବଲାଙ୍ଗୀରରେ ମାତୁଛି ଜାଲି ନୋଟ କାରବାର
ବଲାଙ୍ଗୀରରେ ମାତୁଛି ଜାଲି ନୋଟ କାରବାର

ବଲାଙ୍ଗୀରରେ ନକଲି ନୋଟ ଜବତ କରିବା ସହ ଜଣକୁ ଗିରଫ କଳା ପୋଲିସ୍ । 6500 ହଜାର ନକଲି ନୋଟ ମିଳିଥିବା ସୂଚନା । ଅଧିକ ପଢ଼ନ୍ତୁ

ବଲାଙ୍ଗୀର: ବଲାଙ୍ଗୀରରେ ବଢୁଛି ନକଲି ନୋଟ କାରବାର । ଖପ୍ରାଖୋଲ ଅଞ୍ଚଳରୁ 6 ହଜାର 500 ଟଙ୍କାର ନକଲି ନୋଟ ଜବତ କରିବା ସହ ଜଣକୁ ଗିରଫ କରିଛି ପୋଲିସ୍ । ଏହି ଅଭିଯୁକ୍ତ ହେଉଛି ପିପଲବାହାଲ୍ ଗ୍ରାମର ବ୍ରହ୍ମା ମେହେର । ସେ ବଲାଙ୍ଗୀର ଖପ୍ରାଖୋଲ ବଜାରରେ କିଛି ନକଲି ନୋଟ ବଦଳ କରିବାକୁ ଆସିଥିବାର ପୋଲିସ୍ ବିଶ୍ଵସ୍ତ ସୂତ୍ରରୁ ଖବର ପାଇଥିଲା । ଏହାପରେ ସାଧା ପୋଷାକରେ ଛକି ରହି ପୋଲିସ୍ ସେଠାରେ ଚଢାଉ କରିଥିଲା ।

ତେବେ ଚଢାଉ ସମୟରେ ବ୍ରହ୍ମା ମେହେରଙ୍କୁ ଧରିବା ସହ ତାଙ୍କ ଠାରୁ ପାଞ୍ଚ ଶହ, ଦୁଇ ଶହ ଓ ଶହେ ଟଙ୍କିଆ ଥିବା ମୋଟ 6 ହଜାର 500 ଟଙ୍କା ନକଲି ନୋଟ ଜବତ କରିଥିଲା ପୋଲିସ । ତେବେ ନୋଟ ବଦଳାଇବାକୁ ଆସିଥିବା ବ୍ରହ୍ମା ମେହେର ଲାଠର ଥାନା ଅନ୍ତର୍ଗତ ପିପଲବାହାଲ୍ ଗ୍ରାମର ବୋଲି ଜଣାପଡ଼ିଛି । ସେହିପରି ପୋଲିସ୍ ତା'ଠାରୁ ନକଲି ନୋଟ ଜବତ କରିବା ପରେ ତା' ଘରେ ମଧ୍ୟ ଚଢାଉ କରିଥିଲା । ସେଠାରୁ ମୋଟ 35 ହଜାର ଟଙ୍କାର ନୋଟ ପୋଲିସ୍ ଜବତ କରିଛି ।

ସେହିପରି ଖପ୍ରାଖୋଲ ପୋଲିସ୍ ଅଭିଯୁକ୍ତ ନାଁରେ ମାମଲା ରୁଜୁ କରି ଆଇପିସି ଧାରା 420, 489, 489ସି ଓ ଆଇପିସି 120 ବି ରେ କୋର୍ଟ ଚାଲାଣ କରିଛି । ଏହାକୁ ନେଇ ପାଟଣାଗଡ଼ ଏସଡିପିଓ ଜ୍ୟୋତ୍ରୀମୟୀ ଭୁକ୍ତା ବିଶେଷ ସୂଚନା ଦେଇଛନ୍ତି । ବ୍ରହ୍ମା ମେହେର କିଛି ନକଲି ନୋଟ ଆଣି ବଦଳ କରିବା ସମୟରେ ଖପ୍ରାଖୋଲ ପୋଲିସ୍ ତାକୁ ଧରିଥିବା ସେ ଜଣାଇଛନ୍ତି ।

ଅଧିକ ପଢ଼ନ୍ତୁ:Sports Star Award: ଓଡିଶାକୁ ମିଳିଲା ସ୍ପୋର୍ଟସ ଷ୍ଟାର ଆୱାର୍ଡ; କ୍ରୀଡା ପ୍ରୋତ୍ସାହନରେ ଶ୍ରେଷ୍ଠ ରାଜ୍ୟ, ପୁରସ୍କାର ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ

ଅଭିଯୁକ୍ତ ପାଖରୁ ମୋଟ 6 ହଜାର 500 ନକଲି ଟଙ୍କା ଜବତ ହୋଇଥିବା ବେଳେ ତାର ଘରେ ରେଡ୍ କରି ପୁଣି 35 ହଜାର ଟଙ୍କା ଜବତ କରାଯାଇଥିବା ପୋଲିସ ସୂଚନା ଦେଇଛି । ତେବେ ଘରୁ ଜବତ ହୋଇଥିବା ଟଙ୍କା ନକଲି ନା ଅସଲି ତାହା ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ୍ ଏହାର ତଦନ୍ତ ଆରମ୍ଭ କରିଛି । ସେହିପରି ଅଭିଯୁକ୍ତ କେଉଁଠୁ ନକଲି ନୋଟ ଆଣିଥିଲା, କିଏ ଆଉ ଏଥିରେ ସଂପୃକ୍ତ ଅଛନ୍ତି, ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଏସବୁର ତଦନ୍ତ କରୁଛି । ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଥିବାର ଏସଡିପିଓ ଜଣାଇଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.