ETV Bharat / state

ମା’ ସମଲେଇଙ୍କ ଠାରେ ଲାଗି ହେଲା ନବାନ୍ନ

author img

By

Published : Sep 1, 2022, 12:42 PM IST

ନୂଆଁଖାଇ ତିହାର, ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ
ନୂଆଁଖାଇ ତିହାର, ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

ନୂଆଁଖାଇ ଅବସରରେ ଇଷ୍ଟ ଦେବୀ ମା' ସମଲେଇଙ୍କ ଠାରେ ଲାଗି ହେଲା ନବାନ୍ନ। ଏହାପରେ ଘରେ ଘରେ ଆରମ୍ଭ ହୋଇଛି ନବାନ୍ନ ଗ୍ରହଣ । ଅଧିକ ପଢନ୍ତୁ

ବଲାଙ୍ଗୀର: ଆଜି ପଶ୍ଚିମ ଓଡିଶା ଗଣପର୍ବ ନୂଆଁଖାଇ । ଉତ୍ସବମୁଖର ପୁର ପଲ୍ଲୀ । ଏହି ଅବସରରେ ଆଜି ଅମୃତ ବେଲାରେ ଇଷ୍ଟ ଦେବୀ ମା' ସମଲେଇଙ୍କ ଠାରେ ଲାଗି ହୋଇଛି ନବାନ୍ନ । ଚାଷୀଙ୍କ ଦ୍ଵାରା ଅମଳ ହୋଇଥିବା ଶସ୍ୟରୁ ତିଆରି ଅନ୍ନ ବା ଚୁନା ଗୁଡ଼ ଆଜି ଅମୃତ ବେଲାରେ ଇଷ୍ଟ ଦେବୀ ସମଲେଇଙ୍କ ଠାରେ ଲାଗି ହୋଇଛି । ସକାଳ 10 ଟା 54 ମିନିଟରୁ 11 ଟା ୮ ମିନିଟରେ ନୁଆକୁଣ୍ଡା ଲାଗି ହୋଇଥିବା ବେଳେ ଶହ ଶହ ଭକ୍ତ ମା'ଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି । ଏହାପରେ ଘରେ ଘରେ ଆରମ୍ଭ ହୋଇଛି ନବାନ୍ନ ଗ୍ରହଣ ।

ନୂଆଁଖାଇ ତିହାର, ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

ଦୀର୍ଘ ଦୁଇ ବର୍ଷ କୋରୋନା କଟକଣା ନୂଆଁଖାଇ ପର୍ବକୁ ଫିକା ପକାଇ ଦେଇଥିବା ବେଳେ ଚଳିତ ବର୍ଷ ବିନା କଟକଣାରେ ପର୍ବ ପାଳୁଛନ୍ତି ପଶ୍ଚିମ ଓଡିଶାବାସୀ । ଏନେଇ ବେଶ ଉତ୍ସାହିତ ଅଛନ୍ତି ବଲାଙ୍ଗୀରବାସୀ । ପରିବାର ସଦସ୍ୟ ଏକାଠି ହୋଇ ଆଜି ନବାନ୍ନ ଖାଇବେ । ଏହାପରେ ସାନମାନେ ମୁଣ୍ଡିଆମାରି ବଡ଼ମାନଙ୍କ ଠାରୁ ଆଶୀର୍ବାଦ ନେବେ । ସନ୍ଧ୍ୟା ସମୟରେ ଜମିବ ନାଚଗୀତର ଆସର । ଢୋଲ, ନିଶାନ ତାସା ସହ ବାଦ୍ୟ ଯନ୍ତ୍ରରେ ଦୁଲୁକି ଉଠିବ ବଲାଙ୍ଗୀର ।

ଏହା ମଧ୍ୟ ପଢନ୍ତୁ-କୃଷିଭିତ୍ତିକ ପର୍ବ ନୂଆଁଖାଇ, ଲଙ୍କେଶ୍ବରୀଙ୍କୁ ଲାଗି ହେଲା ନବାନ୍ନ

ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ ପାଳିତ ହୁଏ ପଶ୍ଚିମ ଓଡିଶାବାସୀଙ୍କ ନୂଆଁଖାଇ ପର୍ବ । ଏହା କେବଳ ଏକ ପାରମ୍ପରିକ ପର୍ବ ନୁହେଁ ବରଂ ଭ୍ରାତୃତ୍ବ ଓ ଏକତାର ପର୍ବ । ଯିଏ ଯେଉଁଠି ଥାଉ ନା କାହିଁକି ଆଜିର ଦିନରେ ସମସ୍ତେ ଘରକୁ ଫେରି ନୂଆଁଖାଇ ପାଳନ କରନ୍ତି । ନୂଆଁଖାଇ ଦିନ ନବାନ୍ନ ଦେଇ ପୂଜା ବିଧି ସମାପ୍ତ ହେବା ପରେ ପରିବାରର ମୁଖ୍ୟଙ୍କ ହାତରୁ ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରିଥାନ୍ତି । ତାହା ଖାଇ ସାରା ପରିବାରର ସମସ୍ତ ବ୍ୟକ୍ତି ନିଜର ବୟସ୍କମାନଙ୍କୁ ଭୂମିଷ୍ଠ ପ୍ରମାଣ ସହ ଆଶୀର୍ବାଦ ନେଇଥାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.