କୃଷିଭିତ୍ତିକ ପର୍ବ ନୂଆଁଖାଇ, ଲଙ୍କେଶ୍ବରୀଙ୍କୁ ଲାଗି ହେଲା ନବାନ୍ନ

author img

By

Published : Sep 1, 2022, 10:36 AM IST

Updated : Sep 1, 2022, 10:58 AM IST

କୃଷିଭିତ୍ତିକ ପର୍ବ ନୂଆଁଖାଇ,ଲଙ୍କେଶ୍ବରୀଙ୍କ ଠାରେ ଲାଗି ହେଲା ନବାନ୍ନ

ଆଜି କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଏନେଇ ଚଳଚଞ୍ଚଳ ପୁରା ପଶ୍ଚିମ ଓଡିଶା । କଳାହାଣ୍ଡି ଜିଲ୍ଲା ଉତ୍ସବ ମୁଖର ହୋଇ ଉଠିଥିବା ବେଳେ ଆରାଧ୍ୟ ଦେବୀ ମା’ ଲଙ୍କେଶ୍ବରୀଙ୍କ ଠାରେ ନବାନ୍ନ ଲାଗି ହୋଇଛି । ଅଧିକ ପଢନ୍ତୁ

ଭବାନୀପାଟଣା: ନୂଆଁଖାଇ ପର୍ବ ଅତି ନିଆରା ଓ ସ୍ବତନ୍ତ୍ରତା । ଆଜି କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଏନେଇ ଚଳଚଞ୍ଚଳ ପୁରା ପଶ୍ଚିମ ଓଡିଶା । ବିଶେଷ କରି ସମଗ୍ର ପଶ୍ଚିମ ଓଡିଶାର ପୁରପଲ୍ଲୀ ଉତ୍ସବମୁଖର ହୋଇଉଠିଛି । ଅନେକତା ମଧ୍ୟରେ ଏକତା ଓ ଭାଇ ଚାରାର ବର୍ଗ ନୂଆଁଖାଇ । ଆଉ ନୂଆଁଖାଇକୁ ନେଇ ସମଗ୍ର କଳାହାଣ୍ଡି ଜିଲ୍ଲା ଉତ୍ସବ ମୁଖର ହୋଇ ଉଠିଥିବା ବେଳେ ଆରାଧ୍ୟ ଦେବୀ ମା’ ଲଙ୍କେଶ୍ବରୀଙ୍କ ଠାରେ ନବାନ୍ନ ଲାଗି ହୋଇଛି ।

ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ଆରାଧ୍ୟ ଦେବୀ ମା’ ଲଙ୍କେଶ୍ବରୀଙ୍କ ଠାରେ ସକାଳ ୭ ଘଣ୍ଟା ୨୮ ମିନିଟ ସମୟରେ ନବାନ୍ନ ଲାଗି ହୋଇଥିବା ବେଳେ ସାଧାରଣ ଲୋକେ ମା’ଙ୍କ ଠାରେ ଅର୍ପଣ ହୋଇଥିବା ନୂଆ ଚୁଡାକୁ ଖାଇ ନୂଆଁଖାଇ ପାଳିବେ । ଜନସାଧାରଣ ଦିନ ୯ ଘଣ୍ଟାରୁ ୧୧ ମଧ୍ୟରେ ନୂଆଁଖାଇ ପାଳିବା ନେଇ ଲଗ୍ନ ଧାର୍ଯ୍ୟ ମଧ୍ୟ ହୋଇଛି ।

କୃଷିଭିତ୍ତିକ ପର୍ବ ନୂଆଁଖାଇ, ଲଙ୍କେଶ୍ବରୀଙ୍କୁ ଲାଗି ହେଲା ନବାନ୍ନ

ସୂଚନା ଥାଉକି, ନୂଆଁଖାଇ ଓଡ଼ିଶାର ପଶ୍ଚିମାଞ୍ଚଳର ଏକ ପାରମ୍ପାରିକ ପର୍ବ । ପାଞ୍ଜି ଅନୁସାରେ ଏହା ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ (ଗଣେଶ ଚତୁର୍ଥୀର ପରଦିନ) ପାଳିତ ହୋଇଥାଏ । ଧାନ ଅମଳର ଖୁସିରେ ଚାଷୀମାନେ ଏହାକୁ ପାଳନ କରିଥାନ୍ତି । ବର୍ଷା ଶେଷ ହେବା ପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ । ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ ପରେ ସହଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ । ଚାଷୀ ପ୍ରଥମକରି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ । ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଁଖାଇ କୁହାଯାଏ । ନୂଆଖାଇ ପାଳନ ନିମନ୍ତେ ପୂର୍ବରୁ "ଲଗନ" ବା "ତିଥି" ନିର୍ଣ୍ଣୟ କରି ପୂଜା ଆଦି ସହ ଆରିସା ପିଠା ଭୋଗ କରାଯାଇଥାଏ ।

ଏହାବି ପଢନ୍ତୁ : ଆଜି ନୂଆଁଖାଇ, ଉତ୍ସବ ମୁଖର ପଶ୍ଚିମ ଓଡିଶା

ନୂଆଖାଇଁ ଏକ ଗଣପର୍ବ । ଗ୍ରାମ ବା ସହରର ପଡ଼ା ଅଞ୍ଚଳରେ ନୂଆଁଖାଇ ଦିନ ନବାନ୍ନ ଦେଇ ପୂଜା ବିଧି ସମାପ୍ତ ହେବା ପରେ ପରିବାରର ମୁଖ୍ୟଙ୍କ ହାତରୁ ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରନ୍ତି । ତାହା ଖାଇ ସାରି ପରିବାରର ସମସ୍ତ ବ୍ୟକ୍ତି ନିଜର ବୟସ୍କମାନଙ୍କୁ ଭୂମିଷ୍ଠ ପ୍ରଣାମ ସହ ଆଶୀର୍ବାଦ ଗ୍ରହଣ କରନ୍ତି । ପରେ ପିଠା ପଣା ସହ ନବାନ୍ନ ଭୋଜି ଖାଇ ସାରିବା ପରେ ଗ୍ରାମରେ ଥିବା ସମସ୍ତ ବୟୋଜ୍ୟେଷ୍ଠ ମାନଙ୍କୁ ଭେଟି ପ୍ରଣାମ କରିଥାନ୍ତି । ଏହି ସମୟରେ ଗ୍ରାମ ବା ପଡ଼ାର ଲୋକ ମାନେ ନିଜ ଭିତରେ ପୂର୍ବରୁ ଥିବା ଭେଦ ଭାବ ଭୁଲି ଯାଆନ୍ତି । ପରିବାର ମଧ୍ୟରେ ଥିବା ମତଭେଦ ମଧ୍ୟ ଏହି ସମୟରେ ସମାଧାନ ହୋଇଥାଏ । ସମସ୍ତେ ପୁଣି ଏକଜୁଟ ହୋଇ ରହନ୍ତି । ଏହା ନୂଆଖାଇଁ ପର୍ବର ଏକ ବିଶେଷତା ।

ଇଟିଭି ଭାରତ,କଳାହାଣ୍ତି

Last Updated :Sep 1, 2022, 10:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.