ETV Bharat / state

ଅନୁଗୋଳରେ ମଣ୍ଡପରେ ମହାସପ୍ତମୀ ପୂଜା, ମା'ଙ୍କ ଦର୍ଶନ କରି ଆଶିଷ ନେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

author img

By ETV Bharat Odisha Team

Published : Oct 21, 2023, 10:35 PM IST

Union Minister Dharmendra Pradhan
Union Minister Dharmendra Pradhan

ଗୃହ ଜିଲ୍ଲା ଅନୁଗୋଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମହାସପ୍ତମୀ ଅବସରରେ ବିଭିନ୍ନ ପୂଜା ମଣ୍ଡପ ବୁଲି କଲେ ଦଶଭୂଜାଙ୍କ ଦର୍ଶନ । ଅଧିକ ପଢନ୍ତୁ

ଅନୁଗୋଳରେ ମଣ୍ଡପରେ ମହାସପ୍ତମୀ ପୂଜା, ମା'ଙ୍କ ଦର୍ଶନ କରି ଆଶିଷ ନେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଅନୁଗୋଳ: ଆଜି ହେଉଛି ମହା ସପ୍ତମୀ । ମଣ୍ଡପମାନଙ୍କରେ ଦୁର୍ଗତି ନାଶିନୀ ମା' ଦୁର୍ଗାଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ପବିତ୍ର ସପ୍ତମୀ ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଗୃହ ଜିଲ୍ଲା ଅନୁଗୋଳ ଗସ୍ତ କରିଛନ୍ତି । ଏଠାକାର ବିଭିନ୍ନ ସ୍ଥାନରେ ଦୁର୍ଗାପୂଜା ମଣ୍ଡପ ବୁଲିବା ସହ ପୂଜା କମିଟି ପକ୍ଷରୁ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।

ମଣ୍ଡପ ଗୁଡ଼ିକରେ ମା' ଦୁର୍ଗତି ନାଶିନୀଙ୍କ ପୂଜା ଆରମ୍ଭ ହୋଇଛି । ନିର୍ଦ୍ଧାରିତ ସମୟ ଗଙ୍ଗା ଆବାହନ ପରେ କଳସ ଯାତ୍ରା କରି ମା'ଙ୍କ ଆବାହନ ପୂଜା ପରେ ମଣ୍ଡପଗୁଡିକ ହୋଇ ଉଠିଛି ଚଳଚଞ୍ଚଳ । ଅପରାହ୍ନ ପରେ ମଣ୍ଡପରେ ଦେଖିବାକୁ ମିଳିଛି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼। ଆଜିର ଏହି ସପ୍ତମୀ ପୂଜା ଅବସରେ ଅନୁଗୋଳ ସହରର ସବୁ ପୂଜା ମଣ୍ଡପ ବୁଲି ମା'ଙ୍କଠାରେ ଆଶୀର୍ବାଦ ଭିକ୍ଷା କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜିଲା ଗସ୍ତରେ ଥିବା ବେଳେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ମା'ଙ୍କ ଠାରେ ସମସ୍ତଙ୍କର ମଙ୍ଗଳ ମନାସିଛନ୍ତି ।

ଏହା ବି ପଢନ୍ତୁ- Durga Puja Special: ଆକର୍ଷଣ ପାଲଟିଛି ଭଳିକି ଭଳି ଚାନ୍ଦିମେଢ, କେବେ ହୋଇଥିଲା ଆରମ୍ଭ ? ଜାଣନ୍ତୁ ଇତିହାସ

ମା' ସମସ୍ତଙ୍କ ମଙ୍ଗଳ କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି । ଅନୁଗୋଳ ଭାଇଚାରାର ସହର ଏଠାରେ ସ୍ବାଧୀନତା ପୂର୍ବର ଅନେକ ମଣ୍ଡପ ରହିଛି । ଯେଉଁଠି ଆସି ମା'ଙ୍କ ଦର୍ଶନ କରି ନିଜକୁ ସୌଭାଗ୍ୟଶାଳୀ ମନେ କରିଥିବା କରିଛନ୍ତି । ମନ୍ତ୍ରୀ ଦୁର୍ଗାଶଙ୍କର ପୂଜା ସମିତି, ହୁଲୁରି ସିଂହା, ହେମସୁର ପଡା ଅମଲା ପଡା, ଶିମିଳି ପଡା ଆଦି ପୂଜା କମିଟିକୁ ଯାଇ ମା'ଙ୍କ ଦର୍ଶନ କରିବା ସହ ସେଠାରେ ପୂଜାର୍ଚ୍ଚନା ମଧ୍ୟ କରିଛନ୍ତି । ଶିମିଳିପଡା ମଣ୍ଡପରେ ମା'ଙ୍କ ସାଧ୍ୟ ଆଳତି ଦର୍ଶନ କରିବାର ସୌଭାଗ୍ୟ ମଧ୍ୟ ଲାଭ କରିଛନ୍ତି ମନ୍ତ୍ରୀ । ଆସନ୍ତାକାଲି ମନ୍ତ୍ରୀ ତାଳଚେର ଗସ୍ତ କରିବା ପରେ ଢେଙ୍କାନାଳ ଯିବାର କାର୍ଯ୍ୟକର୍ମ ରହିଛି ।

ଏହାବ୍ୟତୀତ ମନ୍ତ୍ରୀ ପ୍ରଧାନ ଅନୁଗୋଳ ଦୁର୍ଗାପୂଜା ସମିତି, ଅମଲାପଡାର ବିଶେଷ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ପୂଜା ସମିତି ୧୯୨୭ ମସିହାରୁ ଦୀର୍ଘ ୯୭ ବର୍ଷ ଧରି ନିରନ୍ତର ଭାବରେ ସାର୍ବଜନୀନ ଦୁର୍ଗା ପୂଜା ଆୟୋଜନ କରିବା ନେଇ ଖୁସିବ୍ୟକ୍ତ କରିବା ସହ ଅନୁଷ୍ଠାନ ସହ ଜଡ଼ିତ ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଥିଲେ । ଆଜି ଜିଲ୍ଲାର ଅଙ୍ଗାରବନ୍ଧ ଅଲେଖ ମହିମା ଆଶ୍ରମର ପୂଜ୍ୟସ୍ପଦ ତ୍ୟାଗୀ ବିଦ୍ୟାଧର ଦାସଙ୍କ ମହାପ୍ରୟାଣର ଏକୋଇଶିଆ ଦିବସରେ ମଧ୍ୟ ଯୋଗ ଦେଇଥିଲେ ଧର୍ମେନ୍ଦ୍ର । ଏହାସହ ବିଦ୍ୟାଧର ବାବାଙ୍କ ପବିତ୍ର ସମାଧି ସ୍ଥଳରେ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବାବା ବିଦ୍ୟାଧର ଦାସ ଏହି ଆଶ୍ରମର ବରିଷ୍ଠ ସାଧୁ ଓ ସନ୍ନ୍ୟାସୀ ଥିଲେ । ସେ ଲମ୍ବା ସମୟ ଧରି ଅଙ୍ଗାରବନ୍ଧ ଅଲେଖ ମହିମା ଆଶ୍ରମର ଜଣେ ଅଭିଭାବକ ଭାବେ ଦାୟିତ୍ବ ନେବା ସହ ସମସ୍ତଙ୍କୁ ଉତ୍ତମ ପରାମର୍ଶ ଦେଇ ଆସୁଥିଲେ ବୋଲି ମନ୍ତ୍ରୀ କହିଥିଲେ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.