ETV Bharat / state

ରାସ୍ତା ପାଇଁ ବୁଡ଼ିଗଲା ଜୀବିକା, ଜମି ଥାଇ ବି ମୂଲ ଲାଗୁଛନ୍ତି ଚାଷୀ

author img

By

Published : Feb 20, 2021, 10:08 PM IST

ରାସ୍ତା ପାଇଁ ବୁଡ଼ିଗଲା ଜୀବିକା, ନିଜର ଜମି ଥାଇ ବି ମୂଲ ଲାଗୁଛନ୍ତି ଚାଷୀ
ରାସ୍ତା ପାଇଁ ବୁଡ଼ିଗଲା ଜୀବିକା, ନିଜର ଜମି ଥାଇ ବି ମୂଲ ଲାଗୁଛନ୍ତି ଚାଷୀ

ଜମିକୁ ପଣି ନ ଆସିବାରୁ ପ୍ରାୟ ଛଅ ବର୍ଷ ହେବ ଚାଷବାସ ସବୁ ଉଜୁଡି ଗଲାଣି । ଲୋକଙ୍କ ଜମି ପଡିଆ ପଡିଥିବାବେଳେ ଲୋକେ ଏବେ ଅନ୍ୟର ମୂଲ ଲାଗୁଛନ୍ତି । ଅନୁଗୋଳ ବ୍ଲକ ବଡକେରା ପଞ୍ଚାୟତର ଗୁରଙ୍ଗ କରଡ଼ା ବଣି ଗାଁରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଅଧିକ ପଢନ୍ତୁ...

ଅନୁଗୋଳ: ରାସ୍ତା ପାଇଁ ବୁଡିଗଲାଣି ଲୋକଙ୍କ ଜୀବିକା । ଜମିକୁ ପଣି ନ ଆସିବାରୁ ପ୍ରାୟ ଛଅ ବର୍ଷ ହେବ ଚାଷବାସ ସବୁ ଉଜୁଡି ଗଲାଣି । ଲୋକଙ୍କ ଜମି ପଡିଆ ପଡିଥିବାବେଳେ ଚାଷ ଥାଇ ବି ଲୋକେ ଏବେ ଅନ୍ୟର ମୂଲ ଲାଗୁଛନ୍ତି । ଏଭଳି ସ୍ଥିତି ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାରେ । ଏକର ଏକର ଜମି ପଡିଆ ପଡିଛି । ଯେଉଁ ଜମି ଦିନେ ଶସ୍ୟ ଶ୍ୟାମଳ ଥିଲା ସେଠାରେ ଏବେ ଚାଷ ହେଉନି । ଅନୁଗୋଳ ବ୍ଲକ ବଡକେରା ପଞ୍ଚାୟତର ଗୁରଙ୍ଗ କରଡ଼ା ବଣି ଗାଁରେ ଏହି ଘଟଣା ଦେଖିବାକୁ ମିଳିଛି ।

ରାସ୍ତା ପାଇଁ ବୁଡ଼ିଗଲା ଜୀବିକା, ନିଜର ଜମି ଥାଇ ବି ମୂଲ ଲାଗୁଛନ୍ତି ଚାଷୀ

ଗାଁ ଦେଇ ଯାଇଥିବା ପକ୍କା ସଡକ ଏହି ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି । କାରଣ ରାସ୍ତା ହେବା ଦ୍ଵାରା ଜମିକୁ ଜଳସେଚନ ପାଇଁ ଥିବା କେନାଲକୁ ପୋତି ଦେଇଛନ୍ତି ରାସ୍ତା ନିର୍ମାଣ କରୁଥିବା ଠିକାଦାର ଏବଂ ସେବେଠୁ କେନାଲର ପୁନଃଉଦ୍ଧାର କରାଯାଇନାହିଁ । ଫଳରେ ପାଣି ଅଭାବରୁ ଏବେ ଜମି ସବୁ ପଡିଆ ପଡିଛି । ଯେଉଁଠୁ ରୋଜଗାର କରି ଲୋକେ ବଞ୍ଚୁଥିଲେ ଏବେ ସେମାନେ ଅନ୍ୟତ୍ର ମୂଲ ମଜୁରି କରି ପରିବାର ପୋଷଣ କରୁଛନ୍ତି ।

ପ୍ରାୟ ୬୦ବର୍ଷ ପୂର୍ବେ ଡେରଜାଙ୍ଗ ଜଳ ସେଚନ ପ୍ରକଳ୍ପ ଯୋଗୁଁ ଜମି ହରାଇ ଥିବା ୩୦ଟି ପରିବାରକୁ କରଡ଼ାବଣି ସାହିରେ ସରକାର ଥଇଥାନ କରାଇ ଥିଲେ। ସେମାନଙ୍କୁ ଘର ଡିହ ସମେତ ଚାଷବାସ କରି ଜୀବିକା ନିର୍ବାହ କରିବାକୁ ଚାଷ ଜମି ଯୋଗାଇ ଦେଇଥିଲେ । ଗାଁ ଠାରୁ ଖୁବ ନିକଟରେ ଥିବା ଗୁରଙ୍ଗ ଜଳସେଚନ ପ୍ରକଳ୍ପରୁ କେନାଲରେ ପାଣି ଆସି ଜମିରେ ମାଡୁଥିଲା । ଫଳରେ ପ୍ରାୟ ୧୦୦ ଏକରରୁ ଅଧିକ ଜମିରେ ଧାନ ବ୍ୟତୀତ ବିଭିନ୍ନ ଡାଲି ଜାତୀୟ ଓ ପନିପରିବା ଫସଲ କରି ଆସୁଥିଲେ ଗ୍ରାମବାସୀ । ଯାହା ମିଳୁଥିଲା, ସେଥିରେ ପେଟ ପୋଷୁଥିଲେ । ହେଲେ ଯେତେବେଳେ ୨୦୧୮ରେ ପୂର୍ତ୍ତ ବିଭାଗ ତରଫରୁ ଗାଁକୁ ସଡକ ନିର୍ମାଣ କରାଗଲା ସେତେବେଳେ ରାସ୍ତାକଡ ଦେଇ ଯାଇଥିବା କେନାଳକୁ ପୋତି ରାସ୍ତା ପ୍ରଶସ୍ତ କରାଗଲା । ଫଳରେ ପ୍ରାୟ ୧ କିମି କଂକ୍ରିଟ କେନାଲ ନିଜର ସତ୍ତା ହରାଇ ବସିଲା । ସେହିଦିନ ପରଠାରୁ ଆଉ ଜମିରେ ପାଣି ମାଡ଼ିଲା ନାହିଁ ।

ଗମନାଗମନର ସୁବିଧା ପାଇଁ ସଡକ ନିର୍ମାଣ ଅତ୍ୟନ୍ତ ଜରୁରୀ। ହେଲେ କୃଷି ଓ କୃଷକର ଉନ୍ନତି ପାଇଁ ଜଳସେଚନର ମଧ୍ୟ ଆବଶ୍ୟକତା ରହିଛି। ଯାହାପ୍ରତି କାହାରି ଦୃଷ୍ଟି ପଡିନଥିବା ବେଳେ ବିଭାଗୀୟ ଅଧିକାରୀ ଏନେଇ କୌଣସି ମୁହଁ ଖୋଲିନାହାନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.