ETV Bharat / state

ଗାଁ ପୋଖରୀରେ କୁମ୍ଭୀର ଭୟ, ଦିନ ତମାମ ନାକେଦମ ପରେ ଧରାପଡ଼ିଲା କୁମ୍ଭୀର

author img

By

Published : Jul 3, 2023, 6:38 AM IST

crocodile rescued from pond in angul
ପୋଖରୀରୁ କୁମ୍ଭୀର ଉଦ୍ଧାର

ଗାଁ ପୋଖରୀରେ କୁମ୍ଭୀର ଉଦ୍ଧାର । ବନ ବିଭାଗ ଦ୍ବାରା ଉଦ୍ଧାର ପରେ କୁମ୍ଭୀରକୁ ସାତକୋଶିଆ ଗଣ୍ଡରେ ଛଡ଼ଗଲା । ଅଧିକ ପଢ଼ନ୍ତୁ

ପୋଖରୀରୁ କୁମ୍ଭୀର ଉଦ୍ଧାର

ଅନୁଗୋଳ: ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପୁରୁଣାକୋଟ ରେଞ୍ଜ ଅନ୍ତର୍ଗତ ପୁରୁଣାକୋଟ ଗାଁ ପୋଖରୀରୁ ଏକ ବିରାଟକାୟ ମଗର କୁମ୍ଭୀର ଉଦ୍ଧାର କରାଯାଇଛି । ଦୀର୍ଘ ୬ ଘଣ୍ଟାର ଉଦ୍ୟମ ପରେ ପୋଖରୀରୁ କୁମ୍ଭୀର ଉଦ୍ଧାର ହୋଇଛି । ଦିନ ତମାମ ବନ ବିଭାଗ ଏବଂ ଗ୍ରାମବାସୀଙ୍କ ମିଳିତ ଉଦ୍ୟମ ପରେ ପୋଖରୀରୁ କୁମ୍ଭୀରଟି ଉଦ୍ଧାର କରି ମହାନଦୀ ଗଣ୍ଡରେ ଛାଡି ଦିଆ ଯାଇଛି ।

କୁମ୍ଭୀରଟି ପ୍ରାୟ ଦୁଇ ବର୍ଷ ହେଲା ମହନଦୀରୁ କୌଣସି ପ୍ରକାରେ ପୁରୁଣାକୋଟ ରେଞ୍ଜ ଅନ୍ତର୍ଗତ ପୁରୁଣାକୋଟ ଗାଁ ପୋଖରୀକୁ ଚାଲି ଆସିଥିଲା । ବଡ଼ ହେବା ପରେ ମଣିଷକୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା । ଗତ ଦୁଇ ଦିନ ପୂର୍ବେ ଏକ କୁକୁରକୁ ଟାଣି ନେଇ ଖାଇଥିଲା । ପୋଖରୀରେ କୁମ୍ଭୀର ଥିବା ଦେଖି ଗାଁ ଲୋକେ ଅତ୍ୟନ୍ତ ଭୟଭୀତ ହୋଇ ପଡ଼ିଥିଲେ । କାରଣ ସେହି ପୋଖରୀ ଉପରେ ଗାଁର ଲୋକେ ଗାଧୁଆ ପାଧୁଆ ଓ ଅନ୍ୟାନ୍ୟ କାମ ପାଇଁ ନିର୍ଭର କରନ୍ତି । ତେଣୁ ପୋଖରୀରୁ କୁମ୍ଭୀରକୁ ଧରି ଅନ୍ୟତ୍ର ଛାଡିବାକୁ ଗାଁ ଲୋକେ ବାରମ୍ବାର ଦାବି କରି ଆସୁଥିଲେ । ଏନେଇ ଗ୍ରାମବାସୀ କହିଛନ୍ତି,"ଗତ ଦୁଇ ବର୍ଷ ଧରି କୁମ୍ଭୀରଟି ପୋଖରୀ ଭିତରେ ଥିଲା । ଅନେକ ଥର ମାଛ ଜାଲରେ ତାକୁ ଧରିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହେଉଥିଲୁ । ବନ ବିଭାଗ ଓ ଗ୍ରାମବାସୀ ମିଳିତ ଉଦ୍ୟମରେ କୁମ୍ଭୀରକୁ କଢ଼ା ଯାଇଛି । ପୋଖରୀରେ ଆଉ ଏକ କୁମ୍ଭୀର ଥିବା ଅନୁମାନ କରାଯାଉଛି ।"

ଏହା ମଧ୍ୟ ପଢ଼ନ୍ତୁ: ଶୌଚ ହେବା ସମୟରେ ବୃଦ୍ଧଙ୍କୁ ଟାଣି ନେଲା କୁମ୍ଭୀର, 15 ଦିନରେ ତୃତୀୟ ଘଟଣା

ବନ ବିଭାଗ ଜାଲ ପକାଇ କୁମ୍ଭୀରକୁ ପୋଖରୀରୁ ଉଦ୍ଧାର କରି ମହାନଦୀରେ ଛାଡି ଦେଇଛି । ତେବେ ସେହି ପୋଖରୀରେ ଆଉ ଏକ କୁମ୍ଭୀର ଥିବା ଜଣାପଡିବା ପରେ ପୁଣି ତାକୁ ଉଦ୍ଧାର କରିବାକୁ ବନ ବିଭାଗ ଜାଲ ପକାଇଥିଲା । କିନ୍ତୁ ସେହି କୁମ୍ଭୀର ଧରା ପଡିନଥିଲା । ତେଣୁ ପୁଣି ଥରେ ଉଦ୍ଧାର କରିବାକୁ ଉଦ୍ୟମ କରାଯିବ ବୋଲି ବନ ବିଭାଗ ସୂଚନା ଦେଇଛି । ପ୍ରକାଶ ଥାଉକି, ନିକଟରେ କେନ୍ଦ୍ରାପଡ଼ା ଜିଲ୍ଲାରେ କୁମ୍ଭୀର ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା । ବ୍ରାହ୍ମଣୀ ନଦୀରେ ଶୌଚ ହେଉଥିବା ବେଳେ ବୃଦ୍ଧଙ୍କୁ ଟାଣି ନେଲା କୁମ୍ଭୀର । ଦୀର୍ଘ ସମୟ ଖୋଜାଖୋଜି ପରେ ଅଗ୍ନିଶମ ବିଭାଗ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଥିଲା ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.