ETV Bharat / state

ଶୌଚ ହେବା ସମୟରେ ବୃଦ୍ଧଙ୍କୁ ଟାଣି ନେଲା କୁମ୍ଭୀର, 15 ଦିନରେ ତୃତୀୟ ଘଟଣା

author img

By

Published : Jun 29, 2023, 1:14 PM IST

କେନ୍ଦ୍ରାପଡା ବ୍ରାହ୍ମଣୀ ନଦୀରେ ଅଘଟଣ । ଶୌଚ ହେବା ସମୟରେ ବୃଦ୍ଧଙ୍କୁ ଟାଣି ନେଲା କୁମ୍ଭୀର । ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ । 15 ଦିନରେ ତୃତୀୟ ଘଟଣା, ଗଲାଣି 3 ଜୀବନ । ଅଧିକ ପଢନ୍ତୁ

crocodile drag and kills old man in Kendrapara
crocodile drag and kills old man in Kendrapara

crocodile drag and kills old man in Kendrapara

କେନ୍ଦ୍ରାପଡା: ଜିଲ୍ଲାରେ ଥମୁନି କୁମ୍ଭୀର ଆତଙ୍କ । ଶୌଚ ହେବାକୁ ଯାଇ କୁମ୍ଭୀର ମୁହଁରେ ପଡିଲେ ବୃଦ୍ଧ । ବ୍ରାହ୍ମଣୀ ନଦୀରେ ଶୌଚ ହେଉଥିବା ବେଳେ ବୃଦ୍ଧଙ୍କୁ ଟାଣି ନେଲା କୁମ୍ଭୀର । ବୃଦ୍ଧ ଜଣଙ୍କ ହେଉଛନ୍ତି ଘାଗରାଡିଆ ଗାଁର ୬୨ ବର୍ଷୀୟ ଗଙ୍ଗାଧର ତରାଇ । ଦୀର୍ଘ ସମୟ ଖୋଜାଖୋଜି ପରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ ।

ଆଜି ଭୋର 4ଟା ସମୟରେ ବୃଦ୍ଧ ଗଙ୍ଗାଧର ତରାଇ ବ୍ରାହ୍ମଣୀ ନଦୀରେ ଶୌଚ ହେବା ପରେ ଗାଧୋଉଥିଲେ । ଏହି ସମୟରେ ଛକି ରହିଥିବା ଏକ କୁମ୍ଭୀର ତାଙ୍କୁ ନଦୀ ମଧ୍ୟକୁ ଟାଣି ନେଇଥିଲା । ଗଙ୍ଗାଧର ଚିତ୍କାର କରିବାରୁ ଅନ୍ୟ ଏକ କୂଳରେ ଶୌଚ ହେଉଥିବା ଦୁଇଜଣ ଲୋକ ଦୌଡ଼ି ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ । କିନ୍ତୁ କୁମ୍ଭୀର ମୁହଁରୁ ବୃଦ୍ଧଙ୍କୁ ଉଦ୍ଧାର କରିବା ପାଇଁ ସେ ସାହସ ଜୁଟାଇ ପାରିନଥିଲେ ।

ଏହା ମଧ୍ୟ ପଢନ୍ତୁ-ମହିଳାଙ୍କୁ ଟାଣିନେଲା କୁମ୍ଭୀର; କେବେ ଚେତିବ ବନବିଭାଗ ?

ପରେ ସ୍ଥାନୀୟ ଲୋକଙ୍କ ଦ୍ବାରା ଡଙ୍ଗା ସହାୟତାରେ ଗଙ୍ଗାଧରଙ୍କୁ ଖୋଜାଖୋଜି କରାଯାଇଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିପାରି ନଥିଲା । ପରବର୍ତ୍ତୀ ସମୟରେ ଖବର ପାଇ ଘଟଣାସ୍ଥଳରେ କେନ୍ଦ୍ରାପଡା ଅଗ୍ନିଶମ ପହଞ୍ଚି ଖୋଜାଖୋଜି ପରେ ମୃତଦେହ ଉଦ୍ଧାର ହୋଇଥିଲା । ଘଟଣାସ୍ଥଳରେ ପଟ୍ଟାମୁଣ୍ଡାଇ ତହସିଲଦାର ମଧ୍ୟ ଉପସ୍ଥିତ ଥିଲେ ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ସକାଳେ ଗଙ୍ଗାଧର ଗାଧୋଇବା ସମୟରେ କୁମ୍ଭୀର ଟାଣିନେବା ଯୋଗୁଁ ଚିତ୍କାର କରିଥିଲେ ସୁଦ୍ଧା ବଞ୍ଚାଇବା ସମ୍ଭବ ହୋଇନଥିଲା । ତେବେ ଗତ 15 ଦିନ ମଧ୍ୟରେ ଏହା ତୃତୀୟ ଘଟଣା । ବନବିଭାଗର ଉଦାସୀନତା ପାଇଁ ତିନୋଟି ମୂଲ୍ୟବାନ ଜୀବନ ଯାଇଛି ଏବଂ ଏଥିପାଇଁ ବନବିଭାଗ ଉତ୍ତରଦାୟୀ ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା । ଏଥିସହ ରାଜ୍ୟ ସରକାର ଏହି ଆକ୍ରମଣ ଯୋଗୁଁ ବନବିଭାଗ କର୍ତ୍ତୃପକ୍ଷଙ୍କୁ ଜବାବ ତଲବ କରିବା ସହ ନଦୀକୂଳ ଘାଟରେ ବ୍ୟାରିକେଡ ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ମାଆ ଆଗରେ ପୁଅକୁ ଝାମ୍ପି ନେଲା କୁମ୍ଭୀର

ପଟ୍ଟାମୁଣ୍ଡାଇ ତହସିଲଦାର କହିଛନ୍ତି ଯେ, ପଟ୍ଟାମୁଣ୍ଡାଇ ତହସିଲଦାର ବନବିଭାଗକୁ ପୂର୍ବରୁ ଅନେକ ଥର ବ୍ୟାରିକେଡ ନେଇ ସୂଚନା ଦେଇଥିଲେ ମଧ୍ୟ ଏହାର ପ୍ରତିକାର ବ୍ୟବସ୍ଥା ନକରିବା କାରଣରୁ ଜୀବନ ହାନି ହେଉଥିବା ସ୍ୱୀକାର କରିଛନ୍ତି ତଦସିଲଦାର। ନଦୀକୂଳ ଗାଁ ମାନଙ୍କରେ ମାଇକି ଜରିଆରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରାଯିବ ଓ ବ୍ୟାରିକେଡ ବ୍ୟବସ୍ଥା ଖୁବଶୀଘ୍ର କରାଯିବ । ତେବେ ଦୀର୍ଘ ସମୟ ଖୋଜାଖୋଜି ପରେ ଏବେ ବୃଦ୍ଧଙ୍କ ମୃତଦେହ ମିଳିଥିବା ସୂଚନା ମିଳିଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.