ETV Bharat / sports

ମାଦ୍ରିଦ ଓପନ ଫାଇନାଲରେ ବିଶ୍ବ ନମ୍ବର 1 ଆସଲେ ବାର୍ଟି

author img

By

Published : May 7, 2021, 4:25 PM IST

Barty cruises into Madrid Open final
ମାଦ୍ରିଦ ଓପନ ଫାଇନାଲରେ ବିଶ୍ବ ନମ୍ବର 1 ଆସଲେ ବାର୍ଟି

ମାଦ୍ରିଦ ଓପନରେ ପାଉଲା ବାଦୋସାଙ୍କୁ 6-4, 6-3ରେ ହରାଇ ଚଳିତ ସିଜିନର ଚତୁର୍ଥ WTA ଏକକ ଫାଇନାଲରେ ପ୍ରବେଶ କରିଛନ୍ତି । ଅଧିକ ପଢନ୍ତୁ...

ମାଦ୍ରିଦ: ଚଳିତ ସିଜିନରେ ନିଜର ବିଜୟ ଧାରା ବଜାୟ ରଖିଛନ୍ତି ବିଶ୍ବ ମାନ୍ୟତାର ନମ୍ବର 1 ଖେଳାଳି ଆସଲେ ବାର୍ଟି । ମାଦ୍ରିଦ ଓପନରେ ପାଉଲା ବାଦୋସାଙ୍କୁ 6-4, 6-3ରେ ହରାଇ ଚଳିତ ସିଜିନର ଚତୁର୍ଥ WTA ଏକକ ଫାଇନାଲରେ ପ୍ରବେଶ କରିଛନ୍ତି ।

ଫାଇନାଲରେ ବାର୍ଟିଙ୍କ ଲଢେଇ ଋଷିଆର ଅନାସ୍ତାସିଆ ପାଭଲ୍ୟୁଚେଲଙ୍କୋଭା କିମ୍ବା ବେଲାରୁସର ଆରୟାନା ସାବାଲେଙ୍କାଙ୍କ ସହ ହେବ । ଶୁକ୍ରବାର ଏହି ଦୁଇ ଖେଳାଳିଙ୍କ ମଧ୍ୟରେ ଦ୍ବିତୀୟ ସେମିଫାଇନାଲ ମୁକାବିଲା ଖେଳାଯିବ ।

ବିଶ୍ବର ନମ୍ବର 1 ମାନ୍ୟତା ସହ ମାଦ୍ରିଦ ଟାଇଟେଲ ବିଜେତା ହେବାରେ ବାର୍ଟି ତୃତୀୟ ମହିଳା ଖେଳାଳି ହେବାର ସୁଯୋଗ ରହିଛି । ଏହା ପୂର୍ବରୁ ଦିନାରା ସାଫିନା(2009), ସେରେନା ୱିଲିୟମସ(2013) ଏହି ସଫଳତା ହାସଲ କରିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.